ମହିମା-ଧର୍ମ ପ୍ରତିପାଦକ ଦ୍ୱିତୀୟ ଖଣ୍ଡ

ମହିମା-ଧର୍ମ ପ୍ରତିପାଦକ ଦ୍ୱିତୀୟ ଖଣ୍ଡ

ମହିମା-ଧର୍ମ ପ୍ରତିପାଦକ

ଦ୍ୱିତୀୟ ଖଣ୍ଡ

 

 

ସୂଚୀପତ୍ର

-ଷଷ୍ଠୋଲ୍ଲାସ-

ବ୍ରହ୍ମବିତ୍ ସନ୍ନ୍ୟାସୀଙ୍କଠାରୁ ମହିମାଧର୍ମର ଉପଦେଶ ଗ୍ରହଣ

ବ୍ରହ୍ମଜ୍ଞାନୀ ସାଧୁମାନେ ଜୀବମାନଙ୍କର ଆଶ୍ରୟ

ବ୍ରହ୍ମନିଷ୍ଠ ସାଧୁମାନଙ୍କ ମାହାତ୍ମ୍ୟ

ସାଧୁଙ୍କ ନିକଟରେ ଗୁପ୍ତ ପାପ ପ୍ରକାଶ କରିବେ ଓ ସାଧୁ ତାହାର ପ୍ରାୟଶ୍ଚିତ୍ତ ଉପଦେଶ ଦେବେ

ଗୁପ୍ତ ପାପ ମୃତ୍ୟୁ ପର୍ଯ୍ୟନ୍ତ କଣ୍ଟକ ତୁଲ୍ୟ

ଗୁପ୍ତ ପାପ ସାଧୁ ନିକଟରେ ପ୍ରକାଶ କଲେ ପାପ ବିନାଶହୁଏ ।

ପାପର ପ୍ରାୟଶ୍ଚିତ ବିଧି

ବ୍ରହ୍ମବିତ୍ ଗୁରୁର ଲକ୍ଷଣ ଓ ତାହାଙ୍କଠାରୁ ଧର୍ମପୋଦେଶ ଗ୍ରହଣ ନିମିତ୍ତ ପ୍ରାର୍ଥନା

ଶିଷ୍ୟର ଲକ୍ଷଣ ବୁଝି ବ୍ରହ୍ମ ଦୀକ୍ଷା ପ୍ରଦାନ

ଗୁରୁଙ୍କ ନିକଟେ ଚଳିବାର ବିଷୟ

ବ୍ରହ୍ମନିଷ୍ଠ ସାଧୁଙ୍କୁ ଦେଖି ଉତ୍ଥିତ ନ ହେଲେ ଦୋଷ

ଗୁରୁଙ୍କ ସମୀପେ ବସିବାର ନିୟମ

ଗୁରୁଙ୍କ ଆହ୍ୱାନେ ହୁଁକାର ଶବ୍ଦ ନ କରି ଆଜ୍ଞାଶବ୍ଦ ପ୍ରକାଶ କରିବ ଓ ଗୁରୁ ଆଜ୍ଞା ଲଙ୍ଘନ କରିବ ନାହିଁ

ସାଧୁଙ୍କ କୋପ କୋପ ନୁହେଁ

ଗୁରୁଙ୍କର ଉଦବେଗ ଉତ୍ପାଦନ କରିବ ନାହିଁ ଓ ତାହାଙ୍କୁ ସମ୍ମାନ ନ କଲେ ଦୋଷ

ଗୃହୀକୁ ଗୁରୁ କରିବା ନିଷେଧ

ଯେ ଗୃହୀ ବ୍ରହ୍ମଜ୍ଞାନୀ ବୋଲି ପରିଚୟ ଦେଇ ଉପଦେଶ ଦିଏ ସେ ଠକ

ଅନ୍ୟାନ୍ୟ ମନ୍ତ୍ରଦାତା ଗୁରୁଙ୍କୁ ତ୍ୟାଗ କରି ବ୍ରହ୍ମବିତ୍ ସାଧୁଙ୍କୁ ଗୁରୁ କରିବା ବିହିତ

ଅହଂକାର ଦୋଷାଦି ଯୁକ୍ତ ଓ ମିଥ୍ୟା ଗୁରୁ ଅନୁସରଣ ତ୍ୟାଗ କରିବା ବିବରଣ

କାନ-ଫୁଙ୍କାଗୁରୁଙ୍କୁ ତ୍ୟାଗକରି ପୂର୍ବ୍ବ ଯୁଗ ପରି ବ୍ରହ୍ମବିତ୍ ଗୁରୁଙ୍କଠାରୁ ଉପଦେଶ ଗ୍ରହଣ କରିବ

ଗୁରୁ ସମ୍ବନ୍ଧେ ପାଣ୍ଡିତ୍ୟାଦି ଗୁଣ ଆବଶ୍ୟକ ନୁହେଁ

ଧର୍ମ ବିମୁଖ ପ୍ରାଣୀ ବେଦପଠନ କରି ବେଦଭାର ବହିବା ବୃକ୍ଷ ତୁଲ୍ୟ

ଗୃହସ୍ଥର ଧର୍ମନୀତି

ନିରାସକ୍ତଭାବେ କର୍ମ୍ମ କରିବା

କର୍ମ କରି ପରଂବ୍ରହ୍ମଙ୍କଠାରେ ଅର୍ପଣ କରିବା ।

ବ୍ରହ୍ମ ଭକ୍ତିକରି କର୍ମ କଲେ ପାପ ଲାଗେ ନାହିଁ ।

ଭକ୍ତିର ବିବରଣ ।

ଗୈରିକ ବସ୍ତ୍ର ପରିଧାନର କାରଣ ।

ୠତୁମତେ ସ୍ତ୍ରୀସଙ୍ଗର ବିବରଣ ।

ପୁତ୍ର ଉତ୍ପାଦନ ଛ ମାସ ପରେ ସ୍ତ୍ରୀ ସଂସର୍ଗ କରିବ ।

ସ୍ତ୍ରୀ ୠତୁ ସପ୍ତଦିନ ପରେ ସ୍ତ୍ରୀସଙ୍ଗ କରିବ, ଏହା ମଧ୍ୟରେ ସଙ୍ଗ କଲେ ଦୋଷ ।

ସ୍ତ୍ରୀର ୠତୁ ସପ୍ତଦିନ ମଧ୍ୟରେ ଗୃହର ରନ୍ଧନାଦି ନିଷେଧ ।

ସୂତକାଦି ଅଶୌଚର ବିବରଣ ।

ସୂତକାଦି ବ୍ୟକ୍ତି ଓ ରଜସ୍ୱଳା ନାରୀମାନଙ୍କୁ ଷ୍ପର୍ଶ ନିଷେଧ ।

ଦ୍ୟୂତାଦିକ୍ରୀଡ଼ା ନିଷେଧ ଓ ସେପରିସ୍ଥଳେ ବାସ ନିଷେଧ ।

ଦ୍ୟୂତକ୍ରୀଡ଼ାଦି ସ୍ଥଳେ କଳିର ବାସ ।

ବୃଥା କର୍ମ ନଟନାଟ୍ୟାଦିରେ ରତ ହେବା ନିଷେଧ ।

ବନ୍ୟ ପଶୁପକ୍ଷୀ ପୋଷିବା ନିଷେଧ ।

ନିର୍ଲ୍ଲୋଭଭାବେ ନ୍ୟାୟସଙ୍ଗତ ଧନ ଉପାର୍ଜ୍ଜନ ବିବରଣ ।

ଅନ୍ୟାୟୋପାର୍ଜ୍ଜିତ ଧନରେ ସତ୍‌କର୍ମ କଲେ ଫଳ ନାହିଁ ।

ନିଜ ଧନେ ସନ୍ତୋଷ ହେବାର ବିବରଣ ।

ବାଲ୍ୟଲୀଳାର ବିବରଣ ।

ବ୍ରହ୍ମଧୂନିର ବିବରଣ ଟୀ ୫୨

ବ୍ରହ୍ମ ପ୍ରସାଦ ସମସ୍ତ ବ୍ୟକ୍ତି ଗ୍ରହଣ କରିବା ବିହିତ ।

ବ୍ରହ୍ମ ପ୍ରସାଦର ମହାତ୍ମ୍ୟ ।

ବ୍ରହ୍ମ ପ୍ରସାଦେ ଜାତି ଭେଦ ନାହିଁ ।

ବ୍ରହ୍ମ ନିଷ୍ଠ ସନ୍ନ୍ୟାସ ଅତିଥି ପୂଜାର ବିବରଣ ।

ସତ୍‌ପାତ୍ରର ବିବରଣ ଓ ସତ୍‌ପାତ୍ରେ ଦାନ ।

ସାଧୁଙ୍କର ହୃଦୟେ ପ୍ରଭୁଙ୍କର ବାସ ।

ଗୃହସ୍ଥର ସାଧୁ ସେବା

ସାଧୁଙ୍କୁ ପ୍ରଣାମ ନ କଲେ ଦୋଷ

ଗୃହୀଙ୍କର ମଙ୍ଗଳ ନିମିତ୍ତ ସାଧୁମାନେ ବିଚରଣ କରନ୍ତି

ଅତିଥି ବିବରଣ

ଅତିଥି ପୂଜାର ବିବରଣ

ଅନ୍ନ ବ୍ୟଞ୍ଜନେ ଅତିଥିଙ୍କୁ ଭିକ୍ଷା ଦେବ

ସନ୍ନ୍ୟାସ ଅତିଥିଙ୍କୁ ଅନିବେଦିତ ଭିକ୍ଷା ଦ୍ରବ୍ୟ ପ୍ରଦାନ

ଅନ୍ନଦାନର ମହାତ୍ମ୍ୟ

ଗୃହୀର ସ୍ୱାମୀ ଅତିଥି

ଅତିଥି ପୂଜା ନ କଲେ ପାପ ଭାଗୀ

ଅତିଥି ପୂଜାର ମହାତ୍ମ୍ୟ

ଅନୁପଯୁକ୍ତ ପାଷାଣ୍ଡି ବ୍ୟକ୍ତିମାନଙ୍କୁ ଅତିଥିଭାବେ ପୂଜା କରିବ ନାହିଁ

ସନ୍ନ୍ୟାସ ଅତିଥି ପୂଜା

ପିତା ମାତା ସେବା

ଶ୍ରାଦ୍ଧ ଓ ତର୍ପଣ

ଗୁରୁ ପ୍ରଣାମ ଓ ଗୁରୁ ସେବା

ଗୃହସ୍ଥ ନିଜ ସ୍ତ୍ରୀକୁ ନିଜ ଧର୍ମରେ ଦୀକ୍ଷିତ କରିବା

ଗୃହସ୍ଥ ସାଧ୍ୱୀ ସ୍ତ୍ରୀକୁ ତ୍ୟାଗ ନିଷେଧ

ଅଧର୍ମାଚାରିଣୀ ସ୍ତ୍ରୀକୁ ପରିତ୍ୟାଗ କରିବ

ଗୃହସ୍ଥ ପୁତ୍ରକୁ ନିଜଧର୍ମରେ ଦୀକ୍ଷିତ କରାଇବ ଓ ବ୍ରହ୍ମନିଷ୍ଠ ଗୃହସ୍ଥ ଗୃହରେ ବ୍ରହ୍ମବିତ୍ ପୁତ୍ର ଜନ୍ମ ହୁଅନ୍ତି

ବାଳିକାମାନଙ୍କୁ ସତ୍ ଶିକ୍ଷା ଦେବ

ପ୍ରଭୁଙ୍କଠାରେ ଶରଣ ପଶିଲେ ବ୍ୟାଧି ପ୍ରଭୃତି ଦୁଃଖ ବିନାଶ ହୁଏ

କବିରାଜ ଔଷଧ ସେବନ ନିଷିଦ୍ଧ

ମୃତ୍ୟ ସମ୍ବନ୍ଧେ ଦୁଃଖ କରିବା ବିହିତ ନୁହେଁ

ମୃତ୍ୟୁ ସମ୍ବନ୍ଧେ ଶୋକ ସନ୍ତାପ ତ୍ୟାଗ କରିବା କାରଣ

ଗୃହସ୍ଥ ବ୍ରାହ୍ମ ବିବାହ ବିଧି ଅନୁସାରେ ପୁତ୍ର କନ୍ୟାଦିକୁ

ବିବାହ କରିବ ଓ ବ୍ରାହ୍ମ ବିବାହର ବିବରଣ ଟୀ ୫୬ ପଣି ସହ

ଗୃହସ୍ଥଧର୍ମୀର ସମାଜର ଉନ୍ନତିରେ ଯତ୍ନ ରହିବ

ଗୃହସ୍ଥର ବ୍ୟାବହାରିକ ନୀତି

ବ୍ରହ୍ମୋପାସକ ବ୍ୟକ୍ତି ଶ୍ରେଷ୍ଠ ଜାତି ଓ ଧନ୍ୟ ପୁରୁଷ ଅଟନ୍ତି

ସ୍ତ୍ରୀମାନଙ୍କର ଧର୍ମ ନୀତି

ଯେଉଁମାନେ ପରଂବ୍ରହ୍ମଙ୍କଠାରେ ନିଷ୍ଠାଭକ୍ତି କରନ୍ତି ସେମାନେ ସଂସାର ଦୁଃଖରୁ ନିଷ୍କୃତି ଲାଭ କରି ମୋକ୍ଷପଦ ପ୍ରାପ୍ତ ହୁଅନ୍ତି

ବ୍ରହ୍ମଧର୍ମରୁ ବିଚଳିତ ହେଲେ ଅଧୋଗତି

ଚଞ୍ଚଳ ମନକୁ ଆତ୍ମାରେ ସ୍ଥିର କରିବ

ଗୃହସ୍ଥ ବ୍ୟକ୍ତି ଆତ୍ମାନାତ୍ମ ବିଚାର କରିବା କର୍ତ୍ତବ୍ୟ

ଗୁରୁ ପାଦ ବିମୁଖ ବ୍ୟକ୍ତିର ସମସ୍ତ ବିଫଳ

ମନୁଷ୍ୟ ବିଷୟରେ ଯେରୂପ ଆସକ୍ତ ତଦ୍ରୂପ ବ୍ରହ୍ମରେ ଆସକ୍ତ ହେଲେ ମୁକ୍ତି

ଭକ୍ତର ମୁକ୍ତି କରସ୍ଥ

ପରମେଶ୍ୱର ଭକ୍ତକୁ ସାମାନ୍ୟ ବିଷୟ ଦିଅନ୍ତି ନାହିଁ

 

- ସପ୍ତମୋଲ୍ଲାସ-

ଅବଧୂତ ସନ୍ନ୍ୟାସ ପନ୍ଥାର ବିବରଣ

ଅମାନିତ୍ୱାଦି ଜ୍ଞାନ ସାଧନ

ବ୍ରହ୍ମ ନିତ୍ୟ ଓ ଜଗତ ଅନିତ୍ୟ ସମ୍ବନ୍ଧେ ବିଶେଷ ବିବରଣ

ବିବେକ ଜ୍ଞାନଦ୍ୱାରା ମୁକ୍ତି

ବୈରାଗ୍ୟ ଜନ୍ମିଲେ ସଂସାରିକଭୋଗ ପ୍ରତି ଅସ୍ପୃହା ଜନ୍ମେ

ବିରାଗର ଲକ୍ଷଣ

ଯେଉଁମାନଙ୍କର ବୈରାଗ୍ୟ ଜନ୍ମେ ସେମାନଙ୍କୁ ପ୍ରାଜ୍ଞ ପଣ୍ଡିତ ବୋଲାଯାଏ

ବୈରାଗ୍ୟ ଜନ୍ମିବାର କାରଣ ଓ ବୈରାଗ୍ୟଦ୍ୱାରା ମୁକ୍ତି

ବିରାଗୀ ବ୍ୟକ୍ତି ଗୃହ ସଂସାର ତ୍ୟାଗ କରିବାର ବିବରଣ

ପ୍ରେୟ ବସ୍ତୁ ତ୍ୟାଗ କରି ଶ୍ରେୟ ବସ୍ତୁ ଗ୍ରହଣ

ତ୍ୟାଗ ଦ୍ୱିବିଧ ଓ ତ୍ୟାଗର ଲକ୍ଷଣ

ତ୍ୟାଗଦ୍ୱାରା ଅମରତ୍ୱ ଲାଭ

ବୈରାଗ୍ୟ ଜାତହେଲେ ସନ୍ନ୍ୟାସ ଗ୍ରହଣ

କଳିଯୁଗେ ଅବଧୂତ ଆଶ୍ରମ ସନ୍ନ୍ୟାସ ଗ୍ରହଣ

ପିତା ମାତା ଆତ୍ମୀୟ ବ୍ୟକ୍ତିଙ୍କ ଅନୁମତିରେ ସନ୍ନ୍ୟାସ ଗ୍ରହଣ

ଅବିଧି ପୂର୍ବ୍ବକ ସନ୍ନ୍ୟାସୀ ହେଲେ ପାପ ଭାଗୀ ହୁଅନ୍ତି

ବାଲ୍ୟାଦି ଅବସ୍ଥାରେ ସନ୍ନ୍ୟାସ ଗ୍ରହଣ

ବିଦ୍ୱତ୍ ସନ୍ନ୍ୟାସ ଓ ବିବିଦିଷା ସନ୍ନ୍ୟାସ

ବୈରାଗୀ ଗୃହତ୍ୟାଗ ସମୟେ ଗୃହବାସୀ ଶୋକ ତ୍ୟାଗ କରିବେ

ଅବଧୂତ ସନ୍ନ୍ୟାସ ଗ୍ରହଣେ ଜାତି ଭେଦ ନାହିଁ

ଅବଧୂତ ସନ୍ନ୍ୟାସ ଗ୍ରହଣ ନିମିତ୍ତ ଗୁରୁଙ୍କୁ ପ୍ରାର୍ଥନା

ଅବଧୂତ ‘ଅପର’ ‘ପର’ ସନ୍ନ୍ୟାସ ହେବାର ବିବରଣ

ଅପର ବୈରାଗ୍ୟ

ଅପର ସନ୍ନ୍ୟାସ ହେବାର ବିବରଣ

ଗୁରୁତ୍ୟାଗୀ ବ୍ୟକ୍ତିକୁ ପରୀକ୍ଷା କରି ସନ୍ନ୍ୟାସାଶ୍ରମ ଦୀକ୍ଷା ଦେବେ

ତ୍ୟାଗୀ ବ୍ୟକ୍ତି ମାଳାଦି ତ୍ୟାଗ କରି ନଣ୍ଡା ହୋଇ ଡୋର କୌପୀନ ନେବେ

ତ୍ୟାଗ ବିଷୟେ ମମତା ଶୂନ୍ୟହେବା

ଅପର ସନ୍ନ୍ୟାସୀର ଦାସ ଉପାଧି

ସନ୍ନ୍ୟାସୀର ସାଧନ କଥନ ଓ ସାଧନ ଚତୁଷ୍ଟୟର ବିବରଣ

ସମାଦିର ବିବରଣ

ମୁମୁକ୍ଷୁତ୍ୱ

ତତ୍ତ୍ୱବିବେକରେ ଅଧିକାରୀ ଓ ତତ୍ତ୍ୱ ବିବେକ

ଆତ୍ମାର ବିବରଣ

ସ୍ଥୂଳ ଶରୀର

ସୂକ୍ଷ୍ମ ଶରୀର

କାରଣ ଶରୀର

ଅବସ୍ଥାତ୍ରୟ

ଏକ ଚୈତନ୍ୟ ଉପାଧି ଭେଦେ ଆଠପ୍ରକାର ଟୀ ୫୯

ପଞ୍ଚ କୋଷ

ପଞ୍ଚ କୋଷରୁ ଆତ୍ମା ଭିନ୍ନ ଅଟନ୍ତି

ଆତ୍ମା ସ୍ୱରୂପର କଥନ

ଅବଧୂତ ଗୁରୁଶିଷ୍ୟକୁ ତତ୍ତ୍ୱମସି ପ୍ରଭୃତି ମହାବାକ୍ୟଦ୍ୱାରା ଆତ୍ମା ଓ ବ୍ରହ୍ମର ଅଭେଦ ବୁଝାଇବାର ବିବରଣ

ମହାବାକ୍ୟର ବିବରଣ

ଭେଦକ୍ରୟର ବିବରଣ ଓ ଭେଦକ୍ରୟ ନିବାରିତ

ତ୍ରିବିଧ ଦୁଃଖ- ଟୀ ୬୧

ଅଜ୍ଞାନ ନିବୃତ୍ତିର ବିବରଣ

ଆଜ୍ଞାନ ଦୁଇଭାଗେ ବିଭକ୍ତ ଟୀ ୭୨

ପ୍ରକୃତ ଜ୍ଞାନର ବିବରଣ

ପରମେଶ୍ୱର ପ୍ରତ୍ୟକ୍ଷ ହେଲେ ହୃଦୟ ଗ୍ରନ୍ଥିଛିନ୍ନ ହୁଏ

ଅବଧୂତ ଆଶ୍ରମେ ପର ସନ୍ନ୍ୟାସୀ ବଳ୍କଳ ବାନା ଗ୍ରହଣ ପ୍ରଭୃତିର ବିବରଣ

ପର ବୈରାଗ୍ୟ

ଅବଧୂତ ପର ସନ୍ନ୍ୟାସୀର ବଳ୍କଳ ଧାରଣର ବିବରଣ

ଗୁରୁ ଶିଷ୍ୟର ଐକ୍ୟଭାବେ ଶରଣ

ସର୍ବ୍ବ ବ୍ରହ୍ମମୟ ଭାବନାର ବିବରଣ

ଅହଂ ବ୍ରହ୍ମୋଽତ୍ମି ଭାବ

ଅଦେଦ୍ୱୈତ ଭାବନା କରିବେ କିନ୍ତୁ କ୍ରିୟାରେ ତାହା କରିବେ ନାହିଁ

ଶ୍ରବଣ, ମନନ ଓ ନିଦିଧ୍ୟାସନର ବିବରଣ

ନିଦିଧ୍ୟାସନର ପଞ୍ଚଦଶ ଜ୍ଞାନ ଯୋଗାଙ୍ଗ

ମନର ପଞ୍ଚ ଅବସ୍ଥା ଟୀ ୬୫

ସମାଧିର ବିବରଣ

ତ୍ରିବିଧ କର୍ମ

ସମାଧି- ନିଷ୍ଠ ବ୍ରହ୍ମଜ୍ଞାନୀଙ୍କୁ ତ୍ରିବିଧ କର୍ମ ଲାଗେନାହିଁ

ଜ୍ଞାନୀର କୃତକର୍ମକୁ ଜ୍ଞାନୀର ଶତ୍ରୁମିତ୍ର ବ୍ୟକ୍ତିମାନେ ପ୍ରାପ୍ତ ହୁଅନ୍ତି

ବ୍ରହ୍ମନିଷ୍ଠ ସନ୍ନ୍ୟାସୀ ଯେ କେଉଁ ସ୍ଥାନରେ ଶରୀର ତ୍ୟାଗ କଲେ ମୁକ୍ତି

ବ୍ରହ୍ମନିଷ୍ଠ ସନ୍ନ୍ୟାସୀ ଉଦାର ଭାବେ ଶୁଭକର୍ମ ଆହାର

ବିହାରାଦିରେ ପ୍ରବୃତ୍ତ ହୁଅନ୍ତି

ବ୍ରହ୍ମଜ୍ଞ ବ୍ୟକ୍ତି ଯଥେଚ୍ଛାଚରଣ କରନ୍ତି ନାହିଁ

ଯେ ବ୍ୟକ୍ତି ଯଥେଚ୍ଛାଚରଣ କରନ୍ତି ସେ ଶ୍ୱାନ ତୁଲ୍ୟ

 

- ଅଷ୍ଟମୋଲ୍ଲାସ-

ଅବଧୂତ ସନ୍ନ୍ୟାସୀମାନଙ୍କର ନୀତି

ଅବଧୂତ ସନ୍ନାସୀର ବ୍ରହ୍ମସୂତ୍ର ଧାରଣ ଓ ବ୍ରହ୍ମସୂତ୍ରର ବିବବିରଣ

ଅବଧୂତ ସନ୍ନ୍ୟାସୀର ନିର୍ଦ୍ଧିଷ୍ଟ ବାସ ଶୂନ୍ୟ

ଅତିଥି ଶବ୍ଦାର୍ଥ

ଅବଧୂତ ସନ୍ନ୍ୟାସୀ ଏକଗ୍ରାମେ ଏକ ରାତ୍ର ରହି ପର

ପ୍ରାତଃକାଳେ ଅନ୍ୟ ସ୍ଥାନକୁ ପ୍ରସ୍ଥାନ

ଅବଧୂତ ସନ୍ନ୍ୟାସୀ ଏକ ଗୃହରୁ ଏକବକ୍ତ ଭିକ୍ଷା ଗ୍ରହଣ

ଅବଧୂତ ସନ୍ନ୍ୟାସୀର ଗୃହୀ ଦ୍ୱାରେ ଭିକ୍ଷା

ଅବଧୂତ ସନ୍ନ୍ୟାସୀ ପ୍ରାଣରକ୍ଷାର୍ଥ ଭିକ୍ଷା କରି ଲାଭାଲାଭେ ସନ୍ତୋଷ

ମହାତ୍ମାମାନେ ଭିକ୍ଷାଦ୍ୱାରା ଜୀବନ ଧାରଣ କରନ୍ତି

ସନ୍ନ୍ୟାସୀର ଭିକ୍ଷା ଦ୍ରବ୍ୟ ସଞ୍ଚୟ ନିଷିଦ୍ଧ

ସନ୍ନ୍ୟାସୀ ପାକ କରିବା ଓ କରାଇବା ନିଷିଦ୍ଧ

ସନ୍ନ୍ୟାସୀ କୌଣସି ଗୃହରେ ଭିକ୍ଷା ନ କରି ଧର୍ମ ଦାଣ୍ଡରେ ଭିକ୍ଷା କରିବେ

ସନ୍ନ୍ୟାସୀ ମୃତ୍ତିକା ପାତ୍ରେ ବା ପତ୍ରାଦିରେ ଭୋଜନ କରିବେ ଅନ୍ୟଧାତୁ ମାୟାଦି ପାତ୍ରେ ଭୋଜନ ନିଷେଧ

ସନ୍ନ୍ୟାସୀ ଅଲେଖ ବ୍ରହ୍ମନାମ ଉଚ୍ଚାରଣ କରି ଭିକ୍ଷା ଗ୍ରହଣପୂର୍ବ୍ବକ ବିଚରଣ

ସନ୍ନ୍ୟାସୀ ଗମନ ସମୟରେ ପାଦାଗ୍ରେ ଦୃଷ୍ଟି ସ୍ଥାପନ

ଅବଧୂତ ସନ୍ନ୍ୟାସୀ ଭୂମିରେ ଶୟନ ଓ ଆସନ

ଅବଧୂତ ସନ୍ନ୍ୟାସୀ ପକ୍ଷେ କାମିନୀ ସଙ୍ଗ ଓ ସ୍ପର୍ଶ ନିଷେଧ

ବ୍ରହ୍ମଚର୍ଯ୍ୟର ବିବରଣ ଟୀ ୬୭

ସନ୍ନ୍ୟାସୀ ସ୍ତ୍ରୀ ସ୍ପର୍ଶ ନିଷେଧ, ସ୍ତ୍ରୀ ସଙ୍ଗିଙ୍କ ସଙ୍ଗ ମଧ୍ୟ ନିଷେଧ

ସନ୍ନ୍ୟାସୀର ତାମ୍ବୁଳ ଭକ୍ଷଣ ନିଷିଦ୍ଧ ଓ ଧାତୁ ଦ୍ରବ୍ୟ ଗ୍ରହଣ ଏବଂ ଯାନ ବାହାନାଦି ଆରୋହଣ ନିଷେଧ

ସନ୍ନ୍ୟାସୀର ଅର୍ଥତ୍ୟାଗର କାରଣ

ସନ୍ନ୍ୟାସୀର ଜ୍ଞାତି କୁଳାଦିରେ ଭିକ୍ଷା ନିଷେଧ

ସନ୍ନ୍ୟାସୀ ଜଗତ ଜନଙ୍କୁ ପିତୃମାତୃ ମନେ କରିବେ

ସନ୍ନ୍ୟାସୀ ଏକାକୀ ବା ଏକୋଽଧିକ ହୋଇ ଭ୍ରମଣ କରିବେ

ସନ୍ନ୍ୟାସୀର ବିଷୟୀ ଜନସଙ୍ଗ ତ୍ୟାଗ

ସନ୍ନ୍ୟାସୀ ଗ୍ରାମ୍ୟ ଗୀତ ଶ୍ରବଣେ ଚିତ୍ତ ଦେବେନାହିଁ

ଶବ୍ଦାଦି ବିଷୟର ଦୋଷ

ବ୍ରହ୍ମନିଷ୍ଠ ସନ୍ନ୍ୟାସୀ ବ୍ରହ୍ମ ବ୍ୟତୀତ ଅର୍ଦ୍ଧ ନିମିଷ ଅନ୍ୟସ୍ମରଣ କରିବେ ନାହିଁ

ସନ୍ନ୍ୟାସୀ ଜଗତ ଉପକାରାର୍ଥେ ଦେହ ଧାରଣ

ଉପକାର ଶବ୍ଦାର୍ଥ

ନିଷ୍କାମୀ ଓ ସକାମୀ ସମସ୍ତେ ପ୍ରଭୁଙ୍କଠାରେ ଭକ୍ତି କରିବେ

ନିଷ୍କାମୀ ଓ ସକାମୀର ମୁକ୍ତି

ଭବିଷ୍ୟତ୍ ଦୁଃଖ ତ୍ୟାଗ

ସନ୍ନ୍ୟାସୀ କାହାକୁ ନମସ୍କାର କରିବେ ନାହିଁ

ସନ୍ନ୍ୟାସୀ ଜାଯକ, ବ୍ରାହ୍ମଣ, ନୃପାଦିଗୃହେ ଭିକ୍ଷା ନିଷେଧ

ସନ୍ନ୍ୟାସୀର ସଂକଳ୍ପ ଦ୍ରବ୍ୟ ଗ୍ରହଣ ନିଷେଧ

ସନ୍ନ୍ୟାସୀ ସାଂସାରିକ ଉତ୍ସବ ସ୍ଥାନେ ଗମନ ନିଷେଧ

ବ୍ରହ୍ମନିଷ୍ଠ ବ୍ୟକ୍ତି ଶୈବ ଶାକ୍ତମାନଙ୍କ ଦ୍ରବ୍ୟ ଗ୍ରହଣ କରିବେ

ନାହିଁ ଓ ସେମାନଙ୍କ ହସ୍ତେ ଜଳ ଗ୍ରହଣ କରିବ ନାହିଁ

ଅସତ୍ ଶାସ୍ତ୍ରାଦି ଆଲୋଚନା ନିଷେଧ

ଅବୈରାଗ୍ୟ ବ୍ୟକ୍ତି ଆତିଥ୍ୟ ଗ୍ରହଣ କଲେ ପଶୁ ଜନ୍ମ ହୁଏ

ସନ୍ୟାସୀ ହୋଇ ଗୃହୀ ହେବା ନିଷିଦ୍ଧ

ଅବଧୂତ ସନ୍ନ୍ୟାସୀମାନଙ୍କର ଲକ୍ଷଣ

ଆଦ୍ୟ ଯୁଗରୁ ପର ସନ୍ନ୍ୟାସ ପନ୍ଥା ରହିଅଛି

ସନ୍ନ୍ୟାସୀର ମୃତ ଶରୀରକୁ ଭୂମିରେ ସମାଧି

ନିର୍ଗୁଣ ବ୍ରହ୍ମୋପାସକଙ୍କ ଆତ୍ମା ବ୍ରହ୍ମରେ ଲୀନ ହୁଏ

ସଗୁଣ ଉପାସକର ମୁକ୍ତି ଐଶ୍ୱର୍ଯ୍ୟ ଲାଭ

ଅଷ୍ଟ ଐଶ୍ୱର୍ଯ୍ୟର ବିବରଣ ଟୀ ୭୯

ଐଶ୍ୱର୍ଯ୍ୟାଦି ଲାଭେ ମୁକ୍ତି ନାହିଁ

ପ୍ରକୃତି ଲୀନ ବ୍ୟକ୍ତିର ପୁନର୍ବାର ଜନ୍ମ ଗ୍ରହଣ ଟୀ ୭୧

ସଗୁଣ ଉପାସକମାନଙ୍କର ମୁକ୍ତି କାଳର ସଂଖ୍ୟା

ନିର୍ଗୁଣ ବ୍ରହ୍ମୋପାସକର ମୁକ୍ତି କାଳ ସଂଖ୍ୟା ନାହିଁ

ସେମାନେ ପରଂବ୍ରହ୍ମରେ ଲୀନ ହୁଅନ୍ତି

 

 

 

ବ୍ରହ୍ମନିଷ୍ଠ ସନ୍ନ୍ୟାସୀକୁ ଅବମାନନା କରିବା ଅନୁଚିତ

ମଙ୍ଗଳାଚରଣ ବିବରଣ

ସମାପ୍ତ

 

ମହିମା-ଧର୍ମ୍ମ ପ୍ରତିପାଦକ

ଷଷ୍ଠୋଲ୍ଲାସ-ପ୍ରାରମ୍ଭ

————————

ପଞ୍ଚମ ଉଲ୍ଲାସରେ ଯାହାକି ମହିମା ଧର୍ମ୍ମର ବ୍ରହ୍ମୋପାସନା ମାର୍ଗ ଦ୍ୱିବିଧପନ୍ଥାର ବିଷୟ ଅଙ୍କିତ କରାହୋଇଅଛି ତାହା ସୁବିସ୍ତାରରୂପେ ଏହି ଷଷ୍ଠୋଲ୍ଲାସରେ ବ୍ୟଖ୍ୟା କରାଯାଉଅଛି ଯଥା--

ଅଲେଖ ବ୍ରହ୍ମ ଅବଧୂତ ଗୁରୁ ମହିମାଗୋସାଇଁ ଆଜ୍ଞା କରିଅଛନ୍ତି ଯେ ଏହି ବ୍ରହ୍ମଜ୍ଞାନ ଭକ୍ତି ଯୋଗର ଉପଦେଶ ଅବଧୂତ ଆଶ୍ରମ ସନ୍ୟାସୀମାନଙ୍କଠାରୁ ଗ୍ରହଣ କରିବ । ପ୍ରଥମେ ସେହି ବ୍ରହ୍ମବିଦ୍‌ଗୁରୁ ଅବଧୂତ ଆଶ୍ରମ ସନ୍ୟାସୀଙ୍କୁ ପ୍ରଣିପାତ ପୂର୍ବ୍ବକ ସେବା ଓ ପୂଜା କରିବ । ତତ୍‌ପରେ ଜ୍ଞାନାଜ୍ଞାନକୃତ ଯାହାକି ଦୃଷ୍କୃତ ତାହା ତାହାଙ୍କ ନିକଟରେ ବ୍ୟକ୍ତିକରି ବ୍ରହ୍ମଜ୍ଞାନ ଭକ୍ତିଯୋଗର ଯଥାବିଧି ଉପଦେଶ ଗ୍ରହଣ କରିବ । ଗୁରୁ ମଧ୍ୟ ଉପରୋକ୍ତ ବ୍ୟକ୍ତିର ମନୋଗତ ଭାବ ଜାଣି ତାହାର ଦୁଷ୍କୃତ ବିନାଶର ଉପାୟ କହି ବ୍ରହ୍ମଦୀକ୍ଷା ପ୍ରଦାନ କରିବେ । ଏହା ମହିମାଧର୍ମ୍ମର ଉପଦେଶ ନିୟମ ଅଟେ । ଗୃହସ୍ଥ ବ୍ୟକ୍ତିଙ୍କୁ ବା ଅନ୍ୟାନ୍ୟ ମତାବଲମ୍ୱୀମାନଙ୍କୁ ଗୁରୁପଦରେ ବରଣ କରିବା ନିଷେଧ ଅଟେ ।

ଉପରୋକ୍ତ ଗୁରୁବାକ୍ୟ ସହ ଶ୍ରୁତିଶାସ୍ତ୍ରର ପ୍ରମାଣ ସୁବିସ୍ତୃତରୂପେ ପ୍ରଦର୍ଶନ କରାଯାଉଅଛି-:-

ନିମଜ୍ୟୋନ୍ମନତାଂ ଘୋରେ ଭବାବ୍ଧୌ ପରମାଶ୍ରୟଣମ୍‌ ।

ସନ୍ତୋ ବ୍ରହ୍ମବିଦଃ ଶାନ୍ତା ନୌର୍ଦୃଢ଼େବାସ୍ପୁ ମଜ୍ଜତାମ୍‌॥

                        ଭା ୧୧ । ୨୬ । ୩୨

 

ଯେପରି ଜନମାନେ ଜଳରେ ନିମ୍ନଗ୍ନହୋଇ ଯାଉଥିଲେ ସେମାନଙ୍କର ନୌକାହିଁ ପରମ ଆଶ୍ରୟ, ସେହିରୂପ ଘୋର ଭବସାଗରରେ ନିମଜ୍ଜନ ଓ ଉନ୍ନଜ୍ଜନଶୀଳ ଜୀବମାନଙ୍କର ବ୍ରହ୍ମଜ୍ଞାନବିତ୍‌ ସାଧୁ ସକଳ ପରମ ଅବଲମ୍ବନ ।

 

ଉପରୋକ୍ତ ବ୍ରହ୍ମନିଷ୍ଠ ସାଧୁଙ୍କର ମାହାତ୍ମ୍ୟ ଗଙ୍ଗାଦେବୀଙ୍କୁ ଭଗୀରଥ କହିଅଛନ୍ତି :-

 

ସାଧବୋନ୍ୟାସିନଃ ଶାନ୍ତା, ବ୍ରହ୍ମିଷ୍ଠା ଲୋକପାବନାଃ

ହରନ୍ତ୍ୟଘଂ ତେଽଙ୍ଗସଙ୍ଗାତ୍‌ ତେଷ୍ୱାସ୍ତେହ୍ୟଘଭିଦ୍ଧରିଃ ।

                        ଭା ୯ । ୧୨ । ୬

 

ମାତଃ ! ସନ୍ନ୍ୟାସୀ ବ୍ରହ୍ମନିଷ୍ଠ ଶାନ୍ତ ସାଧୁଗଣ, ଲୋକପାବନ, ସେମାନଙ୍କର ସୁ ସ୍ୱ-ଅଙ୍ଗ ସଙ୍ଗଦ୍ୱାରା ଆପଣଙ୍କର ଅପବିତ୍ରତା ଦୂର କରିବେ । ପୁନଶ୍ଚ ଏହି ବ୍ରହ୍ମନିଷ୍ଠ ସନ୍ୟାସୀସାଧୁମାନଙ୍କ ନିକଟରେ ଜ୍ଞାନାଜ୍ଞାନ କୃତ ପାପ ପ୍ରକାଶ କରିବ । ସାଧୁମାନେ ପାପର ପ୍ରାୟଶ୍ଚିତ୍ତ ଏହିରୂପ ଉପଦେଶ ଦେବେ-: କୃତପାପ ନିମିତ୍ତ ସନ୍ତାପିତ ହୋଇ ‘‘ପୁନର୍ବାର ଏ କର୍ମ କରିବି ନାହିଁ ’’ ବୋଲି ଏହି ରୂପ ଦୃଢ଼ପ୍ରତିଜ୍ଞାପୂର୍ବ୍ବକ ପରଂବ୍ରହ୍ମଙ୍କଠାରେ ପ୍ରାର୍ଥନା କରିବ ବୋଲି ଆଦେଶ ଦେବେ । ଗୁପ୍ତ ପାପର ଦୋଷ ମହାତ୍ମା ଶଙ୍କରାଚାର୍ଯ୍ୟ କହିଅଛନ୍ତି :-

 

‘‘ଆମରଣାତ୍‌ କିଂଶଲ୍ୟଂ ପ୍ରଚ୍ଛନ୍ନଂ ଯତ୍‌କୃତଂ ପାପମ୍‌ ।’’

ରତ୍ନମାଳିକା । -

 

କେଉଁ ବସ୍ତୁ ମରଣକାଳ ପର୍ଯ୍ୟନ୍ତ ଶଲ୍ୟବତ୍‌ କଷ୍ଟପ୍ରଦ ? ପ୍ରଚ୍ଛନ୍ନ ଭାବରେ କୃତପାପ, ଅର୍ଥାତ୍‌ ଅନ୍ୟର ଅଜ୍ଞାତସାରରେ ଯେ ପାପ କରାହୁଏ, ତାହା ମୃତ୍ୟୁକାଳ ପର୍ଯ୍ୟନ୍ତ ଅନବରତ ଶଲ୍ୟ ତୁଲ୍ୟ ହୃଦୟ ବିଦ୍ଧକରେ ।

 

ପୁନଶ୍ଚ ମହାଭାରତରେ ଉକ୍ତ ଅଛି :-

ଯଥାଲବଣମମ୍ଭୋଭିରାପ୍ଳୁତଂ ପ୍ରବିଲୀୟତେ ।

ପ୍ରାୟଶ୍ଚିତ୍ତହତଂ ପାପଂ ତଥା ସଦ୍ୟଃ ପ୍ରଣଶ୍ୟତି ।

ତସ୍ମାତ୍‌ ପାପଂନ ଗୃହେତ୍‌ ଗୁହମାନଂ ବିବର୍ଦ୍ଧତେ ।

କୁହା ତୁ ସାଧୁଷ୍ୱାଖ୍ୟେୟଂ ତେ ତତ୍‌ ପ୍ରଶମୟନ୍ତ୍ୱି ତି ।

ଅନୁଶାସନପର୍ବ୍ବ ୧୬୨ । ୫୮ । ୫୯ ।

 

ଜଳରେ ଲବଣ ଯେ ପ୍ରକାର ଲୀନ ହୋଇଯାଏ, ସେହିପରି ପ୍ରାୟଶ୍ଚିତ୍ତ କଲେ ପାପ ସଦ୍ୟ ବିନଷ୍ଟ ହୁଏ । ଅତଏବ ଏହି ନିମିତ୍ତ ପାପକରି ତାହା ଗୋପନ କରିବ ନାହିଁ । ଗୋପନ କଲେ ତାହା ବୃଦ୍ଧି ପାଏ । ପାପକରି ସାଧୁମାନଙ୍କ ଜ୍ଞାପନ କଲେ ସେମାନେ ତାହାର ନିରସନୋପାୟ କରନ୍ତି । ପୁନଶ୍ଚ ମନ କହିଅଛନ୍ତି :-

 

କୃତ୍ୱା ପାପଂ ହି ସନ୍ତପ୍ୟ ତସ୍ମାତ୍‌ ପାପାତ୍‌ ପ୍ରମୁଚ୍ୟତେ ।

ଜୈବ କୃର୍ଯ୍ୟାତ୍ପୁ ନରିତ ନିବୃତ୍ତ୍ୟା ପୂୟତେ ତୁ ସଃ ।

ଅଜ୍ଞାନାତ୍‌ଯଦିବା ଜ୍ଞାନାତ୍‌ କୃତ୍ୱା କର୍ମ ବିଗର୍ହିତମ୍‌ ।

ତସ୍ମାଦ୍ୱିମୃକ୍ତିମନ୍ୱିଚ୍ଛନ୍‌ ଦ୍ୱିତୀୟମ୍ନ ସମାଚରେତ୍‌ ।

ମନୁ ୧୧। ୨୩୦ । ୨୩୨

 

ପାପକରି ତିନ୍ନିମିତ୍ତ ସନ୍ତାପ କଲେ ସେହି ପାପରୁ ମନୁଷ୍ୟ ମୃକ୍ତ ହୁଏ । ‘‘ଏପରିକର୍ମ ଆଉ କରିବି ନାହିଁ ’’ ଏହିପରି ପ୍ରତିଜ୍ଞା କରି ତହିଁରୁ ନିବୃତ୍ତ ହେଲେ ସେ ପବିତ୍ର ହୁଏ । କୌଣସି ବ୍ୟକ୍ତି ଅଜ୍ଞାତସାରରେ ବା ଜ୍ଞାତସାରରେ ପାପାଚରଣ କରି, ତହିଁରୁ ମୁକ୍ତି ଲାଭ କରିବାକୁ ଇଚ୍ଛାକରିଲେ ସେ ଆଉ ଦ୍ୱିତୀୟଥର ତାହା କରିବ ନାହିଁ । ଏହିରୂପ ପାପର ପ୍ରାୟଶ୍ଚିତ୍ତ ଶ୍ରୁତି ଶାସ୍ତ୍ରାଦିରେ ନିର୍ଦ୍ଧିଷ୍ଟ ଅଛି ।

 

ପୁନଶ୍ଚ ବ୍ରହ୍ମବିଦ୍‌ଗୁରୁଙ୍କଠାରୁ ଯେରୂପ ଉପଦେଶ ଗ୍ରହଣ କରିବ, ତାହା ଶାସ୍ତ୍ରନୁମତେ ବ୍ୟାଖ୍ୟା ହେଉଅଛି:-

 

ବ୍ରହ୍ମଣ୍ୟୁପରତଃ ଶାନ୍ତୋ ନିରିନ୍ଧନ ଇବାନଳଃ ।

ଅହେତୁକଦୟାସିନ୍ଧୁ ର୍ବ୍ବନ୍ଧୁ ରାନମତାଂ ସତାମ୍‌ ।

ତମାରାଧ୍ୟ ଗୁରୁଂ ଭକ୍ତ୍ୟା ପ୍ରାହ୍ୱ ପ୍ରଶ୍ରୟସେବନୈଃ ।

ପ୍ରସନ୍ନଂ ତମନୁ ପ୍ରାପ୍ୟ ପୃଚ୍ଛେତ୍‌ ଜ୍ଞାତବ୍ୟମାତ୍ମନଃ ।

 

ସ୍ୱାମୀ ନମସ୍ତେ ନତଲୋକବନ୍ଧୋ !

କାରୁଣ୍ୟସିନ୍ଧୋ ? ପତିତଂ ଭବାବ୍ଧୌ

ମାମୁଦ୍ଧରାମୋଘକଟାକ୍ଷଦୃଷ୍ଟ୍ୟା

ରୁଜ୍ୱାତିକାରୁଣ୍ୟ ସୁଧାଭିବୃଷ୍ଟ୍ୟା ।

ବିବେକଚୁଡ଼ାମଣି ୩୫ । ୩୭

 

ବ୍ରହ୍ମପଦାର୍ଥରେ ଯାହାଙ୍କ ଚିତ୍ତପ୍ରଶାନ୍ତ ହୋଇଅଛି ଯେ ଶାନ୍ତିଗୁଣରେ ବିମଣ୍ଡିତ ଯେ ଇନ୍ଧନ ଶୂନ୍ୟ ଅଗ୍ନିତୁଲ୍ୟ ନିର୍ମ୍ମଳ, ଯେ ଅହୈତୁକ ଦୟାସିନ୍ଧୁ ଏବଂ ବିନୟ ନମ୍ର ସାଧୁଗଣଙ୍କ ସୁହୃଦ୍ ତାଦୃଶ ଗୁରୁଦେବ ସକାଶେ ଉପସ୍ଥିତ ହୋଇ ଅନୁନୟ (ବିନୟ) ଆଦର ଓ ସେବାଦ୍ୱାରା ଆରାଧନ କରି ତାହାଙ୍କର ପ୍ରସନ୍ନତା ସାଧନପୂର୍ବ୍ବକ ଆତ୍ମଜ୍ଞାନ ବିଷୟ ପ୍ରଶ୍ନ କରିବେ । ହେ ସ୍ୱାମୀନ୍‌ ! ହେ ପ୍ରଣତଜନ ବନ୍ଧୋ ! ହେ କରୁଣା ସିନ୍ଧୋ ! ଆପଣଙ୍କୁ ନମସ୍କାର । ମୁଁ ଭବସାଗରରେ ନିପତିତ ରହିଅଛି, ଆପଣ ଅମୋଘ କଟାକ୍ଷପାତପୂର୍ବ୍ବକ ସରଳ କରୁଣାମୃତ ବର୍ଷଣଦ୍ୱାରା ମୋତେ ଉଦ୍ଧାର କରନ୍ତୁ । ପୁନଶ୍ଚ:-

ତସ୍ମାତ୍‌ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ୍‌ ।

ଶାଦ୍ଦେ ପରେ ଚ ନିଷ୍ଣାତଂ ବ୍ରହ୍ମଣ୍ୟୁ ପଶମାଶ୍ରୟମ ।

ଭା ୧୧ । ୩ ୨୧

 

ସୁମଙ୍ଗଳ ଜିଜ୍ଞାସୁ ବ୍ୟକ୍ତିର ଶବ୍ଦବ୍ରହ୍ମ-ପରଗାମୀ ଓ ପରଂବ୍ରହ୍ମରେ ନିମଗ୍ନ ଉପଶମାବଲମ୍ବୀ ଗୁରୁଙ୍କର ଶରଣ ନେବା ଆବଶ୍ୟକ । ଆଉମଧ୍ୟ :-

 

ବ୍ରହ୍ମଜ୍ଞାନୀ ଗୁରୁଂ ପ୍ରାପ୍ୟ ଶାନ୍ତଂ ନିଶ୍ଚଳମାନସମ୍‌ ।

ଧୃତ୍ୱା ତୁ ଚରଣାମ୍ୱୁଜଂ ପ୍ରାର୍ଥୟେଦ୍‌ଭକ୍ତିଭାବତଃ ।

କରୁଣାମୟ ଦୀନେଶ ତବାହଂ ଶରଣାଗତଃ ।

ତତ୍‌ପଦାମ୍ଭୋରୁହଚ୍ଛାୟାଂ ଦେହି ମୂର୍ଦ୍ଧ୍ରି ‌ଯଶୋଧନ ।

ଇତି ପ୍ରାର୍ଥ୍ୟ ଗୁରୁଂ ପଶ୍ଚାତ୍‌ ପୂଜୟିତ୍ଵା ସ୍ୱଶକ୍ତିତଃ ।

କୃତାଞ୍ଜଳିପୁଟୋ ଭୃତ୍ୱା ତୁଷ୍ଣୀ ତିଷ୍ଠେତ୍ୱ ଗୁରୋଃପୁରଃ ।

ମହାନ ୩ । ୧୨୯ । ୧୩୧

ସ୍ଥିରଚିତ୍ତ, ପ୍ରଶାନ୍ତି, ବ୍ରହ୍ମଜ୍ଞାନୀ ଗୁରୁ ପ୍ରାପ୍ତ ହେଲେ ଶିଷ୍ୟ ତାହାଙ୍କ ଚରଣ କମଳ ଧାରଣକରି ଭକ୍ତିଭାବେ ପ୍ରାର୍ଥନା କରିବେ ଯେ, ହେ କରୁଣାମୟ ! ହେ ଦୀନନାଥ ! ମୁଁ ଆପଣଙ୍କର ଶରଣାଗତ । ଯଶୋଧନ ! ଆପଣ ମୋହର ମସ୍ତକରେ ଆପଣଙ୍କର ଚରଣ କମଳ ଛାୟା ପ୍ରଦାନ କରନ୍ତୁ । ଶିଷ୍ୟ ଏହିରୂପ ପ୍ରାର୍ଥନାପୂର୍ବ୍ବକ ସାମର୍ଥ୍ୟାନୁସାରେ ଗୁରୁଙ୍କ ପୂଜାକରି ସମ୍ମୁଖେ କୃତାଞ୍ଜଳିପୁଟେ ମୌନଭାବେ ଅବସ୍ଥାନ କରିବ ।

ଗରୁର୍ବିଚାର୍ଯ୍ୟ ବିଧିବତ୍‌ ଯଥୋକ୍ତଂ ଶିଷ୍ୟଲକ୍ଷଣମ୍‌ ।

ଆହୂୟ କୃପୟା ଦଦ୍ୟାତ୍‌ ସଛିଷ୍ୟାୟ ମହାମନୁମ୍‌ ।

ମହାନି : ୩ । ୧୩୨

ଅନନ୍ତର ଗୁରୁ ଯଥାବିଧି ଯଥୋକ୍ତ (ଶାନ୍ତବିନୀତ ପ୍ରଭୃତି) ଶିଷ୍ୟ ଲକ୍ଷଣ ପରୀକ୍ଷାପୂର୍ବ୍ବକ ସତ୍‌ଶିଷ୍ୟକୁ କୃପାବିଷ୍ଟ ହୃଦୟରେ ଆହ୍ୱାନକରି ବ୍ରହ୍ମ ମହାମନ୍ତ୍ର ପ୍ରଦାନ କରିବେ । ପୁନଶ୍ଚ ଗୀତାରେ ଉକ୍ତ ଅଛି :-

ତଦ୍ୱିଧିପ୍ରଣିପାତେନ, ପରିପ୍ରଶ୍ନେନ ସେବୟା ।

ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ, ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ ।

ଗୀତା ୪ । ୩୪ ।

 

ତତ୍ତ୍ୱବିତ୍‌ ମହାତ୍ମାମାନଙ୍କୁ ପ୍ରଣାମ ଓ ସେବାଦ୍ୱାରା ( ସନ୍ତୋଷକରି ) ଉପଯୁକ୍ତ ପ୍ରଶ୍ନଦ୍ୱାରା ସେହି ଜ୍ଞାନ ଜାଣିବାକୁ ଯତ୍ନ କର । ତେବେ ତତ୍ତ୍ୱଦର୍ଶୀ ଜ୍ଞାନୀମାନେ ତୁମ୍ଭଙ୍କୁ ତାହା ଉପଦେଶ ଦେବେ ।

 

ଉପରୋକ୍ତ ଗୁରୁବାକ୍ୟ ସହ ଶ୍ରୁତିବାକ୍ୟ ଅନ୍ୱିତ କରାଗଲା । ଆଉ ମଧ୍ୟ ବ୍ରହ୍ମବିଦ୍‌ ଗୁରୁଜନ ଆଗମନ ସମୟେ ଉତ୍‍ଥାନ ନ ହୋଇ ଦଣ୍ଡାୟମାନ ହେବ ଓ ତାହାଙ୍କ ସମୀପେ ନ୍ୟୂନ ଓ କୃତାଞ୍ଜଳି ହୋଇ ସ୍ୱଚରଣ ଅଦୃଶ୍ୟ ଭାବରେ ସଂସ୍ଥାପନ କରି ବସିବ । ଏବଂ ଗୁରୁଙ୍କ ବାକ୍ୟ ଶ୍ରବଣରେ ହୁଁ କାରପଦ ଉଚ୍ଚାରଣ ନ କରି ଆଜ୍ଞା ଶବ୍ଦ ପ୍ରୟୋଗ କରିବ । କଦାଚ ଗୁରୁଆଜ୍ଞା ଲଘଂନ କରିବ ନାହିଁ । :-

 

ଆଗଚ୍ଛତୋ ଗୁରୂନ ଦୃଷ୍ଟା ନୋତ୍ତିଷ୍ଠେଦ୍‌ ଯୋ ମଦାନ୍ୱିତଃ ।

ତଥୈବ କୁଳଶାସ୍ତ୍ରାଣି ଶୂ୍ଦ୍ଧ୍ୟେଦେକୋପବାସତଃ ।

ମହାନି ୧୦।୧୬୮

 

ଯେ ବ୍ୟକ୍ତି ମଦଭରେ ଗୁରୁଜନଙ୍କୁ ଆସିବା ଦେଖି ସଂଭ୍ରମ ଗାତୋତ୍‍ଥାନ ନ କରନ୍ତି, ତାହାଙ୍କୁ ସେହି ପାପମୋଚନର ନିମିତ୍ତ ଦିନେ ଉପବାସ କରିବାକୁ ହେବ । ଆଉ ମଧ୍ୟ ଧର୍ମ୍ମଶାସ୍ତ୍ର ଅଧ୍ୟୟନ ସମୟରେ ଶୟନରୁ ଉତ୍‍ଥାନ ନ ହେଲେ ତଦ୍ରୂପ ଉପବାସ କରିବାକୁ ହେବ । ପୁନଶ୍ଚ ଏ ବିଷୟରେ ଯମରାଜା ବିପ୍ରଙ୍କ ପ୍ରତି କହିଅଛନ୍ତି :-

 

ସାଧୂନାଂ ଜନମାଲୋକ୍ୟ ନାଭ୍ୟୁଥ୍ୱାନଂ କରୋତି ଯଃ ।

ପ୍ରଣୟାଦରତୋ ବିପ୍ର ସ ନରୋ ନରକାତିଥିଃ ।

                        ପଦ୍ମପୁରାଣ ।

 

ହେ ବିପ୍ର ! ଯେ ବ୍ୟକ୍ତି ସାଧୁଜନଙ୍କୁ ଦେଖି ପ୍ରୀତି ଆଦର ସହିତ ଶଯ୍ୟାରୁ ସାବଧାନ ସହକାରେ ନ ଉଠେ ସେହିଜନ ନିଶ୍ଚୟ ନରକର ଅତିଥି ହୁଏ ।

 

ପାଦେନ ନାତ୍ରାମେତ୍‌ ପାଦଂ ନ ପୂଜ୍ୟାଭିମୁଖଂ ନୟେତ୍‌

ବୀରାସନଂ ଗୁରୋରଗ୍ରେ ତ୍ୟଜେତ୍‌ ବିନୟାନ୍ୱି ତଃ ।

                        ବିଷ୍ଣୁ ୩ । ୧୨ ।୨୫

 

ପଦଦ୍ୱାରା ପଦ ଆକ୍ରମଣ କରିବ ନାହିଁ । ପୂଜା ବ୍ୟକ୍ତିଙ୍କ ଅଭିମୁଖରେ ପଦସଂସ୍ଥାପନ କରିବ ନାହିଁ । ଗୁରୁଜନ ସମ୍ମୁଖେ ବିନୟୀ ହେବ, ବୀରାସନ (୫୧) ପରିତ୍ୟାଗ କରିବ ।

 

( ୫୧ ) ଏକପାଦମତ ଥୈକସ୍ମିନ୍‌ ଚିନ୍ୟସେଦୂରୂସଂସ୍ଥିତଂ

ଇତରସ୍କିଂସ୍ତଥା ପଶ୍ଚାଦ୍ୱାରାସନମିତୀରିତଂ ।

            ଘେରଣ୍ଡସଂହିତା ୨ । ୧୫

ଗୋଟିଏ ପଦ ଗୋଟିଏ ଉରୁର ଉପର ସ୍ଥାପନପୂର୍ବ୍ବକ ଅନ୍ୟ ପଦ ପଶ୍ଚାତ୍‌ ଦିଗରେ ରଖିଲେ ହିଁ ତାହାକୁ ବୀରାସନ ବୋଲାଯାଏ ।

 

ପୁନଶ୍ଚ :-

ନୀଚସଂଭାଷଣଂ ରୋଷଂ ଷ୍ଠୀବନଂ ବ୍ୟଗ୍ରତାଂ ତଥା ।

ପାଦପ୍ରସାରଣଂ ଚୈବ ଜପକାଳେ ତ୍ୟଜେତ୍‌ ସୁଧୀଃ ।

                        ବ୍ରହ୍ମାନନ୍ଦ ମୋକ୍ଷଗୀତା । ୫ । ୧୯

 

ସାଧୁ ପୁରୁଷ ଧ୍ୟାନମଗ୍ନ ସମୟେ ମ୍ଳେଚ୍ଛ ନୀଚଜାତିର ସହିତ କଥାବାର୍ତ୍ତା କରିବା ବା କୌଣସି କ୍ରୋଧ ପ୍ରକାଶ କରିବା ଆଉ ମଧ୍ୟ ଥୁକପକାଇବା ଏବଂ ତାହାଙ୍କ ସନ୍ନିକଟରେ କୌଣସି କାର୍ଯ୍ୟରେ ଲାଗିଯିବା ଓ ପାଦପ୍ରସାରଣ କରି ବସିବା ଏହା ବିବେକୀ ବ୍ୟକ୍ତିର କରିବା ଉଚିତ ନୁହେଁ-

 

ଗୁରୁସମୀପେ ଭୃତ୍ୟ ପ୍ରାଏ, ପ୍ରଥମେ ଥିବ ଯେ ଉଭାଏ ।

ଗୁରୁପ୍ରସନ୍ନେ ଆଜ୍ଞା ପାଇ, ବସିବ ଗୁରୁ ମୁଖଚାହିଁ ।

ସଭୟେ ସମୀପେ ବସିବ, ଚରଣ ଅଗ୍ର ନ ଦିଶିବ ।

                  ଜଗନ୍ନାଥଦାସ ଭାଗବତ ।

 

ଯୋ ବୈ ହୁଁକୃତ୍ୟ ହୁଁକୃତ୍ୟ ଗୁରୁଂ ନିଜତ୍ୟ ବାଦତଃ ।

ଅରଣ୍ୟେ ନିର୍ଜ୍ଜନସ୍ଥାନେ ସ ଭବେଦ୍‌ ବ୍ରହ୍ମରାକ୍ଷସଃ ।

                        ଗୁରୁଗୀତା ୬୦ ।

 

ଗୁରୁଙ୍କ ନିକଟେ କେଭେଁ ମିଥ୍ୟା ବାକ୍ୟ କହିବ ନାହିଁ । ଯେ ବ୍ୟକ୍ତି ହୁଁକାରପୂର୍ବ୍ବକ ବିଚାରରେ ଗୁରୁଙ୍କୁ ଜୟ କରେ ସେହି ବ୍ୟକ୍ତି ନିର୍ଜ୍ଜନ ଅରଣ୍ୟ ମଧ୍ୟେ ବ୍ରହ୍ମରାକ୍ଷସ ହୋଇ ବିଚରଣ କରେ । :-

 

ଗୁରୁଂହୁଁ କାରାନକୃତ୍ୱା ଯୋ ବଦେନ୍ୱୁଢ଼ଧୀନରଃ

ଅରଣ୍ୟପ୍ରାନ୍ତରେ ଦେଶେ ଭ୍ରମତି ବ୍ରହ୍ମରାକ୍ଷସଃ ।

                        ନାରଦୀୟେ

 

ଯେ ଶିଷ୍ୟ ଗୁରୁଙ୍କୁ ହୁଁ କାରକରି ସମ୍ୱୋଧନ କରେ, ବାକ୍ୟରେ ହୁଁକାର ଶବ୍ଦ ଉଚ୍ଚାରଣ କରେ ସେହି ମୂଢ଼ ନର ଅରଣ୍ୟ ମଧ୍ୟରେ ବ୍ରହ୍ମରାକ୍ଷସ ହୋଇ ଭ୍ରମଣ କରେ ॥

 

‘‘ଗୁରୁବାକ୍ୟ ଶୁନି କିଛି ନା କରିବେ ହାସ୍ୟ ।

ଗୁରୁର ବଚନେ ଆଜ୍ଞା କରିବେ ଅବଶ୍ୟ ।’’

 

ଯେ ନ କର୍ବ୍ବନ୍ତି ଗୁର୍ବ୍ବାଜ୍ଞାଃ ପାପି ଷ୍ଠାସ୍ତେ ନରାଧମାଃ ।

ନ ତେଷାଂ ନରକଃ କ୍ଳେଶଃ ନିସ୍ତାରଂ ମୁନିସତ୍ତମଃ । ତନ୍ତ୍ରବାକ୍ୟ

 

ଗୁରୁଆଜ୍ଞା ଯେ ବ୍ୟକ୍ତି ପାଳନ ନ କରେ, ସେ ପାପିଷ୍ଠ ଲୋକମଧ୍ୟରେ ନରାଧମ ଅଟେ । ହେ ମୁନିସତ୍ତମ ! ସେ ବ୍ୟକ୍ତି ନରକ କ୍ଳେଶରୁ ଉଦ୍ଧାର ପାଇପାରେ ନାହିଁ । ଆଉମଧ୍ୟ ସାଧୁ ପ୍ରକୋପିତ ହେଲେ ତାହାଙ୍କର ଉଦବେଗ ଉତ୍ପାଦନ କରିବା ସହିତ ନୁହେଁ, ଯେ ହେତୁ ସାଧୁର କ୍ରୋଧ କ୍ରୋଧ ନୁହେଁ :-

 

ସାଧୋଃ ପ୍ରକୋପି ତସ୍ୟାପି ମନୋ ନ ଯାତି ବିକ୍ରିୟାଂ ।

ନ ହି ତାପୟିତୁଂ ଶକ୍ୟଂ ସାଗରାମ୍ଭସ୍ତୃଣେଳ୍ବୟା ।

                        ହିତୋପଦେଶ ୧୨୬

 

ସାଧୁ ବ୍ୟକ୍ତି ପ୍ରକୋପିତ ହେଲେ ମଧ୍ୟ ତାହାଙ୍କର ମନ କୌଣସି ସମୟେ ବିକୃତ ହୁଏ ନାହିଁ । ସାଗର ଜଳ ତୃଣସ୍ଥିତ ଅଗ୍ନିକଣାଦ୍ୱାରା କେଭେଁ ଭସ୍ମ କରାଯାଏ ନାହିଁ । ସାଧୁମାନେ ଯେ କ୍ରୋଧର ଭାବ ପ୍ରଦର୍ଶନ କରନ୍ତି ତାହାକ୍ରୋଧ ନୁହେଁ । ବାହାରେ ଅନ୍ୟାୟର ଶାସନ ନିମିତ୍ତ କ୍ରୋଧରଭାଣମାତ୍ର, ତଦ୍ଦ୍ୱାରା ସେମାନଙ୍କର ମନରେ କୌଣସିରୂପେ ବିକାର ଉପସ୍ଥିତ ହୁଏ ନାହିଁ ।

ପୁନଶ୍ଚ:- ସତେର ରାଗ୍‌ ଜଲେର ଦାଗ୍‌ । ସାଧୁ ହୃଦୟେ ରାଗ ସ୍ଥାନ ପାୟ ନା । କୋନ କାରଣେ ଉପସ୍ଥିତ ହେଲେ ଆବାର ତଖନ ମିଲିଏ ଯାଏ ।

ଶ୍ରୀଶ୍ରୀ ରାମକୃଷ୍ଣ ଗୀତା ।

ଗୁରୁବ୍ରହ୍ମା ସ୍ୱୟଂ ସାକ୍ଷାତ୍‌ ସେବ୍ୟୋ ବନ୍ଦ୍ୟୋ ମୁମୁକ୍ଷୁଭିଃ ।

ନୋଦ୍‌ବେଜନାୟ ଏବାୟଂ କୃତଜ୍ଞେନ ବିବେକିନା ।

ସାରତତ୍ତ୍ୱୋପଦେଶ । ୧ ।

ଗୁରୁଦେବ ହିଁ ସ୍ୱୟଂସାକ୍ଷାତ୍‌ ବ୍ରହ୍ମାଙ୍କସ୍ୱରୂପ, ସେ ମୁମୁକ୍ଷୁଗଣ କର୍ତ୍ତୃକ ସେବନୀୟ, ଓ ବନ୍ଦନୀୟ, କୃତଜ୍ଞ ବିବେକୀ ବ୍ୟକ୍ତି ତାହାଙ୍କର ଉଦବେଗ ଉତ୍ପାଦନ କରିବ ନାହିଁ । ଅର୍ଥାତ୍‌ ଯହିଁରେ ଗୁରୁଦେବ ଉଦ୍‌ବିଗ୍ନ ହୁଅନ୍ତି, ସେପରି କାର୍ଯ୍ୟ କରିବା ବିବେକୀ ବ୍ୟକ୍ତିର କର୍ତ୍ତବ୍ୟ ନୁହେଁ ।

ଏକାକ୍ଷରପ୍ରଦାତାରଂ ଯୋ ଗୁରୁଂ ନାଭିମନ୍ୟତେ ।

ଶୁନାଂ ଯୋନିଶତଂ ଗତ୍ଵା ଚାଣ୍ଡାଳେଷ୍ୱପିଜାୟତେ ।

ଅନ୍ତ୍ରୀସଂହିତା । ୧୦ ।

 

ବ୍ରହ୍ମ ଏକାକ୍ଷର ଶିକ୍ଷକ ଗୁରୁଙ୍କୁ ଯେ ବ୍ୟକ୍ତି ସମ୍ମାନିତ ନ କରନ୍ତି, ସେ ଶଏଥର କୁକ୍କୁର ଜନ୍ମ ଭୋଗକରି ଅବଶେଷରେ ଚାଣ୍ଡାଳ ହୋଇ ଜନ୍ମଗ୍ରହଣ କରେ । ଏହି ଗୁରୁ ନିଷେଧର ବିବରଣ ବର୍ଣ୍ଣିତ ହେଉଅଛି :-

 

ପାଷାଣସ୍ୟ କ୍ରିୟତେ ନୌକା ସା ଭାରଂ ନ ଧାରୟେତ୍‌ ।

ଗୃହୀଗୁରୁର୍ନ କର୍ତ୍ତବ୍ୟୋ ନ ତରେନ୍ନ ଚ ତାରୟେତ୍‌ ।

ନାରଦଗୀତା । ୯ ।

 

ପ୍ରସ୍ତର ନୌକା ତିଆରିକରି ଯେପରି ସ୍ୱୟଂ ପାର ହୋଇ ନ ପାରେ ଓ ଅନ୍ୟକୁ ପାର କରିବାକୁ ସକ୍ଷମ ହୋଇପାରେ ନାହିଁ, ସେହି ପ୍ରକାର ଗୃହୀକୁ ଦୀକ୍ଷାଗୁରୁ କଲେ ନିଜେ ତରିପାରେ ନାହିଁ ଓ ଶିଷ୍ୟକୁ ତାରିପାରେ ନାହିଁ । ଏ ସମ୍ୱନ୍ଧେ ଭକ୍ତ ପ୍ରହ୍ଲାଦ କହି ଅଛନ୍ତି :-

 

ନ ତେ ବିଦୁଃ ସ୍ୱାର୍ଥ ଗତିଂହି ବିଷ୍ଣୁଂ

ଦୁରାଶୟା ଯେ ବହିରର୍ଥ ମାନିନଃ ।

ଅନ୍ଧା ଯଥାନ୍ଧୈରୁ ପନୀୟମାନା

ସ୍ତେଽପି ଶତ୍ତସ୍ତ୍ର୍ୟାମୁରୁଦାଗ୍ନିବଦ୍ଧାଃ ।

ଦ୍ଭା ୬ । ୫ ୩୧

 

ବିଷୟାସକ୍ତ ବ୍ୟକ୍ତିମାନଙ୍କୁ ଗୁରୁବୋଲି ବୋଧ କରିବା ଅନ୍ଧଚାଳିତ ଅନ୍ଧପରି ବିଷୟୀମାନେ ଗୁରୁପଦେଶ ଓ ତାହାଙ୍କୁ ଜାଣିପାରନ୍ତି ନାହିଁ । ସଂସାର କ୍ରିୟାରେ ରତହୋଇ ଯେଉଁ ବ୍ୟକ୍ତି ବ୍ରହ୍ମଜ୍ଞାନୀ ବୋଲି ପରିଚୟ ଦିଏ ସେ ଚଣ୍ଡାଳ ସଦୃଶ :-

 

ସାଂସାରିକକ୍ରିୟାସକ୍ତିଃ ବ୍ରହ୍ମଜ୍ଞୋଽସ୍ମୀତି ବାଦିନଃ ।

କର୍ମବ୍ରହ୍ମୋଭୟଭ୍ରଷ୍ଟ ସ୍ତଂତ୍ୟଜେଦନ୍ତ୍ୟଜଂ ଯଥା ।

ଅମନସ୍ଥ ବିବରଣ ୨ । ୭୧

 

ଯେ ବ୍ୟକ୍ତି ସାଂସାରିକ କ୍ରିୟାରେ ଆସକ୍ତ ଥାଇ ଆମ୍ଭେ ବ୍ରହ୍ମଜ୍ଞାନୀ ହୋଇଅଛୁଁ ଏହି କଥା କହନ୍ତି, ତାହା କର୍ମ ଓ ବ୍ରହ୍ମଜ୍ଞାନ ଅନ୍ତ୍ୟଜ ବ୍ୟକ୍ତି ତୁଲ୍ୟ ଭ୍ରଷ୍ଟ ହୋଇଯାଏ । ‘‘ଗୃହୀହୋକେ କହେ ଜ୍ଞାନ, ଭୋଗୀ ହୋକେ ଲଗାଏ ଧ୍ୟାନ । ଯୋଗୀ ହୋକେ ଠୁକେ ଭୋଗ୍, ଏତିନୋ ଆଦିମ କଲିକା ଠକ୍‌ ।

 

ଗୃହୀହୋଇ ବ୍ରହ୍ମଜ୍ଞାନ କହିବା, ରାଜସିଂହାସନ ଭୋଗ କରି ଧ୍ୟାନ କରିବା, ଯୋଗୀ ହୋଇ ଭୋଗ ଲାଳସାରେ ଆବଦ୍ଧ ଦେବା, ଏହି ତିନିବ୍ୟକ୍ତିଙ୍କୁ କଳି ଯୁଗର ଠକ ବୋଲାଯାଏ ।

 

ଗୃହୀକୁ ଗୁରୁ କରିବା ନିଷେଧର କାରଣ ବର୍ଣ୍ଣିତ ହେଲା । ପୁନଶ୍ଚ ବ୍ରହ୍ମାବଧୂତ ଗୁରୁମୂର୍ତ୍ତି ଆଜ୍ଞା କରି ଅଛନ୍ତି ଯେ ଏହି ବ୍ରହ୍ମଜ୍ଞାନ ଭକ୍ତିଯୋଗ ଉପଦେଶ ପ୍ରାପ୍ତ ହେଲାପରେ ପୂର୍ବ୍ବ ଅନ୍ୟାନ୍ୟ ମନ୍ତ୍ରଦାତା ଗୁରୁମାନଙ୍କୁ ତ୍ୟାଗ କରିବ ଓ ସେମାନଙ୍କଠାରେ ଗୁରୁତ୍ୱ କଳ୍ପନା କରିବ ନାହିଁ ।

 

ଏପରିସ୍ଥଳେ ଆଶଙ୍କା ହୋଇପାରେ ଯେ ଗୁରୁ ଓ ମନ୍ତ୍ର ତ୍ୟାଗ କଲେ ଦୋଷ ଜନ୍ମେ । ତନ୍ତ୍ରସାରରେ ଉକ୍ତ ଅଛି :-

 

ଗୁରୁତ୍ୟାଗଦ୍‌ ଭବେନ୍ମୃତ୍ୱୁ ମନ୍ତ୍ରତ୍ୟାଗାଦ୍‌ ଦରିଦ୍ରତା ।

ଗୁରୁମନ୍ତ୍ରପରି ତ୍ୟାଗାତ୍‌ ରୌରବଂ ନରକଂ ବ୍ରଜେତ୍‌ ।

 

ଗୁରୁ ତ୍ୟାଗକଲେ ମୃତ୍ୟୁ, ମନ୍ତ୍ର ତ୍ୟାଗକଲେ ଦରିଦ୍ର ହୁଏ, ଗୁରୁ ଓ ମନ୍ତ୍ର ଉଭୟ ତ୍ୟାଗକଲେ ରୌରବନାମକ ନରକରେ ବାସ ହୁଏ ॥

 

ଏପରିସ୍ଥଳେ ଗୁରୁ ଆଜ୍ଞା କରିଅଛନ୍ତି ଯେ ଅନ୍ୟାନ୍ୟ ମନ୍ତ୍ରଦାତା ଗୁରୁଙ୍କୁ ତ୍ୟାଗକରି ବ୍ରହ୍ମବିଦ୍‌ ବ୍ୟକ୍ତିଙ୍କୁ ଗୁରୁ କରିବ ? ଏହି ଆଶାଙ୍କା ନିବାରଣ ନିମିତ୍ତ ନିମ୍ନରେ ଶ୍ରୁତି ଉଲ୍ଲେଖ ହେଉଅଛି-:-

 

ଜ୍ଞାନାନ୍ମୋକ୍ଷମବାପ୍ନୋତି ଜ୍ଞାନଂ ହି ପରମୋ ମତଃ ।

ଅତୋ ଯୋ ଜ୍ଞାନଦାନେନ ହି ନକ୍ଷମସ୍ତଂ ତ୍ୟଜେଦ୍‌ଗୁରୁଃ ।

ପୂର୍ବ୍ବୋକ୍ତଦୋଷଯୁକ୍ତ ଶ୍ଚେତ ଦିବ୍ୟୋ ବା ବୀର ଏବ ବା ।

ତୟୋରପି ନ କର୍ତ୍ତବ୍ୟା ଶିଷ୍ୟେଣ ଗୁରୁଭାବନା ।

ତନ୍ତ୍ରବଚନଂ ।

 

ଏହାର ତାତ୍ପର୍ଯ୍ୟ ଏହି ଯେ ବ୍ରହ୍ମଜ୍ଞାନ ବିଷୟେ ଯେ, ଶିଷ୍ୟର ଅଭିଳାଷ ପୂରଣ କରିବାକୁ ଅସମର୍ଥ, ତାହାଙ୍କୁ ପରିତ୍ୟାଗକରି ଅନ୍ୟ ଗୁରୁର ଆଶ୍ରୟ ଗ୍ରହଣ କରିବା । ଯେହେତୁ ବ୍ରହ୍ମଜ୍ଞାନହିଁ ଶ୍ରେଷ୍ଠ, ଏବଂ ବ୍ରହ୍ମଜ୍ଞାନଦ୍ୱାରା ମୁକ୍ତି ପ୍ରାପ୍ତ ହୁଏ । ବୀରଭାବାଲମ୍ୱି ହେଉ, ବା ଦିବ୍ୟ-ଭାବାପନ୍ନ ହେଉ ଶିଷ୍ୟ ଯଦି ଜ୍ଞାନ ବା ଉଚ୍ଚସଂସ୍କାରର ନିମିତ୍ତ ଅନ୍ୟଗୁରୁ ଆଶ୍ରୟ କରନ୍ତି, ତାହା ହେଲେ ପୂର୍ବ୍ବଗୁରୁଠାରେ ଆଉ ଗୁରୁତ୍ଵ କଳ୍ପଣା କରିବ ନାହିଁ, ପୁନଶ୍ଚ ତନ୍ତ୍ରସାରରେ ଉକ୍ତ ଅଛି :-

 

ମଧୁଲୁବ୍ଧୋ ଯଥା ଭୃଙ୍ଗଃ ପୁଷ୍ପାତ୍‌ ପୁଷ୍ପାନ୍ତରଂ ବ୍ରଜେତ୍‌ । ଜ୍ଞାନଲୁବ୍ଧ ସ୍ତଥା ଶିଷ୍ୟୋ ଗୁରୋ ର୍ଚାର୍ବ୍ବନ୍ତରଂ ବ୍ରଜେତ୍‌ । ଅତଏବ ମହେଶାନି ! ଲକ୍ଷମେକଂ ଗୁରୁଂ ତ୍ୟଜେତ୍‌ ।

 

ମଧୁ-ଲୁବ୍ଧଭୃଙ୍ଗ ଯେରୂପ ଏକ ପୁଷ୍ପରୁ ମଧୁ ପାନକରି ମଧୁ ଶେଷହେଲେ ସମଧିକ ମଧୁପାନର ପ୍ରତ୍ୟାଶାରେ ଅନ୍ୟ ପୁଷ୍ପକୁ ଗମନ କରେ, ଜ୍ଞାନଲୁବ୍ଧ ଶିଷ୍ୟ ମଧ୍ୟ ସେହିରୂପ ଜ୍ଞାନପିପାସୁ ହୋଇ ନିଜ ଗୁରୁର ନିକଟ ନ ପାଇଲେ ଅନ୍ୟ ବ୍ରହ୍ମବିଦ୍ ଗୁରୁଙ୍କର ଶରଣାପନ୍ନ ହେବ । ମହେଶ୍ୱରୀ ! ଈଦୃଶ ଅବସ୍ଥାରେ ଏକଲକ୍ଷ ଗୁରୁ ମଧ୍ୟ ପରିତ୍ୟାଗ କରାଯାଇ ପାରିବ । ତହିଁରେ ଗୁରୁତ୍ୟାଗ ନିମିତ୍ତ କୌଣସି ଦୋଷ ହୁଏନାହିଁ ।

 

ପୁନଶ୍ଚ ଅହଂକାରାଦି ଦୋଷଯୁକ୍ତ ଗୁରୁଙ୍କୁ ତ୍ୟାଗକରିବା ମଧ୍ୟ ବିହିତ । ଶାସ୍ତ୍ରରେ ଉକ୍ତ ଅଛି-:-

 

ଗୁରୋରପ୍ୟବଲିପ୍ତସ୍ୟ କାର୍ଯ୍ୟାକାର୍ଯ୍ୟ ମଜାନତଃ ।

ଉତ୍ପଥଂ ପ୍ରତିପନ୍ନସ୍ୟ ପରିତ୍ୟାଗୋ ବିଧିୟତେ ।

 

ଅର୍ଥାତ୍‌ ଅହଂକାରାଦି ଦୋଷଯୁକ୍ତ, ଶାସ୍ତ୍ରର ବିଧିନିଷେଧ ବିଷୟରେ ଅଜ୍ଞ ଓ କୁପଥଗାମୀ ଗୁରୁଙ୍କୁ ଶିଷ୍ୟ ପରିତ୍ୟାଗ କରିବ ।

 

ଝୁଟେ ଗୁରୁକି ପକ୍ଷକୋ ତ୍ୟଜତ୍‌ ନକି ଜେବାର ।

ଦ୍ୱାରନାପାଓୟେ ଶବ୍‌ଦକା ଭଟକେ ବାରମ୍ୱାର ।

କବିରସାହିବ ଦୋଁହା । ୨ ।

 

ମିଥ୍ୟା ଗୁରୁର ଅନୁସରଣରୁ ଆଶୁ କ୍ଷାନ୍ତ ହୁଅ, ତାହା ନହେଲେ ଶବ୍ଦରୂପୀ ପରଂବ୍ରହ୍ମଙ୍କର ଅନୁସନ୍ଧାନ ପ୍ରାପ୍ତ ହେବ ନାହିଁ । ସୁତରାଂ ଭ୍ରମାନ୍ଧକାରରେ ଆଚ୍ଛନ୍ନ ରହି ବାରମ୍ବାର ଭବସାଗରରେ ନିମଜ୍ଜିତ ହେବ ।

 

 

କାନଫୁଙ୍କାଗୁରୁ ହଦକା ବେହଦକା ଗୁରୁ ଆଓର,

ବେହଦକାଗୁରୁ ଯବ ମିଲେ ତୋ ଲାଗେ ମିଠାଳା ଠୌର ।

କବିରସାହିବ ଦୋଁହା । ୩ ।

 

କାନଫୁଙ୍କା ଗୁରୁ ସାମାନ୍ୟ, ଅସାମାନ୍ୟ ଗୁରୁ ଯେ- ସେ ଅନ୍ୟରକମ । ସେହି ଅସାମାନ୍ୟଗୁରୁ ଯଦି ପ୍ରାପ୍ତ ହୁଅନ୍ତି, ତେବେ ପରିତ୍ରାଣର ଗୋଟିୟେ ସ୍ଥିର ନିଶ୍ଚୟ ହେଲା ଏହା ଜାଣିବ । ଯେପରିକି ବେଦାନ୍ତାଦି ଶାସ୍ତ୍ରରେ ଗୁରୁଶିଷ୍ୟର ଭାବ ପ୍ରକାଶ ଅଛି-ତଦନୁଯାୟୀ ଗୁରୁଙ୍କ ଗୁରୁଭାବ ଓ ଶିଷ୍ୟର ଶିଷ୍ୟଭାବ ପ୍ରକାଶ କରିବା ବିହିତ । ବୃଥାରେ ଲୋକମାନଙ୍କୁ ଠକି ଭଣ୍ଡି ନାନାପ୍ରକାର ଯନ୍ତ୍ରମନ୍ତ୍ର ଶିକ୍ଷା ଦେଇ ଓ କର୍ଣ୍ଣରେ ମନ୍ତ୍ର ଫୁଙ୍କି, ଉପଦେଶ ଦେଇ ନିଜ ସ୍ୱାର୍ଥ ସାଧନ କରିବା ନିତାନ୍ତ ଦୂଷଣୀୟ ଓ ଅଧଃପତନର କାରଣ ଅଟେ । ଏହିରୂପ ଉପଦେଶ ଗ୍ରହଣକରିବା ବ୍ୟକ୍ତି ମଧ୍ୟ ତଦ୍ରୂପ ଅଧପତିତ ହୁଅନ୍ତି । ପୂର୍ବେ ଯେଉଁ ରୂପ ମହର୍ଷି ଶୁକଦେବଙ୍କଠାରୁ ପରୀକ୍ଷିତ ମହାରାଜା ଜ୍ଞାନର ଉପଦେଶ ଗ୍ରହଣ କରିଥିଲ, କିନ୍ତୁ କର୍ଣ୍ଣଫୁଙ୍କି ମନ୍ତ୍ରଉପଦେଶ ଗ୍ରହଣ କରିନଥିଲେ; ତାହାଙ୍କ ମନରେ ଯାହାକି ସନ୍ଦେହ ଥିଲା ତାହା ମହର୍ଷି ଶୁକଦେବ ନିବାରଣ କରିବାରୁ ତାହାଙ୍କୁ ସେ ଗୁରୁବୋଲି ମାନିଲେ । ତଦ୍ରୂପ ଜେର୍ଷି ଜନକ ଯାଜ୍ଞବଲ୍ମ୍ୟଙ୍କୁ ଗୁରୁ କରିଥିଲେ, କିନ୍ତୁ କାନଫୁଙ୍କାଇ ମନ୍ତ୍ରଗ୍ରହଣ କରିନଥିଲେ । ଏହିପରି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରଶ୍ନ କଲେ, ଯହିଁରେ କି ଗୀତା ଗଠିତ ହୋଇଅଛି । ଯେତେବେଳେ ଅର୍ଜୁନଙ୍କର ସର୍ବ୍ବ ସନ୍ଦେହ ଦୂର ହୋଇଗଲା, ତେତେବେଳେ ଅର୍ଜୁନ ଭଗବାନଙ୍କୁ ଗୁରୁବୋଲି ମାନିଲେ । କର୍ଣ୍ଣରେ ଫୁଙ୍କି ମନ୍ତ୍ରଉପଦେଶ ଦେଇନାହାନ୍ତି । ଦେଖନ୍ତୁ ଭକ୍ତ ହନୁମାନଙ୍କୁ ରାମଚନ୍ଦ୍ର କାନ ଫୁଙ୍କିକରି କୌଣସି ମନ୍ତ୍ର ଶୁଣାଇ ନାହାନ୍ତି । ହନୁମାନ ଯଥାର୍ଥ ପ୍ରଶ୍ନ କରିଥିଲେ, ରାମଚନ୍ଦ୍ର ଯଥାର୍ଥ ଉତ୍ତରଦେଇ ତାହାଙ୍କ ଅଜ୍ଞାନକୁ ଦୂରକରିବାରୁ ହନୁମାନ୍ ରାମଚନ୍ଦ୍ରଙ୍କ ଗୁରୁବୋଲି ମାନିଲେ । ସେହିପରି ଯଜ୍ଞବଲ୍କୀ ସୂର୍ଯ୍ୟଙ୍କଠାରୁ ଉପଦେଶ ନେଇଥିଲେ ଓ ନଚିକେତା ଯମରାଜଙ୍କଠାରୁ ଆତ୍ମବିଦ୍ୟାକୁ ଗ୍ରହଣ କରିଥିଲେ, କିନ୍ତୁ କର୍ଣ୍ଣଫୁଙ୍କାଇ ନ ଥିଲେ । ଏହିରୂପ ବ୍ରହ୍ମଙ୍କଠାରୁ ମହର୍ଷି ଅଥର୍ବା ଓ ଅଥର୍ବାଙ୍କଠାରୁ ଅଙ୍ଗିରା, ଅଙ୍ଗିରାଙ୍କଠାରୁ ଭରଦ୍ୱାଜ, ଭରଦ୍ୱାଜଙ୍କଠାରୁ ଅଙ୍ଗୀରସ ଏବଂ ଅଙ୍ଗିରସଙ୍କଠାରୁ ଶୌନକ ବ୍ରହ୍ମଜ୍ଞାନ ଉପଦେଶ ଗ୍ରହଣ କରିଥିଲେ । ଆଉମଧ୍ୟ ବିଦୂର ସନତକୁମାରଙ୍କଠାରୁ ଆତ୍ମା ବିଦ୍ୟା ଗ୍ରହଣ କରିଥିଲେ, କିନ୍ତୁ କର୍ଣ୍ଣଫୁଙ୍କାଇ ନ ଥିଲେ, ବିଶିଷ୍ଠଙ୍କଠାରୁ ରାମଚନ୍ଦ୍ର ବହ୍ମବିଦ୍ୟା ଉପଦେଶ ନେଇଥିଲେ, କିନ୍ତୁ କେହିହେଲେ ପୂର୍ବ୍ବ ଯୁଗରେ କର୍ଣ୍ଣଫୁକାଇ ମନ୍ତ୍ରଉପଦେଶ ଗ୍ରହଣ କରିନାହାନ୍ତି । ବଡ଼ ବଡ଼ ତତ୍ତ୍ୱବୋତ୍ତା ବୈଦାନ୍ତିକମାନେ ଇହଯୁଗରେ ବା ପୂର୍ବ୍ବ ଯୁଗରେ ଶିଷ୍ୟର ଭ୍ରମଜାଲକୁ ଚ୍ଛେଦନ କରାଇ ତାହାଙ୍କ ଅଭିଲକ୍ଷିତ ଆତ୍ମବିଦ୍ୟା ଉପଦେଶ ଦେଇ ଅଛନ୍ତି, ଶିଷ୍ୟଗଣ ତଦ୍ରୂପ ମହାତ୍ମାମାନଙ୍କୁ ଗୁରୁପଦରେ ବରଣ କରି ଅଭିବାଦନ କରିଅଛନ୍ତି ।

 

ଆଜିକାଲି ଯେଉଁ ଜୀବିକାନିର୍ବ୍ବାହ ଗୁରୁପଣିଆ ପ୍ରଚଳିତ ହୋଇଅଛି, ସେମାନଙ୍କୁ ଅଭ୍ୟର୍ଥନା କରିବା ସର୍ବ୍ବଦା ଅବିଧେୟ । କେବଳ ଅବଧୂତାବଲମ୍ୱୀ ତତ୍ତ୍ୱବିଦ୍‌ ବ୍ରହ୍ମନିଷ୍ଠ ଗୁରୁଙ୍କଠାରୁ ଉପଦେଶ ଗ୍ରହଣକରିବା ସମୁଚିତ ।

 

କବିର ଯୋହି ଗୁରୁତେ ଭୟତେ ମୋଟେ ଭାନ୍ତିମନକି ନଯାୟ ।

ଗୁରୁତୋ ୟାସା ଚାହିୟେ ଯୋ ଦେଇ ବ୍ରଦ୍ସ ଦଶେୟ ।

କବିରସାହିବ ଦୋହା । ୫ ।

 

ହେ କବିର ! ଯେଉଁ ଗୁରୁଙ୍କଠାରୁ ମନଭ୍ରମ ଏବଂ ଭବଭୟଭଞ୍ଜନ ନ ହୁଏ ଏପରି ଗୁରୁରେ ପ୍ରୟୋଜନ ନାହିଁ ଯେ ବ୍ରହ୍ମଙ୍କୁ ପ୍ରଦର୍ଶନ କରିପାରନ୍ତି ସେହି ଗୁରୁହିଁ ଅନ୍ୱେଷଣ କରିବା ଆବଶ୍ୟକ ।

 

ଜ୍ଞାନକହିଁ ଅଜ୍ଞାନ ବିନ ତମ ବିନ କହେଁ ପ୍ରକାଶ ।

ନିରଗୁଣ କହେଁ ଯୋ ସଗୁଣବିନୁ ସୋ ଗୁରୁ

ତୁଲସୀ ଦାସ ।

ତୁଳସୀ ଦାସ

 

ଅଜ୍ଞାନତା-ହୀନଜ୍ଞାନକଥା, ତମୋବିହୀନ ପ୍ରକାଶ, ଏବଂ ସଗୁଣ ରହିତ ନିର୍ଗୁଣ ବିଷୟ ଯେ ଉପଦେଶ ଦେଇ ପାରନ୍ତି ହେ ତୁଳସୀ ! ତୁମ୍ଭେ ତାହାଙ୍କୁହିଁ ଗୁରୁବୋଲି ଜ୍ଞାନକର ।

 

ଅନ୍ୟାନ୍ୟ ଅତତ୍ତ୍ୱଦର୍ଶି ଓ କାନଫୁଙ୍କା ଗୁରୁ ତ୍ୟାଗର ବିଷୟ ବ୍ୟାଖ୍ୟା କରାଗଲା । ଆଉମଧ୍ୟ ଗୁରୁ ସମ୍ୱନ୍ଧେ ପାଣ୍ଡିତ୍ୟାଦି ଗୁଣ ବିଚାର ଆବଶ୍ୟକ ନାହିଁ । କେବଳ ଆତ୍ମତତ୍ତ୍ୱବିତ୍‌ ବ୍ୟକ୍ତିଙ୍କୁ ଗୁରୁ କରିବ :-

 

ବାରାବୈଖରୀ ଶବ୍ଦଝରୀ ଶାସ୍ତ୍ରବ୍ୟାଖ୍ୟା ନ କୌଶଲମ୍ ।

ବୈଦୂଷ୍ୟାଂ ବିଦୁଷାଂ ତଦ୍‌ବୈ ଭୁକ୍ତୟେ ନତୁ ମୁକ୍ତୟେ

ବିବେକ ଚୂଡ଼ାମଣି । ୬୦

 

ବାରାବୈଖରୀ ଓ ଶବ୍ଦଝରୀ ଇତ୍ୟାଦି ବାକ୍ୟ ଯେପରି ଶାସ୍ତ୍ର ବ୍ୟାଖ୍ୟା ସମ୍ୱନ୍ଧେ କୌଶଳ ମାତ୍ର, ସେହିରୂପ ପଣ୍ଡିତମାନଙ୍କର ପାଣ୍ଡିତ୍ୟ ପ୍ରକାଶ କେବଳ ମାତ୍ର ଭୁକ୍ତିର ନିମିତ୍ତ, ମୁକ୍ତିର ନିମିତ୍ତ ନୁହେଁ ।

 

 

ଏ ସମ୍ବନ୍ଧେ ତୁଳସୀ ଦାସ କହିଅଛନ୍ତି:-

 

ପଣ୍ଡିତ ଓ ମଶାଇଚି ଇନକି ଗତ କହା ନାଯାୟ ।

ପରକେ ଦିୟା ଦେଖାୟ କେ ଆପ ଆଁଧାରେ ଧାୟ ।

ଦୋହାବଳୀ ୨ । ୨୫

 

ତତ୍ତ୍ୱ ଜ୍ଞାନହୀନ ପଣ୍ଡିତ ଓ ଦୀପଧାରକ ଏ ଉଭୟଙ୍କର ଦୁର୍ଗତିର କଥା କ’ଣ କହିବା ? ଏମାନେ କେବଳ ଉଦର ଉପରୋଧେ ଶାସ୍ତ୍ରୀୟ ଶ୍ଳୋକ ଓ ଦୀପାଲୋକଦ୍ୱାରା ବିଷୟୀଜନମାନଙ୍କୁ ପଥ ଦେଖାଇ ନିଜେ ଅନ୍ଧକାରରେ ଗମନ କରନ୍ତି ।

 

ନୈବାତ୍ର କାବ୍ୟଗୁଣ ଏ ଚତୁ ଚିନ୍ତନୀୟୋ

ଗ୍ରାହ୍ୟଃ ପରଂ ଗୁଣବତା ଖଳୁସାର ଏବ ।

ସିନ୍ଦୂରଚିତ୍ରରହିତା ଭୁବି ରୂପଶୂନ୍ୟା

ପାରଂ ନ କିଂ ନୟତି ନୌରିହ ଗନ୍ତୁକାମାନ୍ ।

ଅବଧୂତଗୀତା ୨ । ୨ ।

 

ଗୁରୁସମ୍ୱନ୍ଧେ ପାଣ୍ଡିତ୍ୟ ଗୁଣ ବିଚାର କରିବା ଆବଶ୍ୟକ ନୁହେଁ । ଗୁଣବାନ୍‌ ଜନମାନେ ସାରହିଁ ଗ୍ରହଣ କରିଥାନ୍ତି । ସିନ୍ଦୂର ଚିତ୍ରରହିତ କୁରୂପ ନୌକା କି ଗମନେଚ୍ଛେୁକ ବ୍ୟକ୍ତିକୁ ପାର କରି ନ ନିଏ ?

 

ଆଉମଧ୍ୟ ବେଦଶାସ୍ତ୍ର ଆଲୋଚନାକରି ପୁଙ୍ଖାନୁପୁଙ୍ଖଭାବେ ତାହାର ଅର୍ଥଜ୍ଞାତ ହୋଇ ଧର୍ମାଚରଣରେ ରତହେବା ସମୁଚିତ । ବେଦଭାର ବହି ସ୍ୱର ସହିତ ପଠନ କରିବା କି ଆବଶ୍ୟକ-?

 

ସ୍ଥାଣୁରୟଂ ଭାରହାରଃ କିଳାଭୂଦଧୀତ୍ୟ ବେଦଂ

ନ ବିଜାନାତି

ଯୋଽର୍ଥମ୍‌ ଯୋଽର୍ଥଜ୍ଞ ଇତ୍ସକଳଂ ଭଦ୍ରମଶ୍ନୁତେ

ନାକମେତି ଜ୍ଞାନବିଧୂତପାପ୍କା ।

ନିରୁକ୍ତ ୧ । ୧୮

 

ଯେଉଁମାନେ ବେଦକୁ କେବଳ ସ୍ୱରସହିତ ପାଠ କରନ୍ତି, ତହିଁର ଅର୍ଥ ଜାଣନ୍ତି ନାହିଁ ସେମାନେ କେବଳ ଭାର ବହନ୍ତି, ତହିଁର ଅର୍ଥ ଜାଣନ୍ତି ନାହିଁ ସେମାନେ କେବଳ ଭାର ବହନ୍ତି, ବୃକ୍ଷ ଯେପରି ଡାଳ, ପତ୍ର, ଫୁଲ ଫଳର ଭାର ବହେ, ଏବଂ କେହି ପଶୁ ଯେପରି ଧାନ୍ୟାଦି ଶିଷ୍ୟ ଭାର ବହେ,ତାହାର କୌଣସି ପ୍ରତିପାଦ୍ୟ ବିଷୟ ହୃଦୟଙ୍ଗମ କରିପାରେ ନାହିଁ । ଯେଉଁମାନେ ବେଦର ଅର୍ଥଜାଣି ତାହା ପାଠ କରନ୍ତି, ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଭୋଗ କରନ୍ତି ଏବଂ ଜ୍ଞାନପୂର୍ବ୍ବକ ପବିତ୍ର ଧର୍ମାଚରଣ ପ୍ରଭାବରୁ ଦେହାନ୍ତରରେ ସର୍ବାନନ୍ଦ ପ୍ରାପ୍ତ ହୁଅନ୍ତି ।

 

ମହିମାଧର୍ମ୍ମରେ ଯେରୂପ ଗୁରୁଙ୍କଠାରୁ ଉପଦେଶ ଗ୍ରହଣ କରିବ, ତାହା ଉପରୋକ୍ତ ଗୁରୁବାକ୍ୟସହ ଶ୍ରୁତିର ସାମଞ୍ଜସ୍ୟ କରାଗଲା । ଅଧୁନା ଗୃହସ୍ଥାପନ୍ଥାର ନୀତି ବର୍ଣ୍ଣିତ ହେଉଅଛି ;-

 

ବ୍ରହ୍ମ ଉପାସକ ଗୃହସ୍ଥ ନିରାସକ୍ତ ଭାବରେ ପରଂବ୍ରହ୍ମଙ୍କୁ ସ୍ମରଣପୂର୍ବ୍ବକ ଗୃହସ୍ଥର କର୍ମ୍ମ କରି ତାହା ପରଂବ୍ରହ୍ମଙ୍କଠାରେ ଅର୍ପଣ କରିବ । ଅନ୍ୟ ଜନରଞ୍ଜନ-ଭୂଷଣ ତ୍ୟାଗପୂର୍ବ୍ବକ ପବିତ୍ର ଗୈରିକ ବସ୍ତ୍ର ପରିଧାନ କରିବ । ପୁତ୍ରଲାଭନିମନ୍ତେ ସ୍ୱପତ୍ନୀର ଋତୁ ସପ୍ତଦିନ ଭୋଗ ଶୁଦ୍ଧପରେ ସଂସର୍ଗ କରିବ । ଅନ୍ୟଦିନରେ ସଂସର୍ଗ କରିବ ନାହିଁ । ସୁତକ ଅଶୌଚ ହେଲେ ଏକବିଂଶ ଦିନେ ଶୁଚି ହେବ । ମୃତକ ଅଶୁଚି ହେଲେ ମଧ୍ୟ ଯଥା ବିଧାନେ ଶୁଚି ହେବ । ସୁତକାଦି ଅଶୌଚାଦି ବ୍ୟକ୍ତି ଓ ରଜସ୍ୱଳାନାରୀ ଏମାନଙ୍କୁ ସ୍ପର୍ଶ କରିବନାହିଁ । ଦ୍ୟୂତକ୍ରୀଡ଼ା ପ୍ରଭୃତିରେ ରତ ହେବନାହିଁ ଓ ସେପରିସ୍ଥଳେ ବାସ ମଧ୍ୟ ନିଷିଦ୍ଧ । ବୃଥା କର୍ମ ଓ ନଟ ନାଟ୍ୟାଦିରେ ରତ ହେବ ନାହିଁ । ବନ ପଶୁପକ୍ଷୀଙ୍କୁ ବନ୍ଧନ କରି ରଖିବ ନାହିଁ ଓ ନ୍ୟାୟସଙ୍ଗତ ନିର୍ଲ୍ଲୋଭଭାବେ ଧନ ଉପାର୍ଜ୍ଜନ ପୂର୍ବ୍ବକ କର୍ମଦ୍ୱାରା ଯାହା ଲଭ୍ୟ ତହିଁରେ ସନ୍ତୁଷ୍ଟ ରହିବ । କୌଣସି ଅସତ୍‌ ପଥରେ ଅର୍ଥ ବ୍ୟୟ ନ କରି ଅବଧୂତ-ଆଶ୍ରମ-ବ୍ରହ୍ମନିଷ୍ଠ ସନ୍ୟାସ ଅତିଥିପୂଜାରେ ଓ ବାଲ୍ୟଲୀଳା ପ୍ରଭୃତି ସତ୍‌କାର୍ଯ୍ୟରେ ଅର୍ଥ ବ୍ୟୟ କରିବ । ପିତା ମାତାଙ୍କ ଶୁଶ୍ରୂଷା ଯଥାବିଧି କରିବ ଓ ସାଧୁ ଗୁରୁଜନଙ୍କ ସେବାରେ ନିଯୁକ୍ତ ଥିବ । ସ୍ୱସ୍ତ୍ରୀକୁ ସ୍ୱଧର୍ମରେ ଦୀକ୍ଷିତ କରାଇବ । ଗୃହସ୍ଥ ପୁତ୍ର ପୌତ୍ରାଦିଙ୍କୁ ମଧ୍ୟ ସଦ୍‌ବିଦ୍ୟା ଉପଦେଶଦ୍ୱାରା ବ୍ରହ୍ମ ଉପାସନାରେ ପରିଣତ କରାଇବ । ଅଦୃଷ୍ଟ ବଶତଃ ଯଦି ବ୍ୟାଧିପ୍ରଭୃତି ଦୁଃଖ ଉପସ୍ଥିତ ହୁଏ, ତାହାହେଲେ ସିଦ୍ଧ ସାଧୁ ଭକ୍ତ ସମସ୍ତ ମିଳି ପରଂବ୍ରହ୍ମଙ୍କଠାରେ ଶରଣପୂର୍ବ୍ବକ ପ୍ରାର୍ଥନା କରିବ । କଦାଚ କବିରାଜଦ୍ୱାରା କୃତ ଔଷଧ ସେବନ କରିବନାହିଁ । ମୃତ୍ୟୁ ସମ୍ୱନ୍ଧେ ଭୟ କରିବ ନାହିଁ ଓ ସ୍ୱୀୟ ବନ୍ଧୁବାନ୍ଧବାଦିଙ୍କ ମୃତ୍ୟୁରେ ଶୋକ ତ୍ୟାଗ କରିବ । ପୁତ୍ର ପୌତ୍ରାଦିଙ୍କୁ ବ୍ରହ୍ମ ସ୍ମରଣ କରାଇ ବ୍ରହ୍ମବିବାହ ବିଧି ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦନ କରିବ । ନିଜଧର୍ମ ଆଶ୍ରମସ୍ଥାନ ଓ ସମାଜ ଉନ୍ନତିରେ ଯତ୍ନ ଥିବ । ଗୃହସ୍ଥର ସ୍ତ୍ରୀ ନିଜ ପତି ବ୍ୟତୀତ ଅନ୍ୟପୁରୁଷକୁ ପତି ବୋଲି କଳ୍ପଣା କରିବ ନାହିଁ । ସ୍ୱାମୀଙ୍କ ସେବା ଶୁଶୂଷାରେ ନିଯୁକ୍ତ ରହିବ ଓ ଅପର ବ୍ୟକ୍ତିର ମୁଖାବଲୋକନ କରିବ ନାହିଁ । ନିଜର ଦୁହିତାକୁ ସଦ୍‌ଶିକ୍ଷା ଦେବ ଏବଂ ପତିର ଯାହାକି ଧର୍ମ୍ମ ସେହିଧର୍ମ୍ମରେ ଯେପରି ଧର୍ମ୍ମିଣୀ ହେବ । ଅନ୍ୟଧର୍ମ୍ମ, କର୍ମବ୍ରତ, ତୀର୍ଥ, ଯାତ୍ରା ପ୍ରଭୃତିରେ ଚିତ୍ତ ଦେବନାହିଁ ଏବଂ ସନ୍ୟାସ, ସାଧୁ, ଅତିଥି ସେବା ପୂଜା କାର୍ଯ୍ୟରେ ତତ୍ପର ହେବ ଓ ସର୍ବ୍ବଦା ସ୍ୱାମୀର ଅଧୀନରେ ରହିବ ।

ଅଙ୍ଗ ଅସ୍ପୃଶ୍ୟ ହେଲେ ସପ୍ତଦିନରେ ଶୁଚି ହୋଇ ସ୍ୱାମୀସହ ବାସ କରିବ । ତାହା ଅନ୍ୟଦିନରେ ନିଷିଦ୍ଧ । ଉକ୍ତ ଅଙ୍ଗ ଅସ୍ପୃଶ୍ୟ ସପ୍ତଦିନ ମଧ୍ୟରେ ଗୃହର ରନ୍ଧନାଦି କାର୍ଯ୍ୟରେ ନିଯୁକ୍ତ ନ ହୋଇ ପୃଥକ୍‌ଭାବେ ରହିବ ।

ସ୍ୱାଧ୍ୱୀ ସ୍ତ୍ରୀ ଉପରୋକ୍ତ ନୀତିଗୁଡ଼ିକ ପାଳନ କରି ସର୍ବ୍ବଦା ପରଂବ୍ରହ୍ମଙ୍କ ଉପାସନାରେ ନିଯୁକ୍ତ ଥିବ ।

ଗୃହସ୍ଥ ପନ୍ଥାର ଯାହାକି ଧର୍ମନୀତି ଗୁରୁ ଆଜ୍ଞା କରି ଅଛନ୍ତି, ତାହା ଉପରୋକ୍ତ ବାକ୍ୟଗୁଡ଼ିକରେ ବର୍ଣ୍ଣିତ କରାଗଲା । ସମ୍ପ୍ରତି ତଦନୁଯାୟୀ ଶ୍ରୁତିର ବ୍ୟାଖ୍ୟା କରାଯାଉଅଛି ଯଥା:—ନିରାସକ୍ତଭାବେ କର୍ମ କରିବାର ବିବରଣ ବଶିଷ୍ଠ ରାମଚନ୍ଦ୍ରଙ୍କୁ କହି ଅଛନ୍ତି :-

ଅନ୍ତଃ ସଂତ୍ୟକ୍ତସର୍ବ୍ବାଶୋ ବୀତରାଗୋ ବିବାସନଃ ।

ବହିଃ ସର୍ବ୍ବସମାଚାରୋ ଲୋକେ ବିହର ରାଘବ ।

ଯୋଗବାଶିଷ୍ଠ ୧୯ । ୫୨ ।

 

ହେ ରାଘବ ! ହୃଦୟରୁ ସକଳ ଆଶା ପରିତ୍ୟାଗ କରି ବିରାଗୀ ଓ ବାସନାଶୂନ୍ୟ ହୋଇ ବାହାରେ ଯାବତ୍‌ କାର୍ଯ୍ୟ ସମ୍ପାଦନପୂର୍ବ୍ବକ ସଂସାରରେ ବିଚରଣ କର । ବହ୍ମ ସ୍ମରଣ କରି କର୍ମ କରିବା ଓ ତାହା ପରଂବ୍ରହ୍ମଙ୍କଠାରେ ଅର୍ପଣ କରିବାର ବିବରଣ :-

 

ବ୍ରହ୍ମନିଷ୍ଠୋ ଗୃହସ୍ଥସ୍ୟାତ୍‌ ବ୍ରହ୍ମଜ୍ଞାନଃପରାୟଣଃ ।

ଯଦ୍‌ଯତ୍‌ କର୍ମପ୍ରକୁର୍ବୀତ ତଦ୍‌ ବ୍ରହ୍ମଣି ସମର୍ପୟେତ୍‌।

ମହାନିର୍ବାଣତନ୍ତ୍ର ୮ । ୨୩ ।

 

ଗୃହସ୍ଥଗଣ ବ୍ରହ୍ମନିଷ୍ଠ ଓ ବ୍ରହ୍ମଜ୍ଞାନ ପରାୟଣ ହେବେ । ସେମାନେ ଯେଉଁ ଯେଉଁ କର୍ମର ଅନୁଷ୍ଠାନ କରିବେ ତତ୍‌ ସମୁଦାୟହିଁ ବ୍ରହ୍ମରେ ସମର୍ପଣ କରିବେ ।

 

ଯତ୍‌ କିଞ୍ଚିତ୍‌ କୁରୁତେ ମର୍ତ୍ତ୍ୟୋ ଧର୍ମଃ କର୍ମ କଳୌ ଯୁଗେ ।

ତଦର୍ପୟେନ୍ମହାବିଷ୍ଣୌ ଭକ୍ତିଭାବସମନ୍ନିତଃ ।

ପାଦ୍ମେ-କ୍ରିୟା ଯୋଗସାରେ ୨୬ । ୩୬ ।

 

ବ୍ୟାସ କହିଅଛନ୍ତି- କଳିରେ ମାନବଗଣ ଯେ କୌଣସି କର୍ମ କରିବେ ତତ୍ ସମସ୍ତହିଁ ଭକ୍ତିଭାବେ ମହାବିଷ୍ଣୁଙ୍କୁ ଅର୍ପଣ କରିବେ ।

 

ଆଉ ମଧ୍ୟ ପରଂବ୍ରହ୍ମଙ୍କୁ ଆତ୍ମା ସମର୍ପଣ କରି କର୍ମ କଲେ ପାପ ସ୍ପର୍ଶ କରେନାହିଁ :-

 

ବ୍ରାହ୍ମଣ୍ୟାଧ୍ୟାୟକର୍ମାଣି, ସଙ୍ଗଂ ତ୍ୟକ୍ତ । କରୋତି ଯଃ ।

ଲିପ୍ୟତେ ନ ସ ପାପେନ, ପଦ୍ମପତ୍ରମିବାମ୍ଭସା ।

ଗୀତା ୫ । ୧୦ ।

 

ଯେଉଁ ବ୍ୟକ୍ତି ଆସକ୍ତି ପରିତ୍ୟାଗପୂର୍ବ୍ବକ ପରଂବ୍ରହ୍ମଙ୍କଠାରେ ଆତ୍ମା ସମର୍ପଣ କରି କର୍ମ୍ମମାନ କରନ୍ତି ତାହାଙ୍କୁ ପାପ ପଦ୍ମପତ୍ରକୁ ଜଳ ପରି ଲିପ୍ତ କରେନାହିଁ ।

 

କାୟେନ ବାଚା ମନସେନ୍ଦ୍ରି ୟୈର୍ବା,

ବୁଦ୍ଧ୍ୟାତ୍ମନା ବାନୁସୃତସ୍ୱଭାବାତ୍‌ ।

କରୋତି ଯଦ୍‌ ଯତ୍‌ ସକଳଂ ପରସ୍ମୈ,

ନାରାୟଣାୟେତି ସମର୍ପୟେତ୍ତତ୍‌।

ଭା ୧୧ । ୨ । ୩୬ ।

 

ସାଧୁ ବ୍ୟକ୍ତି ସ୍ୱଭାବତଃ ଶରୀର, ମନ, ବାକ୍ୟ, ଇନ୍ଦ୍ରିୟ, ବୃଦ୍ଧି ଓ ଆତ୍ମାଦ୍ୱାରା ଯେ ଯେ କର୍ମ କରନ୍ତି ତାହା ସର୍ବାଶ୍ରୟ ପରଂବ୍ରହ୍ମଙ୍କୁ ସମର୍ପଣ କରିବେ ।

 

Trust in the lord with all thine heart; and lean not unto thine own understanding. PROV. III. 5

At Jewish scriptures.

 

ସର୍ବାନ୍ତଃକରଣେ ପ୍ରଭୁ ପରମେଶ୍ୱରଙ୍କର ଉପରେ ନିର୍ଭର କରି ନିଜ ବୁଦ୍ଧି ଉପରେ ନିର୍ଭର କରନାହିଁ । ଜିୟୁସ ସ୍କ୍ରିପ୍‌ଚରସ୍ ।

 

ଯଥା ଭୂମୀଂ ସମାଶ୍ରିତ୍ୟ ସର୍ବ୍ବେ ଜୀବନ୍ତି ଜନ୍ତବଃ ।

ତଥା ଭକ୍ତିଂ ସମାଶ୍ରିତ୍ୟ ସର୍ବ୍ବକାର୍ଯ୍ୟାଣି ସାଧୟେତ୍‌।

ବୃଦନ୍ନାରଦୀୟ ପୁ: ୪।୫

 

ଯେପରି ସମସ୍ତ ଜନ୍ତୁଗଣ ଭୂମୀକୁ ଆଶ୍ରୟ କରି ଜୀବନ ଧାରଣ କରନ୍ତି, ସେହିପରି ଭକ୍ତିକୁ ଆଶ୍ରୟ କରି ସମସ୍ତ କାର୍ଯ୍ୟ ସାଧନ କରିବ ।

 

ଭକ୍ତିର ଅର୍ଥ ଏହି :-ସା (ଭକ୍ତିଃ) ପରାନୁଭକ୍ତି ରୀଶ୍ୱରେ । ଶାଣ୍ଡିଲ୍ୟ ସୂତ୍ର ୨ ।

 

ଈଶ୍ୱରଙ୍କଠାରେ ପରାନୁରକ୍ତିହିଁ ଭକ୍ତି । ସର୍ବ୍ବ ପ୍ରକାର ଭାବର ସହିତ ଓ ସର୍ବ୍ବ ପ୍ରକାର ବୃତ୍ତି ସହିତ ଏବଂ ସର୍ବ୍ବପ୍ରକାର ଜ୍ଞାନ ସହିତ ଈଶ୍ୱରାନୁରକ୍ତିହିଁ ଭକ୍ତି । ବ୍ରହ୍ମପରାୟଣ ହୋଇ କର୍ମ୍ମ କରିବାର ବିବରଣୀ ବ୍ୟାଖ୍ୟା କରାଗଲା ।

 

ଗୈରିକ ବସ୍ତ୍ରଧାରଣ ବିଷୟ :-

 

ଅନ୍ୟାନ୍ୟ ଅଳଙ୍କାର ଭୂଷଣ ତ୍ୟାଗ କରିବାର କାରଣ ଏହି ଯେ ତାହାଦ୍ୱାରା ନିଜର କୌଣସି ଉପକାର ହୁଏନାହିଁ । କେବଳ ଜନରଞ୍ଜନ ମାତ୍ର । ଭୂଷଣ ସମ୍ୱନ୍ଧେ ଶଙ୍କରାଚାର୍ଯ୍ୟ କହି ଅଛନ୍ତି :- ‘‘କଂଭୂଷଣାଦ୍‌ ଭୂଷଣମସ୍ତି ଶୀଳଂ’’ ସକଳ ଅଳଙ୍କାର ଅପେକ୍ଷା ଶ୍ରେଷ୍ଠ କଣ ? ଶୀଳତା ଅର୍ଥାତ୍‌ ସଚ୍ଚରିତ୍ରତା ।

 

ପୁନଶ୍ଚ ଶାକ୍ୟସିଂହ ବୁଦ୍ଧ କହିଅଛନ୍ତି :-

 

ସର୍ବ୍ବେଣ ଶୋଭତେ ଆର୍ଯ୍ୟୋ ଯସ୍ୟ ପାପଂ ନ ବିଦ୍ୟତେ ।

କିୟଦ୍ୱିଭୂଷିତୋ ବାଳଃ ପାପକାରୀ ନ ଶୋଭତେ ।

ଲଳିତ ବିସ୍ତର ୧୨ । ୧୪ । ୫

 

ପାପହୀନ ଆର୍ଯ୍ୟ ଯେ କୌଣସି ଅବସ୍ଥାପନ୍ନ ହୁଉନ୍ତୁ ନା କାହିଁକି ସବୁଥିରେ ସେ ଶୋଭା ପାନ୍ତି । ଆଉ ପାପକାରୀ ବିମୂଢ଼ ବ୍ୟକ୍ତି ଯଦି ନାନା ଭୂଷଣରେ ଭୂଷିତ ହୁଏ ତଥାପି ସେ ଶୋଭା ପାଏନାହିଁ ।

 

ଏହି ନିମିତ୍ତ ଜଗତ୍‌ ସ୍ୱାମୀ ବାହ୍ୟ ଆଡ଼ମ୍ବର ଭୂଷଣ ତ୍ୟାଗକରି କେବଳ ଗୈରିକ ବସ୍ତ୍ରମାତ୍ର ଧାରଣ କରିବ ବୋଲି ଆଜ୍ଞା ଦେଇ ଅଛନ୍ତି ।

 

‘‘କାଷାୟଂ ଧାରୟନ୍ତୀତୁ ଚର୍ଣ୍ଣାଶ୍ରମୟୋ ରୁଭୟୋଃ ଜନାଃ,, ।

ପଦ୍ମ ପୁ. ସୃଷ୍ଟିଖ

 

ଅର୍ଥାତ୍‌ ବ୍ରାହ୍ମଣ, କ୍ଷତ୍ରୀୟ, ବଶ୍ୟ, ଏ ତିନିବର୍ଣ୍ଣ, ଆଉବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ ଓ ବାନପ୍ରସ୍ଥ ଏ ତିନି ଆଶ୍ରମବାସୀମାନେ କଷାୟ ବସ୍ତ୍ର ଧାରଣ କରିବେ ॥

 

ଋତୁମତେ ସ୍ତ୍ରୀ ସଙ୍ଗକରିବାର ବିବରଣ -‘‘ଗୃହସ୍ଥସ୍ୟାପ୍ୟୃତୌ ଗନ୍ତୁଃ, । ଭା ୧୧ । ୧୮ । ୪୩ -

 

ଅର୍ଥାତ୍‌ ଋତୁକାଳେ ସ୍ତ୍ରୀ ଗମନ ଗୃହସ୍ଥର ଧର୍ମ ।

 

ଋତାବୃତୌ ସ୍ୱଦାରେଷୁ ସଙ୍ଗତିର୍ଯ୍ୟ ବିଧାନତଃ ।

ବ୍ରହ୍ମଚର୍ଯ୍ୟଂ ତଦେବୋକ୍ତଂ ଗୃହସ୍ଥାଶ୍ରମବାସିନାଂ ।

ଯୋଗୀଯ ଜ୍ଞ୍ୟବଲ୍କ୍ୟମ୍‌ ୧ । ୫୭ ।

 

ଯଥାବିଧାନେ ପ୍ରତି ଋତୁରେ ଯେ ନିଜ ଭାର୍ଯ୍ୟାର ସହିତ ସହବାସ, ତାହାହିଁ ଗୃହସ୍ଥାଶ୍ରମର ବ୍ରହ୍ମଚର୍ଯ୍ୟ ବୋଲି କଥିତ । ପୁନଶ୍ଚ :-

‘‘ଇତି ମତ୍ୱା ସ୍ୱଦାରେଷୁ ଋତୁମତ୍‌ ସୁବୁଧୋ ବ୍ରଜେତ୍‌’’ ।

 

ଅର୍ଥାତ୍‌ ଏହି ବିଷୟ ବିଶେଷରୂପେ ଅବଗତ ହୋଇ ସ୍ୱୀୟ ସ୍ତ୍ରୀର ଋତୁକାଳେ ପୁତ୍ରକାମୀ ହୋଇ ସଙ୍ଗତ ହେବା ବିଧେୟ । ପୁନଶ୍ଚ :-

‘‘ଋତୁକାଳାଭିଗାମି ସ୍ୟାତ୍‌ ଯାବତ୍‌ ପୁତ୍ତ୍ରୋ ନ ଜାୟତେ’’ ।

 

ଯେତେଦିନ ପର୍ଯ୍ୟନ୍ତ ପୁତ୍ରଜନ୍ମ ନ ହୁଏ, ତେତେଦିନ ପର୍ଯ୍ୟନ୍ତ ଋତୁ କାଳରେ ସହବାସ ବିଧେୟ, ପୁନଶ୍ଚ ପୁତ୍ର ଜନ୍ମ ଗ୍ରହଣ କଲେ ଆଉ ପ୍ରୟୋଜନ ନାହିଁ ।

 

‘‘ତିରିଶ ଦିନେ ସ୍ତିରୀସଙ୍ଗ କରିବ ବେଳା ଋତୁମତ ଧରି ।

ଶୁଭା ଶୁଭେ ପଦ୍ମେ ବୀଜଦାନ ଦେବ ଅମୃତଯୋଗ ସୁମରି ।

ଋତୁମତରେ କିଛିହିଁ ଦୋଷନାହିଁ ଗୃହଧର୍ମ ବୋଲାଇଲା ।

ଗୃହ କରିବାର ଉଚିତ ପ୍ରମାଣ ବିହିତ କର୍ମକୁ ଗଲା ।

 

ପ୍ରାତଃରୁ ଗୋମୟ ଶରୀରେ ଲଗାଇ ଜଳେ କରିବ ସ୍ନାହାନ ।

ନିଶିରେ ରଜବୀଜ ବାଧା ଯେତେକ କଟିବ ସେ ଦୋଷମାନ ।

ସପତ ଧାତୁକୁ ସାତବୁଡ଼ ପାରି ମୁଖେ ନାମକୁ ଜପିବ ।

ସାଷ୍ଟାଙ୍ଗେ ଦର୍ଶନ ଶତବାର କରି ଗୁରୁପାଦ ସୁମରିବ ।

 

ଭାଇଭଗ୍ନୀ ପ୍ରାଏ ଦିନ ନେଉଥିବ ଋତୁମତେ ପତ୍ନୀପତି ।

ସାଧୁ ସେବା କରି ଦିନ ବଞ୍ଚୁଥିବ ବୋଲାଇବ ଯତିସତୀ ।

ସ୍ତୁତିଚିନ୍ତାମଣି । ୮୫ । ୯ । ୧୩ ।

 

ଆଉ ମଧ୍ୟ ପୁତ୍ର ଜନ୍ମ ପରେ ଛମାସ ପର୍ଯ୍ୟନ୍ତ ସ୍ତ୍ରୀ ସଂସର୍ଗ କରିବା ବିହିତ ନୁହେଁ :-

 

ଷଣ୍ମାସାନ୍‌ କାମୟେନ୍ମର୍ତ୍ତ୍ୟୋ ଗର୍ଭିଣୀମେବ ଚ ସ୍ତ୍ରିୟମ୍‌ ।

ଆଦନ୍ତଜନନାଦୂର୍ଦ୍ଧ୍ୱ ମେବଂ ଧର୍ମୋ ବିଧିୟତେ ।

ବ୍ରହ୍ମହା ପ୍ରଥମଞ୍ଚୈବ ଦ୍ୱିତୀୟଂ ଗୁରୁତଳ୍ପଗଃ ।

ତୃତୀୟନ୍ତୁ ସୁରାପୋଽୟଂ ଚତୁର୍ଥଂ ସ୍ତେୟ ମୁଚ୍ୟତେ

ପାପାନାଞ୍ଚୈବ ସଂସର୍ଗ ପଞ୍ଚମଂ ପାତକଂ ମହତ୍‌ ।

ଅତ୍ରୀ ସଂହିତା । ୧୬୩ । ୧୬୪ ।

 

ଛମାସ ପର୍ଯ୍ୟନ୍ତ ଗର୍ଭିଣୀସ୍ତ୍ରୀ ସହ ଏବଂ ବାଳକର ଦନ୍ତ ଉତ୍ଥିତ ପରେ (ବାଳକର ଛମାସ ବୟଃକ୍ରମ ପୂର୍ଣ୍ଣ ହେଲେ) ଜାତାପତ୍ୟା ସ୍ତ୍ରୀସହ ଉପଗତ ହୋଇପାର ଏହା ବିହିତ ଧର୍ମ୍ମ । ଏହାର ବିପରୀତାଚରଣ କଲେ ପ୍ରଥମ ବ୍ରହ୍ମହତ୍ୟା, ଦ୍ୱିତୀୟ ମାତୃଗମନ, ତୃତୀୟ ସୁରାପାନ, ଚତୁର୍ଥ ସ୍ତ୍ରେୟ, ପଞ୍ଚମ ଏହି ସକଳ ପାପିମାନଙ୍କର ସହିତ ଗୁରୁତର ସଂସର୍ଗ, ଏହା ମହାପାତକ ।

 

ପୁନଶ୍ଚ ସ୍ତ୍ରୀର ଋତୁ ସପ୍ତଦିନ ମଧ୍ୟେ ତାହାର ସହିତ ସହବାସ ହେବା ଉଚିତ ନୁହେଁ । ଉକ୍ତ ସ୍ତ୍ରୀର ସପ୍ତଦିନ ମଧ୍ୟେ ଗୃହର ଇନ୍ଧନାଦି କାର୍ଯ୍ୟକରିବା ବିହିତ ନୁହେଁ :-

 

ସପ୍ତାହାତ୍‌ ପିତୃଦେବାନଂ ଭବେତ ଯୋଗ୍ୟା ବ୍ରତାର୍ଚ୍ଚନେ ।

ସପ୍ତାହମଧ୍ୟେ ଯୋ ଗର୍ଭ ସ୍ତତ୍‌ ସମ୍ଭୂତି ମଳିମ୍ଳଚା ।

ପୂର୍ବ୍ବସପ୍ତକ ମୁତୃସୂଜ୍ୟ ତାସୁ ଯୁଗ୍ଜା ସୁସଂବିଶେତ୍‌।

ଷୋଡ଼ଶର୍ତ୍ତୁନିଶାଃ ସ୍ତ୍ରୀଣାଂ ସାମାନ୍ୟାତ୍‌ ସମୁଦାହୃତାଃ ।

ଗରୁଡ଼ ପୁ: ଉ: ଅ ୪ । ୬ । ୯

 

ଶ୍ରୀକୃଷ୍ଣ କହିଲେ ହେ ବୈନତେୟ ! ରଜସ୍ୱଳା ନାରୀ ସପ୍ତାହ ପରେ ପିତୃଦେବଗଣଙ୍କର ବ୍ରତରେ ଓ ଅର୍ଚ୍ଚନା ବ୍ୟାପାରରେ ଯୋଗ୍ୟା ହୁଏ । ସପ୍ତାହ ମଧ୍ୟରେ ଯେ ଗର୍ଭ ଉତ୍ପନ୍ନ ହୁଏ, ସେ ସନ୍ତାନ ମଳମାସବତ୍‌ ଅଯୋଗ୍ୟ ।

 

ଏହି ନିମିତ୍ତ ପ୍ରଥମ ସପ୍ତଦିନ ବର୍ଜ୍ଜନପୂର୍ବ୍ବକ ଯୁଗ୍ମ ଦିବସ ସ୍ତ୍ରୀସଙ୍ଗ କରିବ । ସାମାନ୍ୟତଃ ନାରୀମାନଙ୍କର ପ୍ରଥମ ଷୋଡ଼ଶ ଦିବସହିଁ ଋତୁ କାଳ ।

 

ଏହି ସ୍ତ୍ରୀ ଅଶୁଚି ସମ୍ୱନ୍ଧେ ଦେବୀ ଦ୍ରୌପଦୀ କହିଅଛନ୍ତି :-

 

ଦ୍ରୌପଦୀ ନିକଟକୁ ଦୁଃଶାସନ ଗଲା ।

ବାମହସ୍ତ ଗୋଟା ତାର ବଢ଼ାଇ ଯେ ଦେଲା ॥

ଦ୍ରୌପଦୀ ବୋଇଲେ ବାବୁ ନ ଛୁଁଅ ଦୁଃଶା ମୋତେ ।

ଏ ମୋର ଅଙ୍ଗେ ହସ୍ତ ନ ଦିଅ କଦାଚିତେ ॥

 

 

 

ମିଛରେ ଦ୍ରୌପଦୀ ଯେ ଉପାଏ ପାଞ୍ଚିଲା ।

ପାକାସ୍ପର୍ଶ ହୋଇ ଦୁଃଶାସନେ ବୋଇଲା ।

ଦୁଃଶାସନ ବୋଇଲା ଏହା କହିଲୁ କାହିଁ ପାଇଁ ।

ଦ୍ରୌପଦୀ ପାକାସ୍ପରଶ ହୋଇଛି ମୁହିଁ ॥

 

ଏମନ୍ତ ସ୍ତ୍ରୀକୁ ଯେ ଛୁଇଁ ତ ନ ଯୋଗାଇ ।

ସପତଦିନଯାଏ ମୂଖ ତା ନ ଚାହିଁ ।

ଶୁଣି ବୋଇଲା ଦୁଃଶା ଏଥି କେଉଁ ଦୋଷ ହୋଇ ।

ଦ୍ରୌପଦୀ ବୋଇଲା ତାହା କହିବା ବୁଝାଇ ।

 

ଯେଉଁ ସ୍ତ୍ରୀରୀ ଗୋଟା ହୁଏ ପାକାସ୍ପରଶନ ।

ଯେବଣ ପୁରୁଷ ତାକୁ ଛୁଁଇତେ କରେମନ ॥

ଲିଙ୍ଗଭଗ୍ନ ଦୋଷ ପ୍ରାପତ ହୁଅଇ ।

ପିତୃଲୋକ ତାର ନର୍କରେ ପଡ଼ଇ ।

 

ଏମନ୍ତ ସ୍ତ୍ରୀ ଗୋଟାକୁ ହରଇ ଯେ ନର ।

ସେ ରଜ ପିତୃଲୋକେ ତାର କରନ୍ତି ଆହାର ॥

ହରିଲା ଲୋକ ଗୋଟା ସହଜେ ନାଶ ଯାଇ ।

କୋଷ୍ଠବ୍ୟାଧି ଗୋଟା ହୋଇ ଦେହ ଯେ ଛିଡ଼ଇ ।

 

 

ବୁଦ୍ଧିହରାଇ ସେ ହୁଅଇ ମତିଭ୍ରମ ।

ଏମନ୍ତ ଲୋକକୁ ବାବୁ ଦଣ୍ଡୁଥାଇ ଯମ ॥

ମହାଭାରତ-ସଭାବିନୋନ୍ଦ ।

 

ଆଉମଧ୍ୟ ହରିବଂଶ ଶ୍ରୀକୃଷ୍ଣ ଜନ୍ମଖଣ୍ଡରେ ପାର୍ବ୍ବତୀ କହି ଅଛନ୍ତି :-

 

‘‘ଶ୍ରୀକୃଷ୍ଣ ବୋଇଲେ ଯେବେ ଦେଲୁ ଯୋନିଜନ୍ମ ।

ମାସକେ ଯୋନି ହୋଇବ ଶୁଦ୍ଧ କଲେ ସ୍ନାନ ।

ରୁଧିର ଧାର ଫୁଟିଣ ବିକାଶିବ ଖରେ ।

ପଦ୍ମ ବିକାଶିବ ତହୁଁ ଉଦର ମଧ୍ୟରେ ॥

 

ପାର୍ବ୍ବତୀ ବୋଇଲେ ଏହା ସହି ତ ନ ପାରି ।

ମାସକେ ରଜବତୀ ଯେ ହେଉଥିବେ ନାରୀ ॥

ପ୍ରଥମ ଦିନରେ ଯେ ଛୁଁଇବ ରଜନାରୀ ।

ବ୍ରହ୍ମହତ୍ୟା ଦୋଷ ନିଶ୍ଚେ ହୋଇବ ତାହାରି ॥

 

ଦ୍ୱିତୀୟ ଦିନରେ ଯେବେ କରିବ ରମଣ ।

ବାଳହତ୍ୟା ଦୋଷକୁ ଲଭିବ ତତ୍‍କ୍ଷଣ ॥

ତୃତୀୟ ଦିନରେ ଯେ ରମିବ ରଜନାରୀ ।

ଗୋହତ୍ୟା ଦୋଷ ଯେ ସେହୁ ପ୍ରତକ୍ଷେଣ କରି ।

 

ଚତୁର୍ଥ ଦିନରେ ରଜୋନାରୀ ଯେ ରମଇ ॥

ଆୟୁଷ ତୁଟଇ ଶିରଚ୍ଛେଦ ତାର ଯାଇ ।

ପଞ୍ଚମ ଦିବସେ ଯେ ରମିବ ରଜୋନାରୀ ।

କଲାଧର୍ମ ନାଶ ହୁଏ ତୁଟେ ତାର ଶିରୀ ॥

 

ଷଷ୍ଠଦିବସରେ ଯେ ରମିବ ରଜୋନାରୀ ।

ରୋଗୀ ଦେହ କ୍ଷୀଣ ପୁଣି ହୋଇବ ତାହାରି ॥

ସପତମ ଦିନରେ ଯେ ରମିବ ସୁନ୍ଦରୀ ।

ଶିରୀ ଭୁଞ୍ଜଇ ସେ ଧର୍ମ ପୁତ୍ରେ ଅଧିକାରୀ ।

 

କାଳେ ନ ଛାଡ଼ଇ ତାକୁ ଦେବୀ ଯେ କମଳା ।

ସୁଲକ୍ଷଣ ପୁଂସ ସେ ଜାଣଇ ରତିକଳା ।

ପାର୍ବ୍ବତୀ ବୋଇଲେ ଛଡ଼ଦିନେ କଲେ ରତି ।

ଆୟୁ ତୁଟିବ ମୋ ଖଡ୍ଗେ ହେବ ବିନଶ୍ୟତି ॥

 

ସପ୍ତମ ଦିବସରେ ଯେ କିଛି ନାହିଁ ଦୋଷ ।

ଅତି ସୁଖେ କଟିଯିବ ସମ୍ପୂର୍ଣ୍ଣ ଆୟୁଷ ॥

 

ପୁନଶ୍ଚ ଭକ୍ତ ଭୀମସେନ କହି ଅଛନ୍ତି :-

 

 

 

ଯେତେବେଳେ ସ୍ତ୍ରୀମାନଙ୍କର ରଜବତୀ ଜାଣ ।

ରଜବତୀ ହେଲେ ଶୁଦ୍ଧ ହୋନ୍ତି ସାତଦିନ ।

ବ୍ରହ୍ମନିରୂପଣ ଗୀତ । ୮ । ୬୧ ।

 

କୁର୍ଯ୍ୟାଦ୍ରଜସି ନିବୃତ୍ତେଽନିବୃତ୍ତେନ କଥଞ୍ଚନ ।

ସାଧ୍ୱାଚାରୋ ନ ତାବତ୍‌ ସ୍ୟାଦ୍ରଜୋ ଯାବତ୍‌ ପ୍ରବର୍ତ୍ତତେ ।

ନିବୃତ୍ତେ ରଜସି ଗମ୍ୟା ସ୍ତ୍ରୀ ଗୃହକର୍ମାଣି ଚେନ୍ଦ୍ରିୟେ ।

ଅଙ୍ଗିରସଂହିତା । ୩୫ । ୩୬

 

ଶୋଣିତ ନିବୃତ୍ତ ହେଲେ ତାହାର କର୍ମରେ ଅଧିକାର ଜନ୍ମେ । ଶୋଣିତ ବିଦ୍ୟମାନତାରେ କୌଣସି କର୍ମରେ ଅଧିକାର ନାହିଁ । ଯେପର୍ଯ୍ୟନ୍ତ ଶୋଣିତ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ ସ୍ତ୍ରୀଲୋକର କୌଣସି କର୍ମରେ ଅଧିକାର ନାହିଁ । ଶୋଣିତ ନିବୃତ୍ତ ହେଲେ ଗୃହକର୍ମେ ଓ ସହବାସେ ଯୋଗ୍ୟା ହୁଏ ।

 

ସୁତକାଦି ଅଶୌଚର ବିବରଣ:-

 

ପିତ୍ରୋସ୍ତୁ ସୁତକଃ ମାତୁସ୍ତଦସୃଗ୍ଦର୍ଶନାଦ୍‌ଧ୍ରୁବମ୍‌ ।

ତଦହ ର୍ନ ପ୍ରଦୁଷ୍ୟେତ ପୂର୍ବ୍ବେଷାଂ ଜନ୍ମକାରଣାତ୍‌ ।

ଯଜ୍ଞବଲ୍କ୍ୟ ସଂହିତା ୩ । ୧୯

 

ପୁତ୍ର ଜନ୍ମହେଲେ ମାତାରହିଁ ଅଙ୍ଗ ଅସ୍ପୃଶ୍ୟ ହୁଏ; ଶୋଣିତ ଦର୍ଶନହେତୁ ମାତାର ଅଙ୍ଗର ଅସ୍ପୃଶ୍ୟ ଅଶୌଚହିଁ ଏକବିଂଶତିଦିନ ପର୍ଯ୍ୟନ୍ତ ସ୍ଥାୟୀ । ପୁନଶ୍ଚ :-

 

ମୃତକେ ଦ୍ୱାଦଶରାତ୍ରୀଃ ସୁତକେ ଚେକବିଂଶତିଃ ।

ଅସ୍ପର୍ଶେ ସପ୍ତରାତ୍ରୀସ୍ତୁ ବଦତି ପରମେଷ୍ଠୀ ଚ ।

ଅଚଳ ବୋଧାମୃତେ ।

 

ବ୍ରହ୍ମା କହିଅଛନ୍ତି- ମୃତକରେ ଦ୍ୱାଦଶରାତ୍ରୀ ଓ ସୁତକ ହେଲେ ଏକବିଂଶତି ଏବଂ ସ୍ତ୍ରୀ ଅସ୍ପର୍ଶ ହେଲେ ସପ୍ତରାତ୍ରୀରେ ଶୁଦ୍ଧିଲାଭ ହେବ । 0

 

ସୁତକାଦି ଅଶୌଚବ୍ୟକ୍ତି ଓ ରଜସ୍ୱଳାନାରୀ ଏମାନଙ୍କୁ ସ୍ପର୍ଶ ନିଷେଧର ବିବରଣ-

ଉଦକ୍ୟାଂ ବାଳଲଗ୍ନାଞ୍ଚ ସୁତିକାନ୍ତ୍ୟାବସାୟିନଃ ।

ସ୍ପୃଷ୍ଟା ସ୍ନାୟୀତ ଶୌଚାର୍ଥଂ ତଥୈବ ମୃତହାରିଣଃ ।

ବ୍ରହ୍ମପୁ : ୨୨୧ । ୧୩୫

 

ରଜସ୍ଥଳା, ସୂତିକା, ଅନ୍ତ୍ୟଜଜାତି, ଶବବାହି ଏହି ସମସ୍ତଙ୍କୁ ସ୍ପର୍ଶରେ ସ୍ନାନକଲେ ଶୁଦ୍ଧହୁଏ ।

ଦିବାକିର୍ତ୍ତି ମୁଦକ୍ୟାଞ୍ଚ ପତିତଂ ସୁତିକାଂତଥା ।

ଶବଂ ତତ୍‌ସ୍ପୃଷ୍ଟିନଂ ଚୈବ ସ୍ପୃଷ୍ଟ୍ୱା ସ୍ନାନେନ ଶୁଦ୍ଧ୍ୟତି ।

ମନ୍‌ । ୫ । ୮୫

 

ଚାଣ୍ଡାଳ, ଋତୁମତୀ ସ୍ତ୍ରୀ, ପତିତ, ସୂତିକା, ଶବ ଓ ଶବସ୍ପର୍ଶୀ ଏମାନଙ୍କୁ ସ୍ପର୍ଶକଲେ ସ୍ନାନଦ୍ୱାରା ଶୁଦ୍ଧ ହେବ ।

 

ଉଦକ୍ୟାଂ ସୂତିକାଂ ବାପି ଅନ୍ତ୍ୟଜାଂ ସ୍ପୃଶତେ ଯଦି ।

ତ୍ରି ରାତ୍ରେଣୈବ ଶୁଦ୍ଧିଃ ସ୍ୟାଦ୍ୱିଧିରେଷ ପୁରାତନଃ ।

ଅତ୍ରିସଂହିତା । ୨୬୯

 

ରଜସ୍ଵଳା, ସୂତିକା, ଅନ୍ତ୍ୟଜ ସ୍ପର୍ଶକଲେ ତ୍ରି ରାତ୍ର ଉପବାସ କରି ଶୁଦ୍ଧ ହେବ । ଏହା ପୁରାତନ ବିଧି ।

 

ଚାଣ୍ଡାଳସୂତକଶବାଂସ୍ତଥା ନାରୀରଜସ୍ୱଳାମ୍‌ ।

ସ୍ପୃଷ୍ଟ୍ୱ ସ୍ନାୟାଦ୍ୱିଶୁଦ୍ଧ୍ୟର୍ଥଂ ତତ୍‌ସ୍ପୃଷ୍ଟ୍ୱାନ୍‌ ପତିତାଂ ସ୍ତଥା ।

ଉଶନସଂହିତା ୯ । ୭୫

 

ଚାଣ୍ଡାଳ, ସୂତିକା, ଶବ, ରଜସ୍ୱଳାନାରୀ, ରଜସ୍ୱଳାସ୍ପୃଷ୍ଟ ବ୍ୟକ୍ତି ଏବଂ ପତିତମାନଙ୍କୁ ସ୍ପର୍ଶ କରିଲେ ଶୁଦ୍ଧି ନିମିତ୍ତ ସ୍ନାନ କରିବ ।

 

ଦ୍ୟୂତକ୍ରୀଡ଼ା ନିଷିଦ୍ଧ ଓ ସେପରି ସ୍ଥଳେ ବାସ ନିଷେଧର ବିବରଣ :-

ଦ୍ୟୂତମେତତ୍‌ ପୁରାକଳ୍ପେ ଦୃଷ୍ଟଂ ବୈରକରଂ ମହତ୍‌ ।

ତସ୍ମାତ୍‌ ଦ୍ୟୂତଂ ନ ସେବେତ ହାସ୍ୟାର୍ଥମପି ବୁଦ୍ଧିମାନ୍‌ ।

ମନୁ ୯ । ୨୨୭

 

ପୁରାକାଳେ ଅନେକସ୍ଥଳରେ ଦୃଷ୍ଟ ହୋଇଅଛି ଯେ, ଦ୍ୟୂତକ୍ରୀଡ଼ାଦ୍ୱାରା (ପଶାଦି ଖେଳଦ୍ୱାରା) ବହୁବିଧ ଶତ୍ରୁତା ଉତ୍ପତ୍ତି ହୋଇଥାଏ । ଅତଏବ ହାସ୍ୟାର୍ଥ ଅର୍ଥାତ୍‌ ଆମୋଦ ପ୍ରମୋଦ ଚ୍ଛଳେ ଏହା କରିବା ନାହିଁ ।

 

କାମଂ କ୍ରୋଧଂ ଭୟଂ ନିଦ୍ରାଂ ଗୀତବାଦିତ୍ରନର୍ତ୍ତନମ

ଦ୍ୟୂତଂଜନ ପରୀବାଦଂ ସ୍ତ୍ରୀ ପେକ୍ଷାଳାପନଂ ତଥା ।

ଉଶନସଂହିତା ୩ । ୧୭

କାମ, କ୍ରୋଧ, ଭୟ, ନିଦ୍ରାଧିକ୍ୟ, ଗୀତ, ବାଦ୍ୟ, ନୃତ୍ୟ, ଦ୍ୟୂତକ୍ରୀଡ଼ା,ପରନିନ୍ଦା, ଅନୁରାଗ ସହିତ ସ୍ତ୍ରୀଲୋକ ପ୍ରତି ଦୃଷ୍ଟିପାତ ଓ ସ୍ପର୍ଶ, ପରର ଅନିଷ୍ଟସାଧନ ଏବଂ ଖଳତା ଯତ୍ନପୂର୍ବ୍ବକ ପରିତ୍ୟାଗ କରିବ ।

ଦ୍ୟୂତକ୍ରୀଡ଼ାଦି ଅଧର୍ମ ସ୍ଥାନରେ କଳିର ବାସ; ଏହା ରାଜା ପରୀକ୍ଷିତ କଳିକି ବାସସ୍ଥାନ ଦେଇଅଛନ୍ତି :-

ଅଭ୍ୟର୍ଥି ତସ୍ତଦା ତସ୍ମୈ ସ୍ଥାନାନି କଳୟେ ଦଦୌ

ଦ୍ୟୂତଂ ପାନଂ ସ୍ତ୍ରୀୟଃ ସୂନା ଯନ୍ତ୍ରାଧର୍ମଶ୍ଚତୁର୍ଦ୍ଧିଧଃ ।

ଭା ୧ । ୧୭ । ୩୮

ସୂତ କହିଲେ କଳି ଏହି ରୂପ ପ୍ରାର୍ଥନା କଲାପରେ ରାଜା ପରୀକ୍ଷିତ କହିଲେ ‘‘ଯେ ସ୍ଥାନରେ ଦ୍ୟୂତ, ମଦ୍ୟପାନ, ସ୍ତ୍ରୀ ଓ ପ୍ରାଣୀହତ୍ୟାରୂପ ଚାରି ଅଧର୍ମ ବିଦ୍ୟମାନ ତୁମ୍ଭେ ସେହି ସ୍ଥାନେ ଯାଇ ବସତି କର ।

ବୃଥା କର୍ମ ଓ ନଟନାଟ୍ୟ ପ୍ରଭୃତିରେ ରତହେବା ନିଷେଧର ବିବରଣ :-

 

ବୃଥାକ୍ରିୟାଂ ବୃଥାଲାପାନ୍‌ ବୃଥାବାଦାନ୍‌ ମନୋରଥାନ୍‌ ।

ତ୍ୟକ୍ତ୍ୱୈବଂ ବ୍ରହ୍ମବିଜ୍ଞେୟମିତି ବେଦାନ୍ତଡ଼ିଣ୍ଡିମଃ । ୧୩ । ।

 

ବୃଥାରେ ଆଳାପ, କ୍ରିୟା,ବାଦ ଓ ମନୋରଥଗୁଡ଼ାଏ କରନାହିଁ, ଏ ସମସ୍ତ ତ୍ୟାଗକରି ବ୍ରହ୍ମଙ୍କୁ ଜ୍ଞାନକର । ଏହା ବେଦାନ୍ତ ଡିଣ୍ଡିମ ।

 

ଏହିରୂପ ବୃଥାକ୍ରିୟା ନଟନାଟ୍ୟାଦିରେ ଆସୁରପ୍ରକୃତି ଲୋକମାନେ ମୋହିତ ଥାନ୍ତି :-

ଆଢ଼୍ୟୋଽଭିଜନମାନସ୍ମି, କୋଽନ୍ୟୋଽସ୍ତି ସଦୃଶୋ ମୟା ।

ଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟେ, ଇତ୍ୟଜ୍ଞାନବିମୋହିତାଃ ।

ଗୀତା ୧୬ । ୧୫

 

ଟୀକା

କିଞ୍ଚ ଆଢ଼୍ୟ ଇତି, ଆଢ଼୍ୟୋ ଧନାଦିସମ୍ପନ୍ନଃ ଅଭିଳନବାନ୍‌ କୁଳୀନଃ ଯକ୍ଷ୍ୟେ ଯାଗାଦ୍ୟନୁଷ୍ଠାନେ ନାପି ଦୀକ୍ଷିତାନ୍ତ ରେଭ୍ୟଃ ସକାଶାତ୍‌ ମହତୀଂ ପ୍ରତିଷ୍ଠାଂ ପ୍ରାପ୍ସ୍ୟାମି ଦାସ୍ୟାମି ସ୍ତାବକେଭ୍ୟଶ୍ଚ ମୋଦିଷ୍ୟେ ହର୍ଷଂ ପ୍ରାପ୍ସ୍ୟାମି ଇତ୍ୟେବମଜ୍ଞାନେନ ବିମୋହିତା ମିଥ୍ୟାଭିନିବେଶଂ ପ୍ରାପିତାଃ ।

 

ଅନୁବାଦ

 

ମୁଁ ଧନ୍ୟ ଓ କୁଳୀନ ଅଟେ, ମୋ ସମାନ ଆଉ କିଏ ଅଛି ? (ମୁଁ) ଯାଗ କରିବି, ଦାନ କରିବି, ଓ ଆମୋଦପ୍ରାପ୍ତ ହେବି, ଏହିପରି ଅଜ୍ଞାନଦ୍ୱାରା ମୋହପ୍ରାପ୍ତ ହୁଅନ୍ତି ।

 

ବିଶଦବ୍ୟାଖ୍ୟା :-

 

ଆସୁର ସ୍ୱଭାବର ପୁରୁଷ ଆପଣାକୁ ଧନୀବୋଲି ଏବଂ କୁଳୀନବୋଲି ଭାବନ୍ତି । ଏମନ୍ତୁକି ସେମାନଙ୍କ ସମାନ ଆଉ କୌଣସି ବ୍ୟକ୍ତି ଧନୀ ବା କୁଳୀନ ନୁହେଁ ଏହା ତାଙ୍କର ଦୃ ବିଶ୍ୱାସ । ସେହି ଧନ ଓ କୁଳଗର୍ବ୍ବରେ ଅଜ୍ଞାନ ମୋହିତ ହୋଇ ସେମାନେ ଆହୁରି ଏହା ମଧ୍ୟ ଭାବନ୍ତି, ଯେ ଆମ୍ଭେ ସମାରୋହରେ ଯାଗ କରିବୁଁ ଏବଂ ଯାଗ ଉପଲକ୍ଷରେ ସମାଗତ ନଟ, ଭଟ, ସ୍ତାବକ, ଓ ଗାୟକ ପ୍ରଭୃତିଙ୍କୁ ଅର୍ଥଦାନ କରିବୁଁ ଓ ଅର୍ଥପ୍ରାପ୍ତ ହୋଇ ସେମାନେ ଆମ୍ଭର ବହୁତ ପ୍ରଶଂସା କରିବେ ଓ ସେହି ପ୍ରଶଂସା ବଚନ ଶୁଣି ଆମ୍ଭର ଯଥେଷ୍ଟ ଆମୋଦ ହେବ ଇତ୍ୟାଦି ।

 

ବନ୍ୟ ପଶୁପକ୍ଷୀ ବନ୍ଧନ ନିଷିଦ୍ଧର କାରଣ :-

ବନ୍ଧନଂ ନୈବ କୁର୍ବୀତ ପଶୁନାଂ ବନଚାରିଣାମ୍‌ ।

ସ୍ୱତନ୍ତ୍ରାୟା ଗତେ ସ୍ତେଷାଂ ରୋଧନାତ୍ପାତଙ୍କଭବେତ୍‌ ।

ମୋକ୍ଷଗୀତା ୨ । ୨୯

 

ବନଚାରୀ ପଶୁପକ୍ଷୀମାନଙ୍କୁ ବନ୍ଧନ କରିବା ଉଚିତ ନୁହେଁ ଯେହେତୁ ସେମାନେ ସ୍ୱତନ୍ତ୍ରଭାବେ ଗମନାଗମନ କରନ୍ତି, ତାହାଙ୍କୁ ଆବଦ୍ଧରେ ରଖିଲେ ପାତକ ହୁଏ ।

 

ନିର୍ଲୋଭ ଭାବେ ନ୍ୟାୟସଂଙ୍ଗତ ଧନ ଉପାର୍ଜ୍ଜନ :-

ଈଶାବାସ୍ୟମିଦଂ ହି ସର୍ବ୍ବଂ ଯତ୍ କିଞ୍ଚ ଜଗତ୍ୟାଂ ଜଗତ୍ ।

ତେନ ତ୍ୟକ୍ତେନ ଭୂଞ୍ଜୀଥା ମାଗୃଧଃ କସ୍ୟଚିଦ୍ଧନମ୍ ।

ଈଶୋପନିଷତ୍ ୧ ।

 

ଏହି ବ୍ରହ୍ମାଣ୍ଡର ଅନ୍ତର୍ଗତ ଯାହାକିଛି ପଦାର୍ଥ, ତତ୍‌ସମୁଦାୟ ପରମେଶ୍ୱରଙ୍କରଦ୍ୱାରା ବ୍ୟାପ୍ତ ରହିଅଛି, ବିଷୟ ଲାଳସା ପରିତ୍ୟାଗ କରି ଭୋଗକର, କାହାରି ଧନରେ ଲୋଭ କରନାହିଁ ।

 

ଅନ୍ୟାୟ ପୂର୍ବ୍ବକ ଧନ ଉପାର୍ଜ୍ଜନକରି ଯେଉଁ ସତ୍‌କାର୍ଯ୍ୟ କରିବାକୁ ହୁଏ, ତାହା ବିଫଳ :-

 

ଅନ୍ୟାୟାତ୍‌ ସମୁପାତେନ,

ଦାନଧର୍ମ୍ମୋ ଧନେନ ଯଃ ।

କ୍ରିୟତେ ନ ସ କର୍ତ୍ତାରଂ,

ତ୍ରାୟତେ ମହତୋଭୟାତ୍ ।

ମହାଭାରତ ବନପର୍ବ୍ବ ୨୫୮ । ୩୩

 

ଅନ୍ୟାୟୋପାର୍ଜ୍ଜିତ ଧନଦ୍ୱାରା ଯେ ଦାନ ଧର୍ମ ଅନୁଷ୍ଠିତ ହୁଏ, ତାହା ସେହି ଦାତାକୁ ପାପଜନିତ ମହତ୍‌ ଭୟରୁ ପରିତ୍ରାଣ କରିପାରେ ନାହିଁ ।

 

ଏହିନିମିତ୍ତ କର୍ମବଶତଃ ଯାହା ଲଭ୍ୟ ହୋଇଅଛି ତଦ୍ଦ୍ୱାରା ସନ୍ତୁଷ୍ଟହେବା ବିହିତ :-

 

 

 

ମୂଢ଼ ଜହୀହି ଧନାଗମତୃଷ୍ଣାଂ,

କୁରୁ ତନୁବୁଦ୍ଧେ ମନସି ବିତୁଷ୍ଣାଂ ।

ଯଲ୍ଲଭସେ ନିଜକର୍ମୋପାତ୍ତଂ,

ବିତ୍ତଂତେନ ବିନୋଦୟ ଚିତ୍ତମ୍ ।

ମୋହମୁଦ୍ଗର । ୧ ।

 

ହେ ମୂଢ଼ ! ଧନଲାଭର ତୃଷ୍ଣା (ଆଶା) ପରିତ୍ୟାଗ କର, ହେ ସୁକ୍ଷ୍ମ ବୁଦ୍ଧେ ! ମନେ ମନେ ତାହାପ୍ରତି ବିତୃଷ୍ଣା (ବିରାଗ) ଉତ୍ପାଦନ କର । ନିଜକର୍ମ ସମୁପାର୍ଜ୍ଜିତ ଯେ ବିତ୍ତ ଲାଭ କରିଅଛ, ତଦ୍ଦ୍ୱାରାହିଁ ଚିତ୍ତ ବିନୋଦନ (ପରିତୃପ୍ତ) କର ।

 

ବାଲ୍ୟଲୀଳାର ବିବରଣ :-

 

ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତ ସମୟରେ ଏକ ସୁନିର୍ମଳ ଗୋମୟ ଲିପ୍ତ ସ୍ଥାନରେ ନୂତନ ଧୌତ ମୃତ୍ତିକା ଭାଣ୍ଡରେ ଚିପିଟକାଦି (ଚୁଡ଼ାନାମକ ଖାଦ୍ୟାଦି) ନାନାପ୍ରକାର ସୁମିଷ୍ଟ ଦ୍ରବ୍ୟ ଅର୍ଥାତ୍ ଦୁଗ୍ଧ, ଦଧି, ଘୃତ, ମଧୁ ଓ ଶର୍କରାଦି, ନାରିକେଳ ଏବଂ ସୁପକ୍ୱ ରମ୍ଭାଫଳ ପ୍ରଭୃତି ଆଉ ମଧ୍ୟ ଚନ୍ଦନ, କର୍ପୂର ସହଯୋଗ ବ୍ରହ୍ମନିଷ୍ଠ ବ୍ୟକ୍ତି ପୂର୍ବାଭିମୁଖରେ ଦଣ୍ଡାୟମାନ ହୋଇ ବ୍ରହ୍ମସ୍ମରଣପୂର୍ବ୍ବକ ଭାଣ୍ଡ ଉର୍ଦ୍ଧ୍ୱକୁ ଉତ୍ତୋଳନ କରି ପରଂବ୍ରହ୍ମଙ୍କଠାରେ ଅର୍ପଣ କରିବ । ତତ୍ପରେ ମହିମା ଅଲେଖ ଉଚ୍ଚେସ୍ୱରେ ଗାୟନ କରି ଅଲେଖବ୍ରହ୍ମଙ୍କୁ ପ୍ରଣାମ କରିବ । ଏହି ବ୍ରହ୍ମ ପ୍ରସାଦ ଆବାଳବୃଦ୍ଧ ସକଳ ମାନବମାନଙ୍କୁ ବିତରଣ କରିବ । ଏହା ଗୃହସ୍ଥଗଣ ପ୍ରତି ଶୁକ୍ଳଚତୁର୍ଦ୍ଦଶୀ ଦିବସ (୫୨) କରାଇବା ବିହିତ । ଆଉମଧ୍ୟ ଅନ୍ୟାନ୍ୟ ଯେ କୌଣସି ସମୟରେ କରାଇବେ ।

 

(୫୨) ପ୍ରତି ଶୁକ୍ଳ ଚତୁର୍ଦ୍ଦଶୀ ପବିତ୍ର ଦିବସ ସକଳ ଭକ୍ତଗଣ ମିଳିତହୋଇ ବାଲ୍ୟଲୀଳା କାର୍ଯ୍ୟ ସମାପନ କରିବେ । ଉକ୍ତ ଦିବସ ସାୟଂଠାରୁ ଘୃତ ଦୀପାବଳୀ ଜାଳି ସକଳ ଭକ୍ତ ଏକମନରେ ଅଲେଖବ୍ରହ୍ମ ନାମ ଗାୟନରେ ରାତ୍ର ଅତିବାହିତ କରିବେ । ଏହା ଉକ୍ତ ଦିବସ କରିବାର କାରଣ ଏହିକି ଗୁରୁମହିମା ଗୋସାଇଁ ଶୁକ୍ଳଚତୁର୍ଦ୍ଦଶୀ ଦିବସ ବହ୍ମାଣ୍ଡରେ ପ୍ରଥମେ ଏହି ମହିମାଧର୍ମ୍ମ ପ୍ରଚାର କଲେ । ଆଉ ମଧ୍ୟ ଉକ୍ତ ଦିବସ ବ୍ରହ୍ମଧୂନି ସ୍ଥାପନା କରାଇଥିଲେ ଓ ଖେଳଲୀଳା ବିସ୍ତାର କରିଥିଲେ ।

 

ଉପରୋକ୍ତ ବ୍ରହ୍ମଧୂନିର ସମ୍ୱଦ୍ଧେ ଏପରି ଆପତ୍ତି ହୋଇପାରେ ଯେ ମହିମାଗୋସାଇଁ ଅଗ୍ନିରେ ଘୃତାହୁତି ଦେବାକୁ କି ନିମିତ୍ତ ଆଦେଶ ଦେଲେ ? ତାହାର ପ୍ରତିଉତ୍ତର ଏହି-ଗୁରୁ ମହିମାଧର୍ମ ଉପଦେଶରେ ତାହା ଆଦେଶ ଦେଇନାହାନ୍ତି, ଯଦ୍ୟପି ଧର୍ମୋପଦେଶରେ ଆଦେଶ ପ୍ରଦାନ କରିଥାନ୍ତେ ତାହା ହେଲେ ସକଳ ସନ୍ନ୍ୟାସୀ ଓ ଗୃହୀ ଭକ୍ତଗଣ ସମସ୍ତେ ଉକ୍ତ କାର୍ଯ୍ୟର ଅନୁଷ୍ଠାନ କରୁଥାନ୍ତେ । କିନ୍ତୁ ଜଗତଜନ ହିତ ନିମିତ୍ତ ତାହା ପ୍ରକାଶ କରିଅଛନ୍ତି । ଜଗତ ମଧ୍ୟରେ ହିନ୍ଦୁମାନେ ଯଜ୍ଞକୁ ଶ୍ରେୟଜ୍ଞାନ କରିଥାନ୍ତି ଓ ତାହା ଦେବତାମାନଙ୍କ ଉଦ୍ଦେଶ୍ୟରେ କରୁଥାନ୍ତି । କିନ୍ତୁ ଗୁରୁ ମହିମାଗୋସାଇଁ ତାହା ଦେବତା ଉଦ୍ଦେଶେ ଘୃତାହୁତି ନିଷେଧ ଦେଇ ନିଷ୍କାମଭାବେ ସର୍ବ୍ବଜନ ଉପକାରାର୍ଥେ ବ୍ରହ୍ମ ସ୍ମରଣପୂର୍ବ୍ବକ ଅଗ୍ନିରେ ଘୃତାହୁତି ଦେବାକୁ ଆଦେଶ ଦେଲେ । ଏପରିସ୍ଥଳେ ଆଶଙ୍କା ହୋଇପାରେ ଯେ, ଘୃତଚନ୍ଦନ ପ୍ରାଣୀମାନଙ୍କୁ ପ୍ରଦାନକଲେ ସିନା ଉପକାର ହେବ । ଅଗ୍ନିରେ ଘୃତାହୁତି ଦେଲେ କିପ୍ରକାର ସର୍ବ୍ବ ଲୋକମାନଙ୍କର ଉପକାର ହେବ ? ଏହାର ପ୍ରତିଉତ୍ତର ଏହି ଯେ, ଅଗ୍ନିରେ ଘୃତଚନ୍ଦନାଦି ଆହୁତି ପ୍ରଦାନ କଲେ ତହିଁରୁ ସୁଗନ୍ଧ ଜାତ ହୁଏ; ଉକ୍ତ ସୁଗନ୍ଧକୁ ମଧ୍ୟ ଦୁରସ୍ଥ ଲୋକମାନେ ଆଘ୍ରାଣ କରିପାରନ୍ତି, ଏହି ସୁଗନ୍ଧଦ୍ୱାରା ବାୟୁମଣ୍ଡଳରୁ ଦୁର୍ଗନ୍ଧ ଦୂରୀଭୁତ ହୁଏ । ସମସ୍ତେ ଏପରି ମଧ୍ୟ ଅବଗତ ଅଛନ୍ତି ଯେ ଦୁର୍ଗନ୍ଧଯୁକ୍ତ ଜଳ ଓ ବାୟୁରୁ ରୋଗ ଜାତହୁଏ ଏବଂ ରୋଗରୁ ପ୍ରାଣୀମାନଙ୍କର ଦୁଃଖ ଓ ଶୋକ ଇତ୍ୟାଦି ଜାତ ହୁଏ । ସୁଗନ୍ଧଯୁକ୍ତ ବାୟୁ ଓ ଜଳରେ ଶରୀର ଆରୋଗ୍ୟଲାଭ କରେ ଏବଂ ଆରୋଗ୍ୟରୁ ସୁଖଜାତ ହୁଏ । ଅତଏବ ଘୃତଚନ୍ଦନାଦି ଆହାରଦ୍ୱାରା କେବଳ ଭକ୍ଷଣୀୟ ବ୍ୟକ୍ତିର ଉପକାର ହୁଏ, କିନ୍ତୁ ଅଗ୍ନିରେ ଘୃତାହୁତି ପ୍ରଦାନ କଲେ ବା ଘୃତ ଦୀପାବଳୀ ଜାଳିଲେ ବହୁସଂଖ୍ୟକ ଲୋକମାନଙ୍କର ଉପକାର ଜନ୍ମେ ।

 

ଯେହେତୁ ଅଗ୍ନିରେ ଘୃତାହୁତିଦ୍ୱାରା ବାୟୁରୁ ଦୂଷିତାଂଶ ପୃଥକ କରିଦିଏ, ଅନ୍ୟାନ୍ୟ ଫୁଲଚନ୍ଦନାଦି ସୁଗନ୍ଧ ଦ୍ରବ୍ୟ ହେଲେ ମଧ୍ୟ ତଦ୍ରୂପ ବାୟୁର ଦୂଷିତାଂଶ ବିନିଷ୍ଟ କରିନପାରେ । ଏହିପରି ଘୃତାହୁତିଦ୍ୱାରା ପ୍ରାଣୀମାନଙ୍କର ଉପକାର ଥିବାରୁ ଜଗଦ୍‍ଗୁରୁ ବ୍ରହ୍ମଧ୍ୱନି ସ୍ଥାପନକରି ତହିଁରେ ଘୃତଚନ୍ଦନାଦି ଆହୁତି କରାଇଥିଲେ ।

 

ଏହିରୂପ ଜଗତଲୋକ ହିତାର୍ଥ ମହିମାଧର୍ମ୍ମ ଗୁରୁ ପୀଠସ୍ଥାନରେ ବ୍ରହ୍ମଧୂନି ସ୍ଥାପନ୍ୟ କରାଯାଇ ଅଛି ଏବଂ ଧାତୁନିର୍ମିତ ଝାଡ଼ଗଛମାନଙ୍କରେ ଘୃତଦୀପାବଳୀମାନ ଜଳାଯାଏ । ବ୍ରହ୍ମଧୂନି କହିବାର କାରଣ ଏହି ଯେ ବ୍ରହ୍ମସ୍ମରଣକରି ସମିଧାଗ୍ନିରେ ଘୃତଆହୁତି ଦେବାହେତୁ ତାହାକୁ ବ୍ରହ୍ମଧୂନି ବା ବ୍ରହ୍ମଯଜ୍ଞ ବୋଲାଯାଏ । ଏହାମଧ୍ୟ ଗୀତାରେ ଉକ୍ତ ଅଛି :-

 

ବ୍ରହ୍ମାର୍ପଣଂ ବ୍ରହ୍ମହବି ର୍ବ୍ରହ୍ମାଗ୍ନୌ ବ୍ରହ୍ମଣାହୁତଂ ।

ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମ୍ମ ସମାଧିନା ।

ଗୀତା ୪ । ୨୪

 

ଶ୍ରବବ୍ରହ୍ମ ଘୃତାଦିବ୍ରହ୍ମ, ଅଗ୍ନିବ୍ରହ୍ମ ଆଉ ହୋମକର୍ତ୍ତା ବ୍ରହ୍ମ, ଯାହାଙ୍କର କର୍ମ୍ମରେ ଏହିପରି ନିଶ୍ଚଳ ହୁଏ, ସେ ବ୍ରହ୍ମପ୍ରାପ୍ତ ହୁଅନ୍ତି ।

———————————————————————————————

 

ଉକ୍ତ ବ୍ରହ୍ମପ୍ରସାଦ ସକଳମାନବ ଗଣ ଆନନ୍ଦେ ପବିତ୍ର ମନେ ପ୍ରସାଦ ଗ୍ରହଣ କରିବେ । ଏହାର ଅନ୍ୟଥା ଆଚରଣ କରିଲେ ମହାଦୋଷ, କାହିଁକିନା ଯାହାକି ପରଂବ୍ରହ୍ମଙ୍କୁ ଅର୍ପଣ କରାଯାଏ ତାହା ପବିତ୍ର ଅଟେ -

 

ଅନ୍ୟେନ ବ୍ରହ୍ମମନ୍ତ୍ରେଣ ଭକ୍ଷ୍ୟପେୟାଦିକଞ୍ଚ ଯତ୍,

ଦୀୟତେ ପରମେଶାୟ ତଦେବ ପାବନଂ ମହତ୍ ।

ମହା ୩ । ୭୯

 

ବ୍ରହ୍ମ ମନ୍ତ୍ରଦ୍ୱାରା ଯେ କୌଣସି ଭକ୍ଷ ବା ପେୟବସ୍ତୁ ପରଂବ୍ରହ୍ମଙ୍କଠାରେ ସମର୍ପଣ କରାହୁଏ, ତାହାହିଁ ମହା ପବିତ୍ରକାରୀ ହୋଇଥାଏ -

ଉକ୍ତ ବ୍ରହ୍ମପ୍ରସାଦର ମହାତ୍ମ୍ୟ :-

ସାର୍ଦ୍ଧତ୍ରିକୋଟୀ ତୀର୍ଥେଷୁ ସ୍ନାନଦାନେନ ଯତ୍ଫଳଂ ।

ତତ୍ଫଳଂ ଲଭତେ ମର୍ତ୍ତ୍ୟୋ ବ୍ରହ୍ମାର୍ପିତନିଷେବଣାତ୍ ।

 

ଅଶ୍ୱମେଧାଦିଭି ର୍ଯଜ୍ଞୈ ରିଷ୍ଟ୍ୱ। ଯତ୍ ଫଳମଶ୍ନୁ ତେ ।

ଭକ୍ଷିତେ ବ୍ରହ୍ମନୈବେଦ୍ୟେ ତସ୍ମାତ୍ କୋଟିଗୁଣାଂ ଲଭେତ ।

ଜିହାକୋଟିସ୍ରୈସ୍ତୁ ବକ୍ରକୋଟିଶତୈରପି ।

ମହାପ୍ରସାଦମହାତ୍ମ୍ୟଂ ବର୍ଣ୍ଣିତୁଂ ନୈବ ଶକ୍ୟତେ ।

ମହାନି ୩ । ୮୭ । ୮୯

 

ସାର୍ଦ୍ଧତ୍ରିକୋଟୀ ତୀର୍ଥରେ ସ୍ନାନ ଓ ଦାନ କଲେ ଯେଉଁ ଫଳ ଲାଭହୁଏ, ମାନବଗଣ ବ୍ରହ୍ମାର୍ପିତ ବସ୍ତୁ ସେବନ କଲେ ସେହି ଫଳହିଁ ଲାଭ କରିପାରନ୍ତି । ମନୁଷ୍ୟଗଣ ଅଶ୍ୱମେଧ ପ୍ରଭୃତି ଯଜ୍ଞକରି ଯେଉଁ ଫଳଲାଭ କରନ୍ତି ବ୍ରହ୍ମରେ ନିବେଦିତ ବସ୍ତୁ ଭକ୍ଷଣକଲେ ତାହାର କୋଟିଗୁଣ ଫଳ ଲାଭ କରିପାରିବେ । ଯଦି ସହସ୍ର କୋଟି ଜିହ୍ୱା ହୁଏ ଯଦି ଶତକୋଟି ମୁଖ ହୁଏ ତଥାପି ବ୍ରହ୍ମାର୍ପିତ ମହାପ୍ରସାଦର (୫୩) ମାହାତ୍ମ୍ୟ ବର୍ଣ୍ଣନକରି ହୁଏ ନାହିଁ ।

 

ଜାତିଭେଦୋ ନ କର୍ତ୍ତବ୍ୟଃ ପ୍ରସାଦେ ପରମାତ୍ମନଃ ।

ଯୋଽଶୁଦ୍ଧବୁଦ୍ଧିଂ କୁରୁତେ ସ ମହାପତକୀ ଭବେତ୍ ।

ମହାନି ୩ । ୯୨

 

(୫୩) ଏହିରୂପ ବ୍ରହ୍ମ ମହାପ୍ରସାଦ ମହିମା ଧାମରେ ପ୍ରତିନିତି କରାଯାଉଅଛି ।

 

ପରଂବ୍ରହ୍ମଙ୍କର ମହାପ୍ରସାଦ ଭକ୍ଷଣ ସମୟରେ ଜାତିଭେଦ ବିଚାର କରିବ ନାହିଁ । ଯେ ବ୍ୟକ୍ତି ଏହି ମହାପ୍ରସାଦ ଅଶୁଦ୍ଧ ବୋଧ କରନ୍ତି ସେ ମହାପାତକୀ ହୁଅନ୍ତି । ଅବଧୂତାଶ୍ରମ ବ୍ରହ୍ମନିଷ୍ଠ ସନ୍ନ୍ୟାସ ଅତିଥି ପୂଜାର ବିବରଣ :-

 

କଳାବଧୂତସତ୍ତ୍ୱଜ୍ଞୋ ଜୀବନ୍ନୁକ୍ତୋ ନରାକୃତିଃ ।

ସାକ୍ଷାନ୍ନାରୟଣଂ ମତ୍ୱା ଗୃହସ୍ଥ ସ୍ତଂ ପ୍ରପୂଜୟେତ୍ ।

ମହାନି ୮ । ୨୮୯

 

ତତ୍ତ୍ୱଜ୍ଞ ବ୍ରହ୍ମାବଧୂତ ମନୁଷ୍ୟାକୃତ ହୋଇ ମଧ୍ୟ ଜୀବନ୍ନୁକ୍ତା ଗୃହସ୍ଥ ତାହାଙ୍କୁ ସାକ୍ଷାତ୍ ନାରାୟଣସ୍ୱରୂପ ମନେକରି ପୂଜା କରିବେ

 

ଯତେ ଦର୍ଶନମାତ୍ରେଣ ବିମୁକ୍ତଃ ସର୍ବ୍ବପାତକାତ୍ ।

ତୀର୍ଥବ୍ରତତପୋଦାନସର୍ବ୍ବଯଜ୍ଞଫଳଂ ଲଭେତ ।

ମହାନି ୮ । ୯୦

 

ଯତିକୁ ଦର୍ଶନକରିବା ମାତ୍ର ମନୁଷ୍ୟ ସମୁଦାୟ ପାତକରୁ ମୁକ୍ତ ହୁଏ, ଏମନ୍ତ ଯେବ୍ୟକ୍ତି ଯତିକୁ ଦର୍ଶନ କରେ, ସେ ସମୁଦାୟ ତୀର୍ଥଗମନ, ସମୁଦାୟ ବ୍ରତାନୁଷ୍ଠାନ, ସମୁଦାୟ ତପସ୍ୟା, ସମୁଦାୟ ଦାନ ଓ ସମୁଦାୟ ଯଜ୍ଞାନୁଷ୍ଠାନର ଫଳପ୍ରାପ୍ତ ହୁଏ ।

 

ତୀରଥ ବ୍ରତମେ ଫିରେ ବହୁତ ଚିତ୍ତ ଲାୟକୈ ।

ଜଲପାଷାନ କୋ ପୂଜି ମୂୟେ ପଛିତାୟ କୈ ।

ବସ୍ତୁନା ବୁଝୀ ଯାୟ ଆପନେ ହାଥମେ ।

ଅରେହାଁରେ ପଲ୍ଟୁ ଯୋକୁଚ୍ଛ ମିଲୈ

ସୋ ମିଲେ ସନ୍ତକେ ସାଥମେ ।

(ପଲ୍ଟୁସାହେବ-ଦୋହଁ)

 

ମନେ ମନେ ଲୋକେ ଅନେକ ଆଶା ବାନ୍ଧି ତୀର୍ଥବ୍ରତ କରନ୍ତି, ଶେଷରେ ଜଳ, ପଥର, ପୂଜାରେ, କିଛି ନ ହେଲେ ନିଜ ଆଶା ତୃଷ୍ଣାରେ ମରନ୍ତି । ଅର୍ଥାତ୍ ନ ବୁଝି ଅନେକ ଖର୍ଚ୍ଚ କରି ଅନୁତାପ କରନ୍ତି । ପଲ୍‍ଟୁସାହେବ କହନ୍ତି, କାହିଁରେ କିଛି ନାହିଁ-ଯାହାକିଛି ହୁଏ, ତାହା କେବଳ ସନ୍ଥସାଧୁ ସଙ୍ଗ ସଦ୍‌ଗୁରୁର ନିକଟ ପ୍ରାପ୍ତହୁଏ । ପୁନଶ୍ଚ:- ‘‘ରାତି ର୍ଦାତୁଃ ପରାୟଣମ୍‌’’ । ମହାବାକ୍ୟରତ୍ନାବଲ୍ୟାମ୍‌ । ସେହି ବ୍ରହ୍ମଭକ୍ତ ଏବଂ ଦାତାର ଏକମାତ୍ର ଶ୍ରେଷ୍ଠ ଆଶ୍ରୟ ।

 

‘‘କେ ହେତବୋ ବ୍ରହ୍ମଗତେସ୍ତୁ ସନ୍ତି ସତ୍‌ ସଙ୍ଗତିଦାନବିଚାର ତେଷାଂ’’ । କାହିଁରେ ବ୍ରହ୍ମଲାଭ ହୁଏ ? ସତ୍‌ ସଙ୍ଗ ଉପଯୁକ୍ତ ପାତ୍ରରେ ଦାନ ।

ମଣିରତ୍ନ ମାଳା

 

ପୁନଶ୍ଚ:- ‘‘ଦାନଂପରଂକିଞ୍ଚ ସୁପାତ୍ରଦତ୍ତଂ’’ ଅର୍ଥାତ୍‌ ଉକ୍ତୁଷ୍ଟଦାନ କଣ ? ସତ୍‌ ପାତ୍ରେଦାନ । ସତ୍‌ ପାତର ବିବରଣ :- ‘‘ବ୍ରହ୍ମବେତ୍ତା ଚ ତେଭ୍ୟେଽପିପାତ୍ରବିଦ୍ୟାତପୋଽନ୍ୱିତଃ’’ ।

ଗରୁଡ଼ପୁ . ୯୮ । ୧ ।

 

ଯେଉଁମାନେ ବ୍ରହ୍ମତତ୍ତ୍ୱବିତ୍‌ ଓ ତପସ୍ୟାନିଷ୍ଠ ସେହିମାନେ ସତ୍‌ ପାତ୍ରବୋଲି ପରିଗଣିତ । ଏହିରୂପ ପାତ୍ରେ ଦାନ କରିବା ବିହିତ :-

 

ସୁପାତ୍ରଂ ଲଭତେ ଯତ୍ର ସଂକଳ୍ପ ଶ୍ଚ ଯଦା ଭବେତ୍‌ ।

ତତ୍ରୈବଂ ଦାନକର୍ତ୍ତବ୍ୟଂ ଦେଶଂ କାଳଂ ନ ଚିନ୍ତୟେତ୍‌ ।

ମୋକ୍ଷଗୀତା ୪ । ୩୧

 

ଯେ ସମୟରେ ସଂକଳ୍ପ ହୁଏ ଓ ସତ୍‌ପାତ୍ର ଲାଭହୁଅନ୍ତି; ସେ ସମୟରେ ଦେଶକାଳ ଚିନ୍ତା ନ କରି ତାହାଙ୍କୁ ଦାନ କରିବ ।

 

 

ଯେହେତୁ ସାଧୁଙ୍କ ହୃଦୟରେ ଈଶ୍ୱରଙ୍କର ବାସ :-

ବିମଳମତି ର୍ବିମତ୍ସରଃ ପ୍ରଶାନ୍ତଃ

ଶୁଚିଚରିତ୍ରୋଽଖିଳସତ୍ତ୍ୱ ମିତ୍ରଭୂତଃ ।

ପ୍ରିୟୁହିତବଚନୋଽସ୍ତ ମାନମାୟୋ

ବସତି ସଦା ହୃଦି ତସ୍ୟ ବାସୁଦେବଃ ।

ବିଷ୍ଣୁପୁ ୩ । ୭ । ୨୪

 

ଯେ ବିମଳ ବୁଦ୍ଧି, ଅନ୍ତସାରଶୂନ୍ୟ, ପ୍ରଶାନ୍ତ, ଶୁଦ୍ଧଚରିତ୍ର, ନିଖିଳପ୍ରାଣୀ ମିତ୍ର, ଭୂତପ୍ରିୟ, ହିତକର ବାକ୍ୟ ପ୍ରୟୋଗରେ ନିରତ, ଅଭିମାନ ଓ ମାୟାଶୂନ୍ୟ ତାହାଙ୍କ ହୃଦୟରେ ସର୍ବ୍ବଭୂତାନ୍ତରାତ୍ମା ବାସୁଦେବ ବାସ କରନ୍ତି ।

 

‘‘ପ୍ରଭୁଜୀ ବସହି ସାଧୁକୀରସନା ନାନକ ଜନକା ଦାସ ନ ଦସନା ।’’

ଜପୁଜି ।

 

ପ୍ରଭୁ ସାଧୁର ରସନାରେ ବାସକରନ୍ତି, ନାନକ ତାହାଙ୍କ ଆଶ୍ରିତର ଦାସ ।

ଯେଷାଂ ସଂ ସ୍ମରଣାତ୍ପୁଂସାଂ ସଦ୍ୟଃଶୁଦ୍ଧ୍ୟନ୍ତି ବୈଗୃହାଃ ।

କିଂ ପୁନଃ ଦର୍ଶନସ୍ପର୍ଶ ପାଦଶୌଚାସନାଦିଭିଃ ।

ଭା ୧ । ୧୯ । ୩୩

 

ଯେଉଁ ସାଧୁଙ୍କର ସ୍ମରଣକଲେ ଗୃହୀମାନେ ବିତ୍ରତାଲାଭ କରନ୍ତି, ତାହାଙ୍କର ଦର୍ଶନ ସ୍ପର୍ଶନ ପାଦପ୍ରକ୍ଷାଳନଦ୍ୱାରା ଯେଉଁ ଶୁଭଫଳ ହେବ, ତାହା କେ ନିର୍ବାଚନ କରିପାରିବ ?

 

ସାଧୁସେବା ବିନୁ ହୃଦରେ ତାହାର

ଅନ୍ୟ ନ ଜାଣଇ କିଛି ।

ତେବେ ସିନା ଗୃହ ଭକ୍ତି ବୋଲାଇବ

ସାହାସ୍ରରେ ଲେଖାଅଛି । ୧୭ ।

*      *      *      *

 

ସାଧୁପାଦେ ସେବା ଲାଗିଥିବ ଯେବେ

ସଂଶୟ ନ ଥିବ ହୃଦେ ।

ଭଣେ ଭୀମକନ୍ଧ ମନରେ ଆନନ୍ଦ

ସପ୍ତଦଶ ଶତପଦେ ।

ସ୍ତୁତିଚିନ୍ତାମଣି ୮୫।୨୦।

 

 

ଏହିରୂପ ସାଧୁଙ୍କୁ ପ୍ରଣାମ ନ କଲେ ଦୋଷ :-

 

ଦୃଷ୍ଟା ତୁ ଭଗବଦ୍ଭକ୍ତାନ୍ ପ୍ରଣାମଂନ କରୋତି ଯଃ ।

ସର୍ବ୍ବଧର୍ମ୍ମୋ ବିନଶ୍ୟତି ସ ଜାତି ନରକଂ ଧ୍ରୁବମ୍ ।

ପଦ୍ମପୁରାଣ ।

 

ସାଧୁଙ୍କୁ ଦେଖି ଯେଉଁ ବ୍ୟକ୍ତି ପ୍ରଣାମ ନ କରେ ତାହାର ସର୍ବ୍ବଧର୍ମ୍ମ ବିନାଶପ୍ରାପ୍ତ ହୁଏ ଓ ସେ ନିଶ୍ଚୟ ନରକକୁ ଗମନ କରେ ।

 

ଗୃହିମାନଙ୍କର ମଙ୍ଗଳ ନିମିତ୍ତ ଏହି ବ୍ରହ୍ମଜ୍ଞ ସାଧୁମାନେ ବିଚରଣ କରନ୍ତି :-

 

ମହଦ୍ୱିଚଳନଂନଣାଂ ଗୃହଣାଂ ଦୀନଚେତସାମ୍ ।

ନିଃଶ୍ରେୟସାୟ ଭଗବନ୍ କଳ୍ପତେ ନାନ୍ୟଥା କ୍ୱଚିତ୍ ।

ଭା ୧୦।୮।୪

ଦୀନଚିତ୍ତ ଗୃହମାନଙ୍କର ମଙ୍ଗଳସାଧନ କରିବା ନିମିତ୍ତ ମହତ୍‌ ବ୍ରହ୍ମଜ୍ଞ ସାଧୁବ୍ୟକ୍ତିମାନେ ବିଚରଣ କରନ୍ତି ।

ଏହି ଉପରୋକ୍ତ ଅବଧୂତ ସନ୍ନ୍ୟାସୀମାନଙ୍କୁ ଅତିଥି ବୋଲାଯାଏ । କାରଣ ଉକ୍ତ ସନ୍ନ୍ୟାସୀମାନେ ଏକଗ୍ରାମରେ ଏକରାତ୍ର ବାସ କରନ୍ତି ଓ ଗୃହର ଅଗଣାକୁ ପ୍ରବେଶ କରନ୍ତି ନାହିଁ । ଏହି ନିମିତ୍ତ ତାହାଙ୍କୁ ଅତିଥି ବୋଲାଯାଏ ।

ଏକରାତ୍ରଂ ହି ନିବସନ୍ନତିଥିଃ ବ୍ରାହ୍ମଣଃ ସ୍ମୃତଃ

ଅନିତ୍ୟା ହି ସ୍ଥିତିର୍ଯସ୍ମାତ୍ ତସ୍ମାଦତିଥିରୁଚ୍ୟତେ ।

ମନୁ ୩ । ୧୦୨।

ଏକଦିନ ମାତ୍ର ସ୍ଥାୟୀ ବ୍ରହ୍ମବିତ୍ ବ୍ରାହ୍ମଣ ଅତିଥି ବୋଲି ସ୍ମୃତ ହୋଇଅଛି । ଯେହେତୁ ସ୍ଥିତି ଅର୍ଥାତ୍ ଅବସ୍ଥାନ ଅନିତ୍ୟ ସେହି ନିମିତ୍ତ ତାହାଙ୍କୁ ଅତିଥି ବୋଲାଯାଏ ।

ନୈକଗ୍ରାଶିଣମତିଥିଂ ବିପ୍ରଂ ସାଂଙ୍ଗତିକଂ ତଥା ।

ଅନିତ୍ୟଂ ହ୍ୟାଗତୋ ଯସ୍ମାତ୍ ତସ୍ମାଦତିଥିରୁଚ୍ୟତେ ।

ପରାଶର ୧। ୪୨

 

ସକୁଟୁମ୍ବ ବା କର୍ଯ୍ୟସାଧନାର୍ଥ ଆଗତ ଏବଂ ଏକ ଗ୍ରାମବାସୀ ବିପ୍ର ଅତିଥି ନୁହଁନ୍ତି । ଯେ ନିତ୍ୟ ଆସନ୍ତି ନାହିଁ ସେ ଅତିଥି ପଦବାଚ୍ୟ ।

 

ନୈକଗ୍ରାମିଣମତିଥିଂ ବିପ୍ରଂ ସାଙ୍ଗତିକଂଯଥା ।

ଉପସ୍ଥିତଂ ଗୃହେ ବିଦ୍ୟା ଭାର୍ଯ୍ୟା ଯତ୍ରାଗ୍ନୟୋଽପି ବା ।

ବିଷ୍ଣୁସଂହିତା ୬୭।୩୫

ଏକ ଗ୍ରାମବାସୀ ବ୍ରାହ୍ମଣ ବା ସାଙ୍ଗତିକ ବ୍ରାହ୍ମଣ (ବିଚିତ୍ର ଆଳାପାଦିଦ୍ୱାରା ମିଳିମିଶି ଜୀବିକାନିର୍ବାହ କରେ ଯେ ତାହାଙ୍କୁ ସାଙ୍ଗତିକ କହେ) ଯେ ସ୍ଥଳେ ସ୍ତ୍ରୀ ଏବଂ ଆହିତ ଅଗ୍ନି ଅଛି, ସେ ସ୍ଥାନେ ଉପସ୍ଥିତ ହେଲେ ତାହାଙ୍କୁ ଅତିଥି ବୋଲାଯାଏ ନାହିଁ ।

ଅତିଥି ପୂଜାର ବିବରଣ ଯଥା :-

ଗୃହିଣାଂ ପରମୋ ଧର୍ମଃ ପ୍ରୋକ୍ତାଶ୍ଚାତିଥିପୂଜନମ୍

ଆଶ୍ରମାଚାରାତ୍ତେଭ୍ରଷ୍ଟାସ୍ତଦୂତେ ଗୃହିଣୋ ବିଦୁଃ ।

ବଦନ୍ତ୍ୟତିଥିପୂଜାୟାଂ ଦକ୍ଷତାଂ ଗୃହିଣୋ ଯଦି

ତଦା ପ୍ରୟୋଜନଂ ତେଷାଂ ବିମନ୍ୟୈଃ ପୁଣ୍ୟକର୍ମଭିଃ ।

ପଦ୍ମ ପୁ : କ୍ରି : ୨୪।୩୪।୩୫

ଗୃହୀମାନଙ୍କର ଅତିଥିପୂଜାହିଁ ପରିମଧର୍ମ, ଗୃହୀମାନେ ତାହା ବିନା ଆଶ୍ରମାଚାରରୁ ଭ୍ରଷ୍ଟ ହୋଇଥାନ୍ତି । ଗୃହୀର ଯଦି ଅତିଥି ପୂଜାରେ ଦକ୍ଷତା ହୁଏ, ତାହାହେଲେ ତାହାର ଅନ୍ୟ ପୁଣ୍ୟକର୍ମରେ ପ୍ରୟୋଜନ କି ?

ଆସନଂ ତ୍ୱରାୟା ଦଦ୍ୟାତ୍ ପାଦାର୍ଘ୍ୟାଦୀନି ଚ ଦ୍ୱିଜୌ

କୁର୍ଯ୍ୟାତ କୁଶଳପ୍ରଶ୍ନଂ ବଚନ୍ୟୈଃ କୋମଳାକ୍ଷରୈଃ ।

କାରୟେତ୍ ଭୋଜନଞ୍ଚାପି ଦିବ୍ୟୈରନ୍ୟୈ ର୍ମୁଦାଗୃହୀ ।

ସୁଖେଦମନ୍ଦିରେତସ୍ୟ ଶୟନଂକାରୟେତ୍ ବୁଧଃ

ପ୍ରାତଃଜିଗମିଷୁଂ ଭକ୍ତ୍ୟା ସମାଗନ୍ତୁଂ ବିସର୍ଜ୍ଜୟେତ୍ ।

ପଦ୍ମ ପୁ : ତ୍ରି : ୨୪।୩୮।୪୦

 

ଅତିଥି ସମାଗତହେଲେ ଗୃହୀ ପ୍ରଣାମ କରିବ ଏବଂ ସତ୍ୱର ପାଦ୍ୟ ଅର୍ଘ୍ୟ ଓ ଆସନାଦି ଦାନ କରିବ । ଅନନ୍ତର ମଧୁରବାକ୍ୟ କୁଶଳ ପ୍ରଶ୍ନ କରି ଦିବ୍ୟ ଅନ୍ନଦ୍ୱାରା ଭୋଜନ କରାଇବ । ପବିତ୍ର ଗୃହରେ ଅତିଥିଙ୍କୁ ଶୟନ କରାଇବ । ପରେ ପ୍ରାତଃକାଳରେ ଅତିଥି ଗମନେଛୁ ହେଲେ ତାହାଙ୍କୁ ଭକ୍ତିପୂର୍ବ୍ବକ ବିଦାୟ ଦେବ ।

 

ପୁନଶ୍ଚ :-

 

ଅନ୍ନବ୍ୟଞ୍ଜନ ଦ୍ୱାରା ସନ୍ନ୍ୟାସ ଅତିଥିଙ୍କୁ ଭିକ୍ଷାପ୍ରଦାନ କରିବା ବିହିତ :-

 

ଯତୀ ଚ ବ୍ରହ୍ମଚାରୀ ଚ ପକ୍ୱାନ୍ନସ୍ୱାମୀନାବୁଭୌ ।

ତୟୋରନ୍ନମଦତ୍ତ୍ମା ଚ ଭୁକ୍ତ୍ୱାଚାନ୍ଦ୍ରାୟଣଂ ଚରେତ୍ ।

ଯତିହସ୍ତେଜଳଂଦଦ୍ୟାଭୈକ୍ଷଂ ଦଦ୍ୟାତ୍ ପୁନର୍ଜଳମ୍ ।

ତଭୈକ୍ଷଂ ମେରୁଣାତୁଲ୍ୟଂ ତଜ୍ଜଳଂ ସାଗରୋପମମ୍ ।

ପରାଶରସଂହିତା ୧।୪୫।୪୬

 

ଯତି ଏବଂ ବ୍ରହ୍ମଚାରୀ ଏମାନେ ଉଭୟେ ପକ୍ୱାନ୍ନର ସ୍ୱାମୀ । ଏମାନଙ୍କୁ ଅନ୍ନ ନ ଦେଇ ଭୋଜନ କଲେ ଚାନ୍ଦ୍ରାୟଣ ଆଚରଣ କରିବାକୁ ହୁଏ । ପ୍ରଥମତଃ ଯତି ହସ୍ତରେ ଜଳ ଦେବ । ତତ୍‌ପରେ ଭିକ୍ଷାଦ୍ରବ୍ୟ ଦେଇ ପୁନରାଏ ଜଳଦେବ । ଏହିରୂପ କଲେ ସେହି ଭିକ୍ଷା ଦ୍ରବ୍ୟ ମେରୁତୁଲ୍ୟ ଏବଂ ସେହି ଜଳ ସାଗରତୁଲ୍ୟ ହୁଏ ।

 

ଅତିଥିଙ୍କୁ ଅନିବେଦିତ ଭିକ୍ଷାଦ୍ରବ୍ୟ ପ୍ରଦାନକରିବା ବିହିତ :-

ଭିକ୍ଷାଞ୍ଚ ଭିକ୍ଷବେ ଦ୍‌ଦ୍ୟାତ୍ ପରିବ୍ରାଡ଼୍ ବ୍ରହ୍ମଚାରିଣେ ।

ଅକଳ୍ପିତାନ୍ନସୁଦ୍ଧୃତ୍ୟ ସବ୍ୟଞ୍ଜନସମନ୍ୱିତାମ୍ ।

ହାରିତସଂହିତା ୪।୬୦

 

ପରିବ୍ରାଜକ ସନ୍ନ୍ୟାସୀ ବ୍ରହ୍ମଚାରୀ ଭିକ୍ଷୁଙ୍କୁ ଅନିବେଦିତ ବ୍ୟଞ୍ଜନ ସମନ୍ୱିତ ଅନୁଯୁକ୍ତ ଭିକ୍ଷାପ୍ରଦାନ କରିବ ।

 

ବ୍ରହ୍ମଚାରୀ ଯତିର୍ଭିକ୍ଷୁଜୀବନ୍ତ୍ୟେତେ ଗୃହାଶ୍ରମାତ୍ ।

ତସ୍ମାଦଭ୍ୟାଗତାନେତାନ୍ ଗୃହସ୍ଥୋ ନାବମାନୟେତ୍ ।

ବିଷ୍ଣୁସଂହିତା ୫୯।୨୭

 

ବ୍ରହ୍ମଚାରୀ, ଯତି, ଏବଂ ଭିକ୍ଷୁ ଏମାନେ ଗୃହସ୍ଥାଶ୍ରମରୁ ଜୀବିକାନିର୍ବାହ କରନ୍ତି । ଅତଏବ ଏମାନେ ଅଭ୍ୟାଗତ ହେଲେ ଗୃହସ୍ଥ ଏମାନଙ୍କର ଅବମାନନା କରିବେ ନାହିଁ ।

 

 

ଅନ୍ନଦାନର ମହାତ୍ମ୍ୟ :-

ପ୍ରାଣାନାଂ ରକ୍ଷଣାର୍ଥାୟ ବିଧିନାନ୍ନଂ ବିନିର୍ମ୍ମତମ୍ ।

ସର୍ବ୍ବେଷାମେବ ଦାନାନାଂ ତସ୍ମାଦନ୍ନଂ ବରଂସ୍ମୁତମ୍ ।

ପଦ୍ମପୁ : ତ୍ରି : ୨୦।୧୫

ସକଳଦାନର ମଧ୍ୟେ ପ୍ରାଣରକ୍ଷା ନିମିତ୍ତ ବିଧାତା ଅନ୍ନସୃଜନ କରିଅଛନ୍ତି, ଏହି ନିମିତ୍ତ ଅନ୍ନଦାନ ହିଁ ସକଳ ଦାନ ଅପେକ୍ଷା ଶ୍ରେଷ୍ଠ । ପୁନଶ୍ଚ ;-

ସର୍ବ୍ବେଷାମେବଦାନାନାମନ୍ନଦାନଂ ପରଂସ୍ମୃତମ୍ ।

ସର୍ବ୍ବୋଷା ମେବ ଜନ୍ତୁନାଂ ଯତ୍‌ସ୍ତଜ୍ଜୀବିତଂ ଫଳମ୍ ।

ଯସ୍ମାଦନ୍ନାତ୍ ପ୍ରଜାଃସର୍ବ୍ବାଃ କଳ୍ପେ କଳ୍ପେଽସୃଜତ୍ ପ୍ରଭୁଃ ।

ତସ୍ମଦନ୍ନାତ୍ ପରଂଦାନଂ ନ ଭୂତଂ ନ ଭବିଷ୍ୟତି ।

ଅନ୍ନଦାନାତ୍ ପରଂଦାନଂ ବିଦ୍ୟତେ ନହି କିଞ୍ଚନ।

ଅନ୍ନାଭୂତାନି ଜାୟନ୍ତେ ଜୀବନ୍ତି ଚ ନ ସଂଶୟଃ ।

ସଂବର୍ତ୍ତସଂହିତା ୮୧।୮୩

ସକଳ ଦାନ ମଧ୍ୟରେ ଅନ୍ନଦାନ ଶ୍ରେଷ୍ଠ, ଯେ ବ୍ୟକ୍ତି ଅନ୍ନଦାନ କରେ ସକଳପ୍ରାଣୀଙ୍କ ମଧ୍ୟରେ ତାହାର ଜୀବନ ସଫଳ ହୁଏ । ସବୁ କଳ୍ପରେ ବ୍ରହ୍ମା ଯେ ଅନ୍ନରୁ ସମସ୍ତ ସୃଷ୍ଟି କରନ୍ତି, ସେହି ଅନ୍ନଦାନରୁ ଶ୍ରେଷ୍ଠଦାନ ଆଉ ହୋଇନାହିଁ, କି ହେବନାହିଁ । ଅନ୍ନଦାନରୁ ଶ୍ରେଷ୍ଠ କୌଣସି ଦାନ ଦେଖାଯାଏ ନାହିଁ । ଅନ୍ନରୁ ସମସ୍ତପ୍ରାଣୀହିଁ ଜନ୍ମଗ୍ରହଣ କରି ଅଛନ୍ତି ଏବଂ ଏହି ଅନ୍ନଦ୍ୱାରା ସକଳପ୍ରାଣୀ ଜୀବଧାରଣ କରିଅଛନ୍ତି । ଏହା ନିଶ୍ଚିତ ଜାଣିବ ।

ଅନ୍ନଦାନର ବିବରଣ ବର୍ଣ୍ଣିତ ହେଲା, ପୁନଶ୍ଚ ଅତିଥି ଗୃହସ୍ଥର ସ୍ୱାମୀଅଟେ ତାହାଙ୍କର ସେବାପୂଜା ନ କଲେ ପାପଭାଗୀ ହେବାକୁ ହୁଏଃ -

 

ଯଥା ଭର୍ତ୍ତା ପ୍ରଭୁ ସ୍ତ୍ରୀଣାଂ ବର୍ଣ୍ଣାନାଂ ବ୍ରାହ୍ମଣୋ ଯଥା ।

ଅତିଥିସ୍ତଦ୍ୱଦେବାସ୍ୟ ଗୃହସ୍ଥସ୍ୟ ପ୍ରଭୁ ସ୍ମୃତଃ ।

ଶଙ୍ଖସଂହିତା ୫।୭

 

ଯେପରି ସ୍ୱାମୀ ସ୍ତ୍ରୀଜନର ପ୍ରଭୁ ବର୍ଣ୍ଣମାନଙ୍କ ମଧ୍ୟରେ ବ୍ରାହ୍ମଣ ଯଦ୍ରୂପ, ସେହିରୂପ ଏହି ଗୃହସ୍ଥର ଅତିଥିମାନେ ପ୍ରଭୁ ଜାଣିବ ।

 

ଅତିଥିର୍ଯସ୍ୟ ଭଗ୍ନାଶୋ ଗୃହାତ୍ ପ୍ରତିନିବର୍ତ୍ତତେ ।

ସ ତସ୍ମୈଦୁଷ୍କୃତଂଦତ୍ୱା ପୁଣ୍ୟମାଦାୟ ଗଚ୍ଛତି ।

ଅବଜ୍ଞାନମ୍‌ହଙ୍କାରୋ ଦମ୍ଭ ଶ୍ଚୈବ ଗୃହସ୍ଥସ୍ୟ ।

ପରୀତାପୋପଘାତୌଚ ପାରୁଷ୍ୟଞ୍ଚ ନ ଶସ୍ୟତେ ।

ଯସ୍ତୁ ସମ୍ୟକ୍ କରୋତ୍ୟେବଂ ଗୃହସ୍ଥଃ ପରମଂ ବିଧିମ୍ ।

ସର୍ବ୍ବବନ୍ଧବିନିର୍ମୁକ୍ତୋ ଲୋକାନାପ୍ନୋତ୍ୟମୁତ୍ତମାନ୍ ।

ବିଷ୍ଣୁ ପୁ: ୩।୭।୧୫।୧୭

 

ଅତିଥି ହତାଶହୋଇ ଯାହାର ଗୃହରୁ ଫେରିଯାନ୍ତି, ସେ ବ୍ୟକ୍ତି ଅତିଥିର ଦୃଷ୍କୃତ ଗ୍ରହଣ କରେ ଏବଂ ଅତିଥି ଗୃହସ୍ଥର ସଞ୍ଚିତ ପୁଣ୍ୟ ନେଇ ଗମନ କରନ୍ତି । ଅତିଥି ପ୍ରତି ଅବଜ୍ଞା, ଅହଂକାର, ଦମ୍ଭ ପ୍ରକାଶ କରିବା ପରିତାପ ପ୍ରତ୍ୟାଖ୍ୟାନ (ଦୂରୀକରଣ) ଓ ନିଷ୍ଠୁରତା ଏହି ସମୁଦାୟ ଗୃହସ୍ଥର ଉଚିତ ନୁହେଁ । ଯେ ଗୃହସ୍ଥ ଏହି ସମୁଦାୟ ଉତ୍ତମ ବିଧିରେ ଅନୁଷ୍ଠାନ କରନ୍ତି ସେହି ସମୁଦାୟ ସଂସାର ବନ୍ଧନରୁ ମୁକ୍ତ ହୋଇ ପରକାଳେ ଉତ୍ତମଲୋକ ପ୍ରାପ୍ତ ହୁଅନ୍ତି ।

 

ସ୍ୱାଚାରପତିତୋତିଥିର୍ଯସ୍ୟ ଗଚ୍ଛେଦ୍ୱୈଗୃହିଣୋ ଗୃହାତ୍ ।

ଜନ୍ମକୋଟିର୍ଜିତଂପୁଣ୍ୟଂ ତସ୍ୟଗଚ୍ଛତି ସଂକ୍ଷୟମ୍ ।

ପଦ୍ମ ପୁଃ ତ୍ରିଃ ।୨୪।୪୬

 

ଦୃଷ୍ଟ୍ୱାତିଥିଂ ବକ୍ରଚକ୍ଷୁଃ କରୋତି ଯୋ ହି ମାନବଃ ।

ଇହୈବ ଲଭ୍ୟତେ ଚାନ୍ତେ ଦୂଷିକାକୁଣ୍ଡମାବ୍ରଜେତ୍ ।

ବ୍ର ବୈଃ ପୁଃ ୩୦

 

ନିଜାଚାରେ ନିୟତ ଥିଲେ ଯଥୋକ୍ତ ଫଳପ୍ରାପ୍ତ ହୁଏ । ଯେ ଗୃହି ଗୃହରୁ ଅତିଥି ଅପୂଜିତ ହୋଇ ଗମନ କରେ ତାହାର ଜନ୍ମକୋଟୀସଞ୍ଚିତ ପୁଣ୍ୟ କ୍ଷୟପ୍ରାପ୍ତ ହୁଏ । ଯମ କହୁଅଛନ୍ତି ଯେ ମାନବ ଅତିଥିଙ୍କୁ ବକ୍ରଦୃଷ୍ଟିରେ ଦେଖେ ସେ ଇହଜନ୍ମରେ ଏବଂ ପରଜନ୍ମରେ ଦୂଷିତ ନର୍କକୁଣ୍ଡକୁ ଗମନକରେ ।

 

ଏକ ଏବାତିଥିର୍ଯେନ ଭକ୍ତିଭାବେନ ପୂଜ୍ୟତେ ।

ହରେତ୍ତସ୍ୟ ହରିଃ ସଦ୍ୟଃ ପାତକଂ କୋଟିଜନ୍ମଜମ୍ ।

ସତ୍ୟଂ ସତ୍ୟଂ ପୁନଃ ସତ୍ୟ ମାଗନ୍ତୁଃ ପୂଜୟା ବିନା ।

ଗତିର୍ନାସ୍ତ୍ୟେବ ନାସ୍ତ୍ୟେବ ନାସ୍ତ୍ୟେବଗୃହଧର୍ମ୍ମିଣାମ୍ ।

ପଦ୍ମ ପୁଃ ତ୍ରିଃ ୨୪।୫୦

 

ଯେବ୍ୟକ୍ତି ଏକ ଗୋଟି ମାତ୍ର ଅତିଥିଙ୍କୁ ଭକ୍ତିଭାବରେ ପୂଜାକରେ ତାହାର କୋଟିଜନ୍ନାର୍ଜିତପାପ ତତ୍‌କ୍ଷଣାତ୍ ହରଣ ହୋଇଯାଏ । ଆମ୍ଭେ ତ୍ରିବାର ସତ୍ୟକରି କହୁଅଛୁଁ ଅତିଥିପୂଜା ବିନା ଗୃହିମାନଙ୍କର ଗତି ନାହିଁ ।

 

ଅନୁପଯୁକ୍ତ ପାଷାଣ୍ଡବ୍ୟକ୍ତିମାନଙ୍କୁ ଅତିଥିସ୍ୱରୂପ ବରଣ କରିବା ବିହିତ ନୁହେଁ ।

 

ଯଥା :-

ପାଷଣ୍ଡିନୋ ବିକର୍ମସ୍ଥାନ୍ ବୈତାଳବୃତ୍ତିକାନ୍ ଶଠାନ୍ ।

ହୈତୁକାନ୍ ବକବୃର୍ତ୍ତୀଂଶ୍ଚ ବାଙ୍ମାତ୍ରେଣାପି ନାର୍ଚ୍ଚୟେତ୍ ।

ମନୁ ୪ । ୩୦ ।

ପାଷାଣ୍ଡି- ବେଦନିନ୍ଦକ, ବେଦବିରୋଧାଚାରୀ ।

ବିକର୍ମସ୍ଥ- ଯେଉଁମାନେ ବିରୋଧକର୍ମମାନ କରି ଜୀବନ କଟାନ୍ତି ।

ବୈତାଳବୃତ୍ତକ- ଯେଉଁମାନେ ମିଥ୍ୟା କହି ଦଗା ଦେଇ ସ୍ୱାର୍ଥାନ୍ୱେଷଣ କରିଥାନ୍ତି ।

ଶଠ- ଯେଉଁମାନେ ହଟୀ, ଦୁରାଗ୍ରହୀ ଓ ଅଭିମାନୀ, ନିଜେ ଜାଣନ୍ତି ନାହିଁ କିମ୍ବା ଅନ୍ୟର ଉପଦେଶ ଗ୍ରହଣ କରନ୍ତି ନାହିଁ ।

ହୈତୁକ- କୁତକୀ ବା ବକୁଆ ।

 

ବକବୃତ୍ତି- ଯେଉଁମାନେ ବକପରି ଜୀବନଧାରଣ କରନ୍ତି, ଅର୍ଥାତ୍ ବକ ଯେପରି ଏକଗୋଡ଼ରେ ଠିଆହୋଇ ଧ୍ୟାନନିମଗ୍ନ ଥିଲାପରି ରହେ କିନ୍ତୁ ସର୍ବ୍ବଦା ମତ୍ସ୍ୟ ଉପରେ ଦୃଷ୍ଟିଥାଏ, ଏହିପରି ବକ ବୃତ୍ତିଦ୍ୱାରା ଜୀବିକାନିର୍ବ୍ବାହ କରନ୍ତି । ଏହିରୂପ କପଟାଚାରୀ ଲୋକମାନଙ୍କୁ କଦାପିବଚନରେ ହେଲେ ସୁଦ୍ଧା ସତ୍‌କାର କରିବ ନାହିଁ । ଏମାନଙ୍କୁ ସତ୍‌କାର କରିବାଦ୍ୱାରା ସଂସାରରେ ପାପ ବା କପଟାଚାରର ପ୍ରସାର ଦେବାକୁ ହୁଏ ।

 

ଯଥାପ୍ଲବେ ନୌପଳେନ ନିମଜ୍ୱତ୍ୱଦକେ ତରନ୍ ।

ତଥାନିମଜ୍ଜତୋଽଧସ୍ତା ଦଜ୍ଞୌ ଦାତୃପ୍ରତୀଳ୍ପକୌ ।

ମନୁଂ ୦୪।୧୯୪

ଯେପରି ପ୍ରସ୍ତର ନୌକା ଆରୋହଣ କରି ସାଗର ପାର ହେବାକୁ ଯିବାଲୋକ ଅଗାଧଜଳରେ ନିମଗ୍ନ ହୁଏ, ସେହିପରି ଅଜ୍ଞାନଦାତା ଓ ଗ୍ରହୀତା ଉଭୟେ ଅଧୋଗତି ପ୍ରାପ୍ତ ହୁଅନ୍ତି-

 

ଦୀନ ଦରିଦ୍ର ଲୋକମାନଙ୍କୁ ଅନ୍ନବସ୍ତ୍ର ଦାନକରିବା ଗୃହିମାନଙ୍କ ପକ୍ଷେ ବିରୋଧ ନୁହେଁ । କେବଳ ଯେଉଁମାନେ ବାହାରେ ସାଧୁତା ଓ ସନ୍ତୋଷ ଏବଂ ଭକ୍ତି ଦେଖାନ୍ତି କିନ୍ତୁ ଭିତରେ ଦୁଷ୍ଟାମି ଓ ଦୌର୍ଜ୍ୱନ୍ୟ କପଟସ୍ୱାର୍ଥ ସାଧନତତ୍ପର ହୋଇ ନିଜକୁ ବାହାରେ ଧର୍ମାତ୍ମା ବୋଲି ଲୋକମାନଙ୍କ ଆଗରେ ଆପଣା ବଢ଼ାଇ କହୁଥାନ୍ତି, ସର୍ବ୍ବଦା ଅତିଶୟ ଲୋଭଯୁକ୍ତ ହୋଇ ଧର୍ମନାମରେ ଲୋକମାନଙ୍କୁ ଠକୁଥାନ୍ତି ଏପରି ବ୍ୟକ୍ତିମାନଙ୍କୁ ବଚନରେ ସୁଦ୍ଧା ଆଦର କରିବା ଉଚିତ ନୁହେଁ । ପରମସାଧୁ ଅତିଥି ସନ୍ୟାସୀମାନଙ୍କ ସେବା ଶୁଶ୍ରୂଷା କରିବା ଗୃହସ୍ଥବ୍ୟକ୍ତିମାନଙ୍କର ଏକାନ୍ତ କର୍ତ୍ତବ୍ୟ-। ସାଧୁ ଅତିଥି ଅଭାବରେ ଗୃହସ୍ଥର କୌଣସି ଧର୍ମ୍ମର ଉନ୍ନତି ଲାଭ ହୁଏ ନାହିଁ, ସେମାନଙ୍କ ସେବାଦ୍ୱାରାହିଁ ଗୃହିର ପାପ ଦୁଷ୍କୃତ ବିନାଶ ହୁଏ । ସନ୍ନ୍ୟାସୀ ଅତିଥିମାନେ ସତ୍ୟଧର୍ମ୍ମର ଉପଦେଶଦ୍ୱାରା ଗୃହୀର ଭ୍ରମ ଓ ସନ୍ଦେହ ପ୍ରଭୃତି ଦୂରୀଭୂତ କରିଦିଅନ୍ତି, ସନ୍ଦେହ ନିବୃତ୍ତ ନ ହେଲେ ଧର୍ମ୍ମ ଧାରଣା ଦୃଢ଼ ହୁଏନାହିଁ । ଏହି ନିମିତ୍ତ ସୁଶାନ୍ତ, ନିର୍ମ୍ମଳ, ନିର୍ଦୟ ନିର୍ମମ, ସନ୍ନ୍ୟାସୀ ଅତିଥିମାନଙ୍କର ଗୃହସ୍ଥ ସର୍ବ୍ବଦା ସେବାଶୁଶ୍ରୂଷାଦ୍ୱାରା ଦିନଯାପନ କରା କର୍ତ୍ତବ୍ୟ ।

 

ନ କଂଚନ ବସତୌ ପ୍ରତ୍ୟାଚକ୍ଷୀତ ତଦ୍‌ବ୍ରତଂ । ତସ୍ମାଦ୍ୟୟା କୟା ଚ ବିଧୟା ବହ୍ୱନ୍ନଂ ପ୍ରାପ୍ନୁୟାତ୍ ଆରାଧ୍ୟସ୍ମା ଅନ୍ନମିତ୍ୟାଚକ୍ଷତେ । ଏତଦ୍ୱୈ ମୁଖତୋଽନ୍ନଁନରାଦ୍ଧମ । ମୁଖତୋଽସ୍ମା ଅନ୍ନଁରାଧ୍ୟତେ । ଏତଦ୍ୱୈତମଧ୍ୟତୋନ୍ନଁ ରାଧମ୍ । ମଧ୍ୟତୋସ୍ମାନ୍ନଁ ରାଧ୍ୟତେ । ଏତଦ୍ୱା ଅନ୍ତତୋନ୍ନଁରାଧମ୍ । ଅନ୍ତତୋସ୍ମା ଅନ୍ନଁରାଧ୍ୟତେ ଯ ଏବଂ ବେଦ କ୍ଷେମ ଇତି ବାଚି ॥ ଯୋଗଃ କ୍ଷେମ ଇତି ।

ତୈତ୍ତିରୀୟୋପନିଷତ୍ ଭୃଗୁବଲ୍ଲି

ଦଶମୋଽନୁବାକଃ

 

ଏହି ଶ୍ରୁତିର ପଦ୍ୟାନୁବାଦ-

‘‘ଗୃହରୁ ଅତିଥି ନାହିଁ ଦେବ ବାହୁଡ଼ାଇ

ଅତିଥିଙ୍କୁ ଦେବା ଅନ୍ନ ଅଟେ ମହାବ୍ରତ

ଧାର୍ମ୍ମିକ ଗୃହସ୍ଥେ ପୂଜିଥାନ୍ତି ଅଭ୍ୟାଗତେ

ସମ୍ପୂର୍ଣ୍ଣରୂପରେ ତାଙ୍କୁ କରି ଅନ୍ନଦାନ

ଶ୍ରେଷ୍ଠଉପଚାରେ କଲେ ଅନ୍ନ ନିବେଦନ

ଶ୍ରେଷ୍ଠରୂପେ ଅନ୍ନ ହୁଏ ଆସି ଉପଗତ

ମଧ୍ୟମ ରୂପରେ ଅନ୍ନ ଯେବା ଦାନକରେ

ତାହାକୁ ମିଳଇ ଅନ୍ନ ମଧ୍ୟମ ରୂପରେ

ଅବଜ୍ଞା ସହିତ ଅନ୍ନ କଲେ ନିବେଦନ

ତାହାକୁ ପ୍ରାପତ ହୁଏ ଅନ୍ନ ନୀଚଭବେ

ଯେଉଁ ଜ୍ଞାନୀଲୋକ ଏହା ଅଛି ଅବଗତ

ଏହିରୂପେ କରେ ସେହି ବ୍ରହ୍ମ ଉପାସନ

ଉପାସ୍ୟ ଅଟନ୍ତି ବ୍ରହ୍ମବାକ୍ୟ କ୍ଷମରୂପେ

ଉପନିଷଦ୍ ସଂଗ୍ରହ

ତୈତ୍ତିରୀୟ ଉପନିଷତ୍ ୧୦ମ ବେଦାଂଶ

 

ପୁନଶ୍ଚ ।-

ନ ଦେଇ ଭିକ୍ଷୁକେ ଅନ୍ନ ଯେ କରେ ଭୋଜନ

ନିଶ୍ଚୟେ ତାହାଙ୍କୁ ଆମ୍ଭେ କରୁଁ ଯେ ଭୋଜନ

ଆଦିତ୍ୟ ସମାନ ଅଟୁଁ ଆମ୍ଭେ ଜ୍ୟୋତିର୍ମୟ

ସକଳଭୁବନ ଆମ୍ଭେ କରୁଁ ଯେ ବିନାଶ

ଏ କଥା ଯେ ପାରେ ଜାଣି ପାଏ ପୁଣ୍ୟଫଳ ।

 

ପୁନଶ୍ଚ ପିତାମାତାଙ୍କୁ ସେବା କରିବାର ବିବରଣ :-

ମାତରାଂ ପିତରଞ୍ଚୈବ ସାକ୍ଷାତ୍ ପ୍ରତ୍ୟକ୍ଷ ଦେବତାମ୍

ମତ୍ୱା ଗୃହୀ ନିଷେବତ ସଦା ସର୍ବ୍ବପ୍ରଯତ୍ନତଃ ।

ମହା ନିଃ ୮।୨୫

 

ଗୃହସ୍ଥମାନେ ପିତାମାତାଙ୍କୁ ସାକ୍ଷାତ୍‍ ପ୍ରତ୍ୟକ୍ଷ ଦେବତା ଜ୍ଞାନକରି ସର୍ବ୍ବତୋଭାବରେ ନିରନ୍ତର ସେମାନଙ୍କ ସେବାରେ ଯତ୍ନବାନ୍ ହେବେ ।

 

ଏହିରୂପ ପିତାମାତାଙ୍କର ସେବା ଶୁଶ୍ରୂଷା କରି ଶ୍ରଦ୍ଧା ସହକାରେ ସତ୍ୟର ଅନୁଷ୍ଠାନ କରିବାକୁ ଶ୍ରାଦ୍ଧ ଓ ତର୍ପଣ ବୋଲାଯାଏ:-

 

‘‘ଶ୍ରାଦ୍ଧ- ସତ୍ୟର ନାମ ‘‘ଶ୍ରତ୍’’ ଶ୍ରତ୍ ସତ୍ୟଂ ଦଧାତି ଯୟା ତ୍ରିୟୟା ସା ଶ୍ରଦ୍ଧା ଶ୍ରଦ୍ଧୟା ଯତ୍ କ୍ରିୟତେ ତଚ୍ଛ୍ରାଦ୍ଧଂ ।’’ ଯେଉଁ କ୍ରିୟାଦ୍ୱାରା ସତ୍ୟର ଗ୍ରହଣ କରାଯାଏ, ତାହାକୁ ଶ୍ରଦ୍ଧା କହନ୍ତି ଏବଂ ଶ୍ରଦ୍ଧାସହିତ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ ।

 

ତର୍ପଣ- ‘‘ତୃପ୍ୟନ୍ତି ତର୍ପୟନ୍ତି ଯେନ ପିତୃନ୍ ତତ୍ତର୍ପଣମ୍ ।

 

ଯେଉଁ ଯେଉଁ କର୍ମରେ ମାତାପିତାଦି ତୃପ୍ତ ହୁଅନ୍ତି ଏବଂ ତୃପ୍ତ କରାଯାଇ ପାରନ୍ତି ସେହି କର୍ମକୁ ତର୍ପଣ କୁହାଯାଏ । କେବଳ ଜୀବିତ ପିତ୍ରାଦିମାନଙ୍କର ତର୍ପଣ କରିବାକୁ ହୁଏ, ମୃତବ୍ୟକ୍ତିମାନଙ୍କର ସକାଶେ ନୁହେଁ ।

 

ଆଉମଧ୍ୟ ବ୍ରହ୍ମଜ୍ଞ ଗୁରୁଜନଙ୍କୁ ସାଷ୍ଟାଙ୍ଗପ୍ରଣାମ ପୂର୍ବ୍ବକ ତାହାଙ୍କ ସେବାରେ ତତ୍ୱର ହେବ :-

 

ଯତ୍ର ଯତ୍ ଗୁରୁଂ ଦୃଷ୍ଟାଂ ତତ୍ର ତତ୍ର କୃତାଞ୍ଜଳିଃ

ପ୍ରଣମେତ୍ ଦଣ୍ଡବତ୍ ଭୂମୌ ଛିନ୍ନମୂଳତରୋଃସମଃ ।

ତନ୍ତ୍ରବାକ୍ୟ ।

 

ଯେଉଁ ଯେଉଁ ସମୟରେ ଗୁରୁଦର୍ଶନ ପ୍ରାପ୍ତ ହେବ, ସେହି ସେହି ସମୟରେ କୃତାଞ୍ଜଳି ହୋଇ ଛିନ୍ନମୂଳ ତରୁ ସଦୃଶ ଭୂମିରେ ସାଷ୍ଟାଙ୍ଗ ପ୍ରଣାମ କରିବ ।

 

ଗୁରୁପାଦୋଦକଂ ପେୟଂ ଗୁରୋରୁଚ୍ଛିଷ୍ଟଭୋଜନମ୍

ଗୁରୁମୂର୍ତ୍ତେଃ ସଦା ଧ୍ୟାନଂ ଗୁରୁସ୍ତୋତ୍ରଂ ସଦା ଜପେତ୍ର ।

ଗୁରୁଗୀତା ୨୦

ସର୍ବ୍ବଦା ଗୁରୁଙ୍କର ପାଦୋଦକ ପାନ, ଗୁରୁଙ୍କ ଉଚ୍ଛିଷ୍ଟ ଭୋଜନ, ଗୁରୁମୂର୍ତ୍ତିର ଧ୍ୟାନ, ଏବଂ ଗୁରୁଙ୍କର ସ୍ତୋତ୍ର ଜପ କରିବ ।

ପୁନଶ୍ଚ :-

ଦୀର୍ଘଦଣ୍ଡଂ ନମସ୍କୃତ୍ୟଂ ନିର୍ଲଜ୍ଜୋ ଗୁରୁସନ୍ନିଧୌ

ଆତ୍ମଦାରା ଦିକଂ ସର୍ବ୍ବ ଗୁରାଦେବ ନିବେଦୟେତୁ ।

ଗୁରୁ : ୨୨

ଗୁରୁଙ୍କ ନିକଟେ ଦଣ୍ଡବତ ପ୍ରଣାମ କରିବ, ଏବଂ ନିର୍ଲଜଭାବେ ଆତ୍ମ-ଦାରାଦି ସମସ୍ତହିଁ ଗୁରୁଙ୍କ ନିକଟରେ ନିବେଦନ କରିବ । ପୁନଶ୍ଚ :-

ଏକଗ୍ରାମସ୍ଥିତଃ ଶିଷ୍ୟ ସ୍ତ୍ରିସନ୍ଧ୍ୟାଂ ପ୍ରଣମେଦ୍ ଗୁରୁଂ ।

କ୍ରୋଶମାତ୍ରସ୍ଥିତୋ ଭୂତ୍ୱା ଗୁରୁଂ ପ୍ରତିଦିନଂ ନମେତ୍ ।

ତନ୍ତ୍ରସାର ।

ଶିଷ୍ୟ ଗୁରୁଙ୍କର ସହିତ ଏକଗ୍ରାମରେ ବାସ କଲେ ତ୍ରିସନ୍ଧ୍ୟାରେ ଅର୍ଥାତ୍ ପ୍ରାତଃକାଳେ ମଧ୍ୟାହ୍ନେ ଓ ସାୟଂକାଳେ ସ୍ୱୀୟ ଗୁରୁଙ୍କୁ ନମସ୍କାର କରିବ । କୋଶକ ମଧ୍ୟରେ ଗୁରୁ ଥିଲେ ଦିନରେ ଥରେ ଗୁରୁଦେବଙ୍କୁ ପ୍ରଣାମ କରିବ ।

ପିତା ମାତା ଗୁରୁଜନଙ୍କ ସେବା ବର୍ଣ୍ଣିତ ହେଲା । ଅଧୁନା ନିଜର ସ୍ତ୍ରୀକୁ ସ୍ୱଧର୍ମରେ ଦୀକ୍ଷିତ କରାଇବାର ବିଷୟ ବର୍ଣ୍ଣିତ ହେଉଅଛି । ସ୍ତ୍ରୀ ନିଜର ଧର୍ମ ପ୍ରତି ଏକମାତ୍ର ସହାୟ :-

 

ପତିବ୍ରତା ପତିଗତିଃ ପତିପ୍ରିୟହିତେରତା

ଯସ୍ୟ ସ୍ୟାତ୍ତାଦୃଶ୍ୟ ଭାର୍ଯ୍ୟା ଧନ୍ୟଃସ ପୁରୁଷୋ ଭୁବି ।

ମହାଃ ଶାନ୍ତିଃ ୧୪୪ । ୧୦

 

ଯେ ନାରୀ ପତିବ୍ରତା ଓ ପତିହିଁ ଯାହାଙ୍କର ଗତି ଏବଂ ଯେ ପତିର ପ୍ରିୟ ଓ ହିତକର କାର୍ଯ୍ୟରେ ସର୍ବ୍ବଦା ରତ, ଯାହାଙ୍କର ଏପରି ଭାର୍ଯ୍ୟା ଅଛି ପୃଥ୍ୱୀରେ ସେହି ବ୍ୟକ୍ତି ଧନ୍ୟ ।

 

ନାସ୍ତି ଭାର୍ଯ୍ୟା ସମୋ ବନ୍ଧୁ ର୍ନାସ୍ତି ଭାର୍ଯ୍ୟା ସମାଗତିଃ ।

ନାସ୍ତି ଭାର୍ଯ୍ୟା ସମୋ ଲୋକେ ସହାୟୋ ଧର୍ମ୍ମସଂଗ୍ରହେ ।

ମହାଃ ଶାନ୍ତିଃ ୧୪୪।୧୬

 

ଭାର୍ଯ୍ୟାର ସମାନ ଆଉ ବନ୍ଧୁ ନାହିଁ, ଭାର୍ଯ୍ୟାର ସମାନ ଆଉ ଗତି ନାହିଁ; ଇହଲୋକରେ ଧର୍ମ୍ମ ସାଧନ ପକ୍ଷରେ ଭାର୍ଯ୍ୟାର ସମାନ ଆଉ ସହାୟ ନାହିଁ ।

 

ଯା ସାଧ୍ୱୀ ନିୟତାଚାରା ସା ଭବେଦ୍ଧଧର୍ମ୍ମଚାରିଣୀ ।

ଶ୍ରୃତ୍ୱା ଦମ୍ପତୀଧର୍ମଂ ବୈ ସହଧର୍ମକୃତଂ ଶୁଭମ୍ ।

ମହା : ଅନୁ : ୧୪୬ । ୩୬

 

ଯେ ସାଧ୍ୱୀ ସ୍ତ୍ରୀ ସଦାଚାର ହୋଇ ଦମ୍ପତୀ ଧର୍ମ୍ମ ଶ୍ରବଣପୂର୍ବ୍ବକ ଉତ୍ତମରୂପେ ତଦ୍ଧର୍ମ୍ମ ସାଧନ କରି ଅଛନ୍ତି, ସେହି କେବଳ ଧର୍ମ୍ମଚାରିଣୀ ହୁଅନ୍ତି ।

 

ଗୃହସ୍ଥ ଉପରୋକ୍ତ ପତିବ୍ରତା ସ୍ତ୍ରୀକୁ ମଧ୍ୟତ୍ୟାଗ କରିବ ନାହିଁ :-

 

ନ ଭାର୍ଯ୍ୟା ସ୍ତାଡ଼ୟେତ୍ କ୍ୱାପି ମାତୃବତ୍ ପାଳୟେତ୍ ସଦା ।

ନ ତ୍ୟଜେତ୍ ଘୋରକଷ୍ଟେଽପି ଯଦି ସାଧ୍ୱୀ ପତିବ୍ରତା ।

ମହାନି : ୮- ୩୯ ।

 

ଭାର୍ଯ୍ୟା ଯଦି ପତିବ୍ରତା ଓ ସାଧ୍ୱୀ ହୁଏ ତାହାହେଲେ ଗୃହସ୍ଥ କଦାପି ତାହାକୁ ପ୍ରହାର କରିବ ନାହିଁ । ଅଧିକନ୍ତୁ ନିରନ୍ତର ମାତାତୁଲ୍ୟ ପରିପାଳନ କରିବ ଏବଂ ଘୋର କଷ୍ଟରେ ପତିତ ହେଲେ ମଧ୍ୟ ତାହାକୁ କେଭେଁ ପରିତ୍ୟାଗ କରିବ ନାହିଁ ।

 

ଅଧର୍ମାଚାରିଣୀ ସ୍ତ୍ରୀକୁ ପରିତ୍ୟାଗ କରିବା ବିହିତ :-

 

ତୟା ଧର୍ମାର୍ଥକାମାନାଂ ତ୍ରିବର୍ଗଫଳମଶ୍ରୁତେ ।

ପ୍ରାକାମ୍ୟେ ବର୍ତ୍ତମାନା ତୁ ସ୍ନେହାନ୍ନ ତୁ ନିବାରିତା

ଅବଶ୍ୟା ସା ଭବେତ୍ ପଶ୍ଚାଦ୍ ଯଥା ବ୍ୟାଧି ରୁପେକ୍ଷିତଃ ।

ଦକ୍ଷସଂହିତା ୪ । ୨ ।

 

ଯଦି ପତ୍ନୀ ବଶବର୍ତ୍ତିନୀ ହୁଏ, ତାହାହେଲେ ପୁରୁଷ ପତ୍ନୀର ସହିତ ଧର୍ମ୍ମ, ଅର୍ଥ ଏବଂ କାମ ଏହି ତ୍ରିବର୍ଗରୁ ଫଳ ଭୋଗ କରେ । ଯଦି ପୁରୁଷର ସ୍ତ୍ରୀ ଯଥୋଚ୍ଛାଚାରକାରିଣୀ ହୁଏ କିନ୍ତୁ ଅତ୍ୟନ୍ତ ସ୍ତ୍ରୈଣତା ହେତୁ ତାହାକୁ ସ୍ନେହବଶତଃ ନିବାରଣ କରି ନ ହୁଏ ପଶ୍ଚାତ୍ ସେହି ସ୍ତ୍ରୀ ଅବଶ (ଅନାୟତ୍ତ) ହୋଇଉଠେ । ଯେପରି ବ୍ୟାଧି ପ୍ରଥମେ ଉପେକ୍ଷିତ ହେଲେ ପଶ୍ଚାତ୍ ବିଶେଷ କ୍ଲେଶଦାୟକ ହୁଏ ।

ଗୃହସ୍ଥ ନିଜ ପୁତ୍ରାଦିକୁ ସଦ୍‌ବିଦ୍ୟା ଶିକ୍ଷାଦ୍ୱାରା ବ୍ରହ୍ମଦୀକ୍ଷାରେ ପରିଣତ କରାଇବ । ଆଉମଧ୍ୟ ଗୃହସ୍ଥ ଯଦି ବ୍ରହ୍ମନିଷ୍ଠ ହୋଇଥାଏ ତାହାହେଲେ ତାହାର ବଂଶରେ ବ୍ରହ୍ମବିଦ୍ ଲୋକ ଜନ୍ମ ହୁଏ :-

ସ ଯୋ ହବୈ ତତ୍‌ପରମଂ ବ୍ରହ୍ମ ବେଦ ବ୍ରହ୍ମୈବଭବତି-

ନାସ୍ୟାବ୍ରହ୍ମବିତ୍‌ କୁଳେ ଭବତି । ମୁଣ୍ଡକୋପନିଷତ୍

ମୁ : ୩ । ଖ ୨ । ୯।

ଯେ ବ୍ୟକ୍ତି ଇହଲୋକେ ସେହି ପରଂବ୍ରହ୍ମଙ୍କୁ ଜାଣି ପାରନ୍ତି, ସେହି ଅନ୍ୟଗତି ପ୍ରାପ୍ତ ହୁଅନ୍ତି ନାହିଁ । ଦେବତାଗଣ ମଧ୍ୟ ଏତାଦୃଶ ବ୍ୟକ୍ତିର ବ୍ରହ୍ମପ୍ରାପ୍ତି ବିଷୟେ କୌଣସି ପ୍ରକାର ବିଘ୍ନ ଆଚରଣ କରିବାକୁ ସମର୍ଥ ନୁହଁନ୍ତି । ଅତଏବ ବ୍ରହ୍ମବିଦ୍ ବ୍ୟକ୍ତି ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ଏହି ବ୍ରହ୍ମବିଦ ବ୍ୟକ୍ତିର ବଂଶେ କୌଣସି ସମୟେ ଅବ୍ରହ୍ମବିଦ୍ ଲୋକର ଜନ୍ମ ହୁଏ ନାହିଁ ।

ବାଳିକାମାନଙ୍କୁ ମଧ୍ୟ ତଦ୍ରୂପ ସଦ୍‌ଶିକ୍ଷା ଦେବା ଉଚିତ :-

 

ଅଜ୍ଞାତପତିମର୍ଯ୍ୟାଦାମଜ୍ଞାତପତିସେବନାମ୍ ।

ନୋଦ୍ୱାହୟେତ୍ ପିତା ବାଳାମଜ୍ଞାତଧର୍ମ୍ମଶାସନାମ୍ ।

ମହାନି : ୮ । ୧୦୭ ।

 

କନ୍ୟା ଯେତେଦିନ ଯାଏ ପତିମର୍ଯ୍ୟାଦା ଓ ପତିସେବା ଜାଣେ ନାହିଁ ଏବଂ ଧର୍ମ୍ମଶାସନ ଅଜ୍ଞାତ ଥାଏ, ତେତେଦିନ ଯାଏ ପିତା ତାହାର ବିବାହ ଦେବେ ନାହିଁ ।

 

କନ୍ୟାପ୍ୟେବଂ ପାଳନୀୟା ଶିକ୍ଷଣୀୟାତିଯତ୍ନତଃ ।

ଦେୟା ବରାୟ ବିଦୁଷେ ଧନରତ୍ନ ସମନ୍ୱିତା ।

ମହା : ୮। ୪୬

 

କନ୍ୟାକୁ ଏହିପରି ପାଳନ କରି ଏବଂ ଅତି ଯତ୍ନ ସହିତ ଶିକ୍ଷାଦେବ ଓ ଧନରତ୍ନ ସହିତ ସୁପଣ୍ଡିତ ପାତ୍ରକୁ ସମ୍ପ୍ରଦାନ କରିବ ।

 

ବ୍ୟାଧି ପ୍ରଭୃତି ଦୁଃଖ ନିବୃତ୍ତିର ବିବରଣ :-

ତତଃ ପ୍ରତ୍ୟେକଚେତନାଧିଗମୋଽପ୍ୟନ୍ତରାୟାଭାବଶ୍ଚ ।

ପାତଞ୍ଜଳ ୧। ୨୯ ସୂ

 

ଟୀକା- ଯେ ଅନ୍ତରାୟା ବ୍ୟାଧିପ୍ରଭୃତୟସ୍ତେ ତାବତ୍ ଈଶ୍ୱରପ୍ରାଣୀଧାନାନ୍ନ ଭବନ୍ତି । ଏହି ସୂତ୍ରର ବ୍ୟାସଭାଷ୍ୟ ।

 

ଅର୍ଥାତ୍ ଈଶ୍ୱର ପ୍ରଣିଧାନର ଫଳରେ ବ୍ୟାଧି ସଂଶୟ, ପ୍ରମାଦ, ଆଳସ୍ୟ ପ୍ରଭୃତି ଚିତ୍ତବିକ୍ଷେପରୂପ ଅନ୍ତରାୟ ସମୂହ ଦୂରୀଭୂତ ହୁଏ ।

 

 

 

କବିରାଜଦ୍ୱାରା କୃତ ଔଷଧପାନ ନିଷେଧର କାରଣ-

କବିରାଜମାନେ ବ୍ୟାଧି ନିମିତ୍ତ ଯେଉଁ ଔଷଧ ପ୍ରସ୍ତୁତ କରିଥାନ୍ତି, ତାହା ସେମାନେ-ନିଜ ନିଜ ଇଷ୍ଟଦେବତାଙ୍କୁ ଆରାଧାନାପୂର୍ବ୍ବକ ନୈବେଦ୍ୟ କରିଥାନ୍ତି । ତାହା ବ୍ରହ୍ମୋପାସକ ଭକ୍ତଗଣ ଗ୍ରହଣ କରିବା ନିଷେଧ ଅଟେ । ଦେବନିର୍ମାଲ୍ୟ ନିଷେଧର କାରଣ ଉକ୍ତ ଗ୍ରନ୍ଥ ତୃତୀୟ ଉଲ୍ଲାସରେ ବର୍ଣ୍ଣିତ ଅଛି, ଏଠାରେ ବର୍ଣ୍ଣନା କରିବା ଅନାବଶ୍ୟକ ।

ବ୍ରହ୍ମନିଷ୍ଠ ଭକ୍ତଗଣ ମୃତ୍ୟୁ ସମ୍ବନ୍ଧରେ ଭୟ ଓ ଦୁଃଖପ୍ରକାଶ କରିବା ବିହିତ ନୁହେଁ କାରଣ ଯେହେତୁ ଜନ୍ମ ହେଲେ ମୃତ୍ୟୁ ନିଶ୍ଚୟ :-

ମୃତ୍ୟୁର୍ଜନ୍ମବତାଂ ବୀର ଦେହେନ ସହ ଜାୟତେ ।

ଅଦ୍ୟ ବାଦ୍ଦଶତାନ୍ତେ ବା ମୃତ୍ୟୁବୈପ୍ରାଣିନାଂ ଧ୍ରୁର୍ବ୍ବ ।

ଭା ୧୦।୧।୩୮

ଦେହର ସଙ୍ଗେହି ମୃତ୍ୟୁ ଜନ୍ମ ଅଛି, ଅଦ୍ୟ ହେଉ ବା କଲ୍ୟ ହେଉ ଆଉ ମଧ୍ୟ ଶତ ବର୍ଷର ପରେ ହେଉ ନିଶ୍ଚୟହିଁ ପ୍ରାଣୀଗଣଙ୍କୁ ମୃତ୍ୟୁକବଳରେ ପତିତ ହେବାକୁ ହେବ ।

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧୁବଂ ଜନ୍ମ ମୃତସ୍ୟଚ ।

ତସ୍ମାବପରିହାର୍ଯ୍ୟେଽର୍ଥେ, ନ ତଂ ଶୋଚିତୁମର୍ହସି ।

ଅବ୍ୟକ୍ତାଦୀନି ଭୂତାନି, ବ୍ୟକ୍ରମଧ୍ୟାନି ଭାରତ ।

ଅବ୍ୟକ୍ତା ନିଧନାନ୍ୟେବ, ତତ୍ର କା ପରିବେଦନା ।

ଗୀତା ୨।୨୭।୨୮

 

ଯେ ହେତୁ ଜାତ ହୋଇଥିବା ପ୍ରାଣିର ମରଣ ନିଶ୍ଚୟ, ମୃତ ପ୍ରାଣିର ଜନ୍ମ ମଧ୍ୟ ନିଶ୍ଚୟ ହେବ । ସେହି କାରଣରୁ ଏ ଅନିବାର୍ଯ୍ୟ ବିଷୟରେ ତୁମ୍ଭର ଶୋକ କରିବା ଉଚିତ ନୁହେଁ । ହେ ଅର୍ଜୁନ ! ଏହି ସମସ୍ତ ଶରୀର ନିଶ୍ଚୟ ଆଦ୍ୟରେ ସ୍ୱରୂପ ରହିତ, ମଧ୍ୟରେ ସ୍ୱରୂପ ଯୁକ୍ତ ଓ ଶେଷରେ ସ୍ୱରୂପ ରହିତ ଅଟେ । ଅତଏବ ସେ ବିଷୟରେ ଚିନ୍ତା କଣ ?

 

ପୁନଶ୍ଚ :-

ଅବଶ୍ୟଂ ନିଧନଂ ସବୈର୍ଗନ୍ତବ୍ୟମିହ ମାନବୈଃ ।

ଅବଶ୍ୟମ୍ଭାବିନ୍ୟର୍ଥେ ବୈ ସନ୍ତାପୋ ନେହ ବିଦ୍ୟତେ ।

ମହା: ଆଦି: ୧୬୦।୨

 

ଇହସଂସାରରେ ମାନବଗଣ ନିଶ୍ଚୟ କାଳଗ୍ରାସରେ ପତିତ ହେବେ, ଅତଏବ ଅବଶ୍ୟମ୍ଭାବି ବିଷୟରେ କାହାରି ଦୁଃଖ କରିବା ଉଚିତ ନୁହେଁ ।

 

ସନ୍ତାପିତ ହେଲେ ନିଜର ଅମଙ୍ଗଳ :-

ସନ୍ତାପାତ୍‌ ଭ୍ରମ୍ୟତେ ରୂପଂ ସନ୍ତାପାତ୍‌ ଭ୍ରଶ୍ୟତେ ବଳମ୍‌ ।

ସନ୍ତାପାତ୍‌ ଭ୍ରଶ୍ୟତେ ଜ୍ଞାନଂ ସନ୍ତାପାତ୍‌ ବ୍ୟଧିମୃଚ୍ଛତି ।

ମହା: ଉଦ୍ୟେ ୩୫।୫୪

 

ସନ୍ତାପରେ ରୂପ ଭ୍ରଷ୍ଟ ହୁଏ, ସନ୍ତାପରେ ବଳ କ୍ଷୀଣ ହୁଏ, ସନ୍ତାପରେ ଜ୍ଞାନ ବିନିଷ୍ଟ ହୁଏ, ଓ ସନ୍ତାପରେ ବ୍ୟାଧି ଜନ୍ମେ ।

 

ଅଷ୍ଟକୂଳାଚଳାଃ ସପ୍ତ ସମୁଦ୍ରାଃ

ବ୍ରହ୍ମପୁରନ୍ଦରଦିନକରରୁଦ୍ରାଃ ।

ନବଂ ନାହଂ ନାୟଂ ଲୋକ

ସ୍ତଦପି କିମର୍ଥଂ କ୍ରିୟତେ ଶୋକଃ ।

ମୋହମୁଦ୍ଗର ।୧୦

 

ଅଷ୍ଟକୂଳାଚଳ, (୫୪) ସପ୍ରସାଗର, (୫୪) ବ୍ରହ୍ମା, ପୁରନ୍ଦର, ସୂର୍ଯ୍ୟ, ରୁଦ୍ର, ତୁମ୍ଭେ ଆମ୍ଭେ ଏହି ଲୋକ କିଛିହିଁ କିଛି ନୁହେଁ । (କାହାର ସହିତ କାହାର ମଧ୍ୟ ସମ୍ବନ୍ଧ ନାହିଁ) ତେବେ କାହିଁକି ଶୋକ କରିବ ?

 

(୫୪) ଅଷ୍ଟକୂଳାଚଳ :-

 

ମହେନ୍ଦ୍ରସଳୟଃ ସହ୍ୟଃ ଶୁକ୍ତିମାନୃକ୍ଷପର୍ବ୍ବତଃ ।

ବିନ୍ଧ୍ୟଶ୍ଚପାରିଯାତ୍ରଶ୍ଚ ହିମେନ କୂଳ ପର୍ବ୍ବତାଃ ।’’

 

ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ୍‌, ରୁକ୍ଷ୍ୟ, ବିନ୍ଧ୍ୟ ଓ ପାରିଯାତ୍ର ଏହି ସପ୍ତକୂଳ ପର୍ବ୍ବତର ସହିତ ହିମାଳୟକୁ ଧରି ଅଷ୍ଟକୂଳାଚଳ ବୋଲାଯାଏ ।

 

(୫୫) ସପ୍ତସାଗର :- ‘‘ଲବଣେକ୍ଷୁ- ସୁରାସର୍ପ ର୍ତଧିଦୁଗ୍ଧକଳାନ୍ତକାଃ ।’’

ଲବଣସାଗର, ଇକ୍ଷୁସାଗର, ଘୃତସାଗର, ଦଧିସାଗର, ଦୁଗ୍ଧସାଗର ଓ ଜଳସାଗର ।

 

ପୁନଶ୍ଚ ଗୃହସ୍ଥ ବ୍ରାହ୍ମବିବାହବିଧି ଅନୁସାରେ ପୁତ୍ତ୍ରକନ୍ୟାଦିଙ୍କୁ ବିବାହ କରାଇବ :-

ବ୍ରାହ୍ମ ବିବାହ :-

ଆଚ୍ଛାଦ୍ୟ ଚାର୍ଚ୍ଚୟିତ୍ଵା ଚ ଶ୍ରୁତଶୀଳବତେ ସ୍ୱୟମ୍‌

ଆହୂୟ ଦାନଂ କନ୍ୟାୟା ବ୍ରାହ୍ମୋଧର୍ମଃ ପ୍ରକୀର୍ତ୍ତିତଃ ।

ମନୁ ୩।୨୭

 

କନ୍ୟାକୁ ସବିଶେଷ ବସ୍ତ୍ରଦ୍ଵାରା ଆଚ୍ଛାଦନ କରି ଏବଂ ଅଳଙ୍କାରାଦିଦ୍ୱାରା ସମ୍ମାନିତ କରି ସଦ୍‌ବିଦ୍ୟା ଓ ସଦାଚାରସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣପୂର୍ବ୍ବକ ଯେ କନ୍ୟାଦାନ ତାହାକୁ ବ୍ରାହ୍ମବିବାହ ବୋଲାଯାଏ । ପୁନଶ୍ଚ :-

 

ବ୍ରାହ୍ମବିବାହ ଆଦ୍ୱୂୟ ଦୀୟତେ ଶକ୍ତ୍ୟଳଙ୍କୁତା ।

ଜନ୍ମ ପୁନାତ୍ଵଭୟତଃ ପୁରୁଷାନେକବିଂଶତିମ୍‌ ।

ଗରୁଡ଼ ପୁ ୯୫।୭

 

ବରକୁ ଯଥାବିଧାନେ ଆହ୍ୱାନ କରି ଶକ୍ତି ଅନୁରୂପ ଅଳଂକୃତା କନ୍ୟା ପ୍ରଦାନ କରିବ । ଏହିପ୍ରକାର ବିବାହକୁ ବ୍ରାହ୍ମବିବାହ ବୋଲାଯାଏ ।

 

ସେହି ବ୍ରାହ୍ମବିବାହିତା ସ୍ତ୍ରୀର ଗର୍ଭଜାତ ପୁତ୍ର, ପିତୃ ମାତୃ ଉଭୟ କୁଳର ଏକବିଂଶତି ପୁରୁଷକୁ ପାପନରକରୁ ପରିତ୍ରାଣ କରେଃ -

 

ବ୍ରାହ୍ମେଣ ବିବାହେନ କନ୍ୟାଂଦଦ୍ୟାତ୍‌ ବ୍ରହ୍ମଲୋକଂ ଗମୟତି ।

ବିଷ୍ଣୁସଂହିତା ୨୪।୩୩

 

ବ୍ରାହ୍ମବିବାହରେ କନ୍ୟାସମ୍ପ୍ରଦାନକାରୀ ବ୍ରହ୍ମଲୋକକୁ ଗମନ କରେ (୫୬) । ଆଉ ମଧ୍ୟ ଧର୍ମ୍ମସମାଜ ଉନ୍ନତିରେ ଯତ୍ନଥିବଃ -

 

ଯେନୋପାୟେନ ମର୍ତ୍ତ୍ୟାନାଂ ଲୋକଯାତ୍ରା ପ୍ରସିଦ୍ଧ୍ୟତି ।

ତଦେନ କାର୍ଯ୍ୟଂ ବ୍ରହ୍ମଜ୍ଞୈ ରିଦଂଧର୍ମ୍ମ ସନାତନମ୍‌ ।

ମହା ନିଃ ୩।୧୦୪

 

(୫୬) ଏହିଭାବେ ଗୃଦ୍ୱସ୍ଥ ବିବାହାଦି କାର୍ଯ୍ୟ ବ୍ରହ୍ମସ୍ମରଣ କରି ନିମ୍ନୋକ୍ତ ବିଧାନାନୁସାରେ ସମ୍ପାଦନ କରିବେ :- ଯେତେବେଳେ ପୁତ୍ର ଓ କନ୍ୟାଙ୍କର ଧର୍ମ୍ମ ଓ ବିଦ୍ୟାଶିକ୍ଷାରେ ଉନ୍ନତି ଲାଭ କରି ବିବାହ ସମୟ ଉପସ୍ଥିତ ହୋଇଥାଏ ସେହି ସମୟରେ ପୁତ୍ରର ପିତା ଓ କନ୍ୟାର ପିତା ଉକ୍ତ ଧର୍ମୋପାସକ ବ୍ୟକ୍ତିଙ୍କୁ ଆହ୍ୱାନ କରି ନିଜ ପୁତ୍ର ଓ କନ୍ୟାଙ୍କ ବିବାହସମ୍ବନ୍ଧେ ସେମାନଙ୍କୁ ଜଣାଇବେ-। ଭକ୍ତଗଣ ଓ ଉପଯୁକ୍ତ ମଧ୍ୟସ୍ଥ ବ୍ୟକ୍ତିଠାରୁ ବରକନ୍ୟାଙ୍କ ଚରିତ୍ର ଏବଂ ମନୋଗତଭାବ ବୁଝି ତାହାଙ୍କ ଅନୁମତିକ୍ରମେ ଏକ ନିର୍ଦ୍ଦିଷ୍ଟବିବାହ ଦିନ ଧାର୍ଯ୍ୟ କରିଦେବେ । ତହୁଁ କନ୍ୟାର ପିତା ଉକ୍ତ ଧାର୍ଯ୍ୟଦିବସ ପୂର୍ବୁ ଏକଦିନଠାରୁ ବରକୁ ଆହ୍ୱାନ କରି ଆଣିବ ଏବଂ ଭକ୍ତଗଣଙ୍କୁ ମଧ୍ୟ ଅର୍ଚ୍ଚନାପୂର୍ବ୍ବକ ଅଣାଇବ ଓ ବରକନ୍ୟାଙ୍କର ବିବାହ ନିମିତ୍ତ ଏକସ୍ଥାନରେ ସୁଶୋଭିତ ମଣ୍ଡପ କରାଇବ । ବିବାହ ଦିବସ ପ୍ରାତଃ ସମୟରେ ବରକନ୍ୟା ସ୍ନାନ ଓ ଉପାସନା କାର୍ଯ୍ୟ ସମାପ୍ତି ପରେ ଭକ୍ତଗଣ ଓ ଉଭୟଙ୍କର ପିତା ଏବଂ ମଧ୍ୟସ୍ଥ ସମସ୍ତେ ମଣ୍ଡପ ସ୍ଥାନରେ ଉପସ୍ଥିତ ହୋଇ ବର ଓ କନ୍ୟାଙ୍କୁ ଉକ୍ତ ଉପସ୍ଥିତ ମଣ୍ଡପ ସ୍ଥାନକୁ ଅଣାଇବେ । ସେମାନେ ନୂତନ ବସ୍ତ୍ରାଳଂକାର ପରଂବ୍ରହ୍ମଙ୍କୁ ଅର୍ପଣ କରି ପରିଧାନ କରିବେ । ତହୁଁ ଉଭୟେ ଦଣ୍ଡାୟମାନ ହୋଇ ପରଂବ୍ରହ୍ମଙ୍କୁ ଯଥାବିଧି ପ୍ରାର୍ଥନା କରିବେ । ଭକ୍ତଗଣ ଓ ତାହାଙ୍କର ପିତା ଏକମନ ହୋଇ ପରଂବ୍ରହ୍ମଙ୍କର ସ୍ତବ ଓ ସ୍ତୋତ୍ର ପାଠକରିବେ । ତହୁଁ କନ୍ୟାର ପିତା ଓ ମାତା ପ୍ରଭୁଙ୍କୁ ସ୍ମରଣପୂର୍ବ୍ବକ ପ୍ରତିଜ୍ଞା କରି ବର ନିକଟରେ କନ୍ୟାକୁ ଅର୍ପଣ କରିବେ । ତତ୍ପରେ କନ୍ୟା ପ୍ରଭୁଙ୍କୁ ସ୍ମରଣପୂର୍ବ୍ବକ ପ୍ରତିଜ୍ଞାକରି ବରକୁ ସ୍ୱାମୀପଦରେ ବରଣ କରିବ । ବର ମଧ୍ୟ ପ୍ରଭୁଙ୍କୁ ସ୍ମରଣପୂର୍ବ୍ବକ ପ୍ରତିଜ୍ଞାକରି କନ୍ୟାକୁ ପତ୍ନୀରୂପରେ ଗ୍ରହଣ କରିବେ । ତହୁଁ ସମସ୍ତେ ପରଂବ୍ରହ୍ମଙ୍କୁ ବରକନ୍ୟାଙ୍କ ଆଜୀବନ ସୁଖସମ୍ପଦ ବିଷୟରେ ଜଣାଇବେ । ପୁନଶ୍ଚ ଧର୍ମ୍ମନିଷ୍ଠ ମଧ୍ୟସ୍ଥ ବ୍ୟକ୍ତି ବରକନ୍ୟା ଉଭୟଙ୍କ ହସ୍ତ ପୁଷ୍ପମାଲ୍ୟରେ ଆବଦ୍ଧକରି ତାହାଙ୍କୁ ସଂସାର ମଧ୍ୟରେ ସୁଖଶାନ୍ତିରେ ରହିବା ଓ ପତିପତ୍ନୀର ସଦ୍‌ବ୍ୟବହାରରେ ରହିବାର ସକଳବିଷୟମାନ ବୁଝାଇ ଦେବେ । ତାପରେ ସମସ୍ତ ବ୍ୟକ୍ତି ବରକନ୍ୟାଙ୍କ ନାମରେ ଅଲେଖ ପ୍ରଭୁଙ୍କୁ ଜଣାଇ ମଙ୍ଗଳଧ୍ୱନି କରି ସେ ସ୍ଥାନୁଁ ପୂର୍ବ୍ବସ୍ଥାନମାନଙ୍କୁ ପ୍ରସ୍ଥାନ କରିବେ । ଉକ୍ତଦିବସ କନ୍ୟାର ପିତା ଭକ୍ତମାନଙ୍କୁ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ଯଥାବିଧି ସନ୍ତୋଷ ଜନକ ଭୋଜନ ଦେବ । ତତ୍ପରେ ବରକନ୍ୟାଙ୍କୁ ସମାରୋହରେ ବରଭବନକୁ ବିଦାୟ ଦେବ । ବରଗୃହରେ ମଧ୍ୟ ତଦ୍ରୂପ ବରରପିତା ଭକ୍ତମାନଙ୍କୁ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଭୋଜନ ଦେବେ । ବିବାହହେବା ପୂର୍ବ୍ବ ବର ଗୃହରେ ଓ କନ୍ୟାଗୃହରେ ବାଲ୍ୟଲୀଳା ଓ ସାଧୁ ଅତିଥିସତ୍‌କାର କରିବା ସମୁଚିତ ।

 

ପୁନଶ୍ଚ ବିବାହ ଅଷ୍ଟବିଧ - ‘‘ଅଥାଷ୍ଟୌ ବିବାହ । ଭବନ୍ତ ବ୍ରାହ୍ମୋ ଦୈବ ଅର୍ଷଃ, ପ୍ରାଜାପତ୍ୟୋ, ଗାନ୍ଧର୍ବ୍ବ, ଆସୁରୋ ରାକ୍ଷସଃ ପୈଶାଚଶ୍ଚେତି । ଆହୂୟ ଗୁଣବତେ କନ୍ୟାଦାନଂବ୍ରାହ୍ମଃ-। ଯଜ୍ଞସ୍ଥରୁତ୍ୱିଜେ ଦୈବଃ । ଗୋମିଥୁନ-ଗ୍ରହଣେ-ନାର୍ଯ୍ୟଃ। ପ୍ରାର୍ଥିତପ୍ରଦାନେ ପ୍ରାଜାପତ୍ୟଃ । ଦ୍ୱୟୋଃସକାମୟୋ ର୍ମାତା ପିତୃରହିତୋଯୋଗୋ ଗାନ୍ଧର୍ଦ୍ଦ । କ୍ରୟେଣାସୂରଃ । ଯୁଦ୍ଧହରଣେନ ରାକ୍ଷସଃ । ସୁପ୍ତପ୍ରମତ୍ତାଭିଗମନାତ୍‌ ପୈଶାଚଃ । ବିଷ୍ଣୁ ସଂହିତା ୨୪।୧୭।୨୬

 

ବ୍ରାହ୍ମଦୈବ : ଅର୍ଷ, ପ୍ରାଜାପତ୍ୟ, ଗାନ୍ଧର୍ବ୍ବ, ଅସୁର, ରାକ୍ଷସ, ଏବଂ ପୈଶାଚ । ଆହ୍ୱାନପୂର୍ବ୍ବକ ଗୁଣବାନ୍‌ ପାତ୍ରକୁ କନ୍ୟା ସମ୍ପ୍ରଦାନ (ଉଭୟେ ଧାର୍ମିକ ଓ ସୁଶୀଳ ହୋଇ ପରସ୍ପର ପ୍ରସନ୍ନତା ସହିତ ବିବାହ କରିବା ଭୀତିବ୍ରହ୍ମା ବିବାହ ‘‘ବିସ୍ତୃତ ଯଜ୍ଞରେ ଋତ୍ୱିକ (ପୁରୋହିତ) କର୍ମକରିବାବ୍ୟକ୍ତି (ଜାମାତାଙ୍କୁ) ଅଳଂକୃତା କନ୍ୟା ପ୍ରଦାନ କରିବାର ନାମ ଦୈବବିବାହ । ବରଠାରୁ କିଛି ଗ୍ରହଣକରି ବିବାହ କରିବାରୀତି ଆର୍ଷବିବାହ । ପ୍ରାର୍ଥିତ ହୋଇ କନ୍ୟା ଦାନ ପ୍ରାଜାପତ୍ୟ ବିବାହ-। କୌଣସି ନିୟମ ବା ସମୟ ଅପେକ୍ଷା ନ କରି ବରକନ୍ୟାଙ୍କ ସ୍ୱଇଚ୍ଛାକୃତ ସଂସର୍ଗ ହେବାର ନାମ ଗାନ୍ଧର୍ବ୍ବ ବିବାହ । କ୍ରୟକରି ବିବାହର ନାମ ଅସୁର । ଯୁଦ୍ଧେ ହରଣକରି ବିବାହରନାମ ରାକ୍ଷସ-। ଶୟନ କରିଥିବା ଅଥବା ମଦ୍ୟପାନ ହେତୁ ଜ୍ଞାନଶୂନ୍ୟ ଥିବା କନ୍ୟାକୁ ବଳପୂର୍ବ୍ବକ ହରଣ କରିବାର ନାମ ପୈଶାଚିକ ବିବାହ । ଏହି ଅଷ୍ଟବଧ ବିବାହ ପୁରାଣସଂହିତାରେ ଉକ୍ତ ଅଛି । ତନ୍ମଧ୍ୟରୁ ବ୍ରାହ୍ମବିବାହ ସର୍ବ୍ବପ୍ରଧାନ ଅଟେ । ଉକ୍ତ ବିବାହରେ ପୁରୋହିତର ଆବଶ୍ୟକ ନାହିଁ । ଦୈବପ୍ରଭୃତି ବିବାହରେ ପୁରୋହିତର ଆବଶ୍ୟକ” ।

————————————————————————————————

 

ଯେଉଁ ଉପାୟଦ୍ୱାରା ମାନବମାନଙ୍କର ଲୋକଯାତ୍ରା ନିର୍ବାହ ହୁଏ, ଅର୍ଥାତ୍‌ ଯହିଁରେ ସାମାଜିକ ମଙ୍ଗଳ ହୁଏ ବ୍ରହ୍ମଜ୍ଞବ୍ୟକ୍ତି ତଦ୍‌ବିଷୟରେ ବିଶେଷ ଯତ୍ନବାନ ହେବ ।

 

ଏହାହିଁ ବ୍ରହ୍ମପରାୟଣ ବ୍ୟକ୍ତିମାନଙ୍କର ସନାତନ ଧର୍ମ । ମହର୍ଷିମାନେ ଏହିରୂପ କହିଅଛନ୍ତି-:-

‘‘ଯାନ୍ୟନବଦ୍ୟାନି କର୍ମା ତାନି ସେବିତବ୍ୟାନି ନେତରାଣି’’ ।

                  ତୈତ୍ତିରୀୟୋପନିଷତ୍‌ ପ୍ରପାଠକ ୭।୧୧

 

ହେ ସନ୍ତାନ ! ଯାହା ଅନିନ୍ଦନୀୟ ଅର୍ଥାତ୍‌ ଧର୍ମଯୁକ୍ତ କର୍ମଅଟେ ତାହାହିଁ ତୁମ୍ଭର କରିବା କର୍ତ୍ତବ୍ୟ । ଏବଂ ଯାହା ଅଧର୍ମଯୁକ୍ତ ତାହା ପରିତ୍ୟାଗ କରିବା ଉଚିତ ।

 

ପୁନଶ୍ଚ ଗୃହସ୍ଥର ବ୍ୟାବହାରିକ ନୀତି ସୁବିସ୍ତୃତରୂପେ ବ୍ୟାଖ୍ୟା କରାଯାଉଅଛି :-

ନିଦ୍ରାଳସ୍ୟଂ ଦେହଯତ୍ନଂ କେଶ ବିନ୍ୟାସମେବ ଚ ।

ଆସକ୍ତି ମଶନେ ବସ୍ତ୍ରେ ନାତିରିକ୍ତାଂ ସମାଚରେତ୍ ।

ଯୁକ୍ତାହାରୋ ଯୁକ୍ତନିଦ୍ରୋମିତବାଙ୍କିତମୈଥୁନଃ ।

ସ୍ୱଚ୍ଛୋନମ୍ରଃ ଶୁଚିର୍ଦ୍ଦକ୍ଷୋ, ଯୁକ୍ତଃସ୍ୟାତ୍ ସର୍ବ୍ବକର୍ମସୁ ।

 

ଶୂରଃଶତ୍ରୌ ବିନୀତଃସ୍ୟାତ୍, ବନ୍ଧବେ ଗୁରୁସନ୍ନିଧୌ ।

ଜୁଗୁପ୍ସିତାନ୍ ନ ମନ୍ୟେତ ନାବମନ୍ୟେତ ମାନିନଃ ।

ସୌହାଦ୍ଦ୍ୟଂ ବ୍ୟବହାରାଂଶ୍ଚ ପ୍ରବୃତ୍ତିଂ ପ୍ରକୃତିଂ ନୃଣାମ୍ ।

ସହବାସେନ ତର୍କୈଶ୍ଚ ବିଦିତ୍ୱା ବିଶ୍ୱସେତ୍ତତଃ ।

 

ତ୍ରସ୍ୟେଦ୍ଦ୍ୱେଷ୍ଟୁ ରପିକ୍ଷୁଦ୍ରାତ୍ ସମୟଂ ବୀକ୍ଷ୍ୟ ବୁଦ୍ଧିମାନ୍ ।

ପ୍ରଦର୍ଶୟେଦାତ୍ମଭାବାନ୍ ନୈବଧର୍ମଂ ବିଲଙ୍ଘୟେତ୍ ।

ସ୍ୱୀୟଂଯଶଃ ପୌଚୁ ଷଞ୍ଚ ଗୁପ୍ତୟେ କଥିତଞ୍ଚ ଯତ୍ ।

କୁତଂ ଯଦୁପକାରାୟ ଧର୍ମଜ୍ଞୋ ନ ପ୍ରକାଶୟେତ୍ ।

 

ଜୁଗୁପ୍ସିତପ୍ରବୃତ୍ତୌ ଚ ନିଶ୍ଚିତେଽପି ପରାଜୟେ ।

ଗୁରୁଣା ଲଘୁନାଚାପି ଯଶସ୍ୱୀ ନ ବିବାଦୟେତ୍ ।

ବିଦ୍ୟାଧନଯଶୋଧର୍ମାନ୍ ଯତମାନ ଉପାର୍ଜ୍ଜୟେତ୍ ।

ବ୍ୟସନଂ ଚାସତାଂ ସଙ୍ଗଂ ମିଥ୍ୟାଦ୍ରୋହଂ ପରିତ୍ୟଜେତ୍ ।

 

ଅବସ୍ଥାନୁଗତାଚେଷ୍ଟାଃ ସମୟାନୁଗତାଃ କ୍ରିୟାଃ ।

ତସ୍ମାଦବସ୍ଥାଂ ସମୟଂ ବୀକ୍ଷ୍ୟ କର୍ମ ସମାଚରେତ୍ ।

ଯୋଚକ୍ଷମରତୋ ଦକ୍ଷୋ ଧାର୍ମିକଃ ପ୍ରିୟବାନ୍ଧବଃ ।

ମିତବାଙ୍କିତହାସଃସ୍ୟାତ ମାନ୍ୟାଗ୍ରେ ତୁ ବିଶେଷତଃ ।

 

ଜିତେନ୍ଦ୍ରିୟଃ ପ୍ରସନ୍ନାତ୍ମା ସୁଚିନ୍ତ୍ୟଃ ସ୍ୟାଦ୍ ଦୃଢ଼ବ୍ରତଃ ।

ଅପ୍ରମତ୍ତୋ ଦୀର୍ଘଦର୍ଶୀ ମାତ୍ରାସ୍ପର୍ଶ ନ ବିଚାରୟେତ୍ ।

ସତ୍ୟଂମୃଦୁ ପ୍ରିୟଂ ଧୀରୋ ବାକ୍ୟଂ ହିତକରଂ ବଦେତ୍ ।

ଆତ୍ମୋତ୍‌କର୍ଷନ୍ତଥା ନିନ୍ଦାଂ ପରେଷାଂ ପରିବର୍ଜ୍ଜୟେତ୍ ।

ମହାନିର୍ବାଣତନ୍ତ୍ର ୮।୫୨।୬୨

 

ଗୃହସ୍ଥମାନେ ନିଦ୍ରା, ଆଳସ୍ୟ, ଦେହଯତ୍ନ, କେଶବିନ୍ୟାଶ, ଅଶନରେ ବସନରେ ମଧ୍ୟ ଆସକ୍ତି ଏତତ୍ ସମୁଦାୟ ଅପରିମିତରୂପେ କରିବେ ନାହିଁ । ସେମାନେ ପରିମିତ (ଦିବସ) ଭୋଜନ ଓ ପରିମିତ ନିଦ୍ରା ସେବନ କରିବେ । ପରିମିତଭାଷୀ ଓ ପରିମିତ (ଋତୁମତେ) ମୈଥୁନପୂର୍ବ୍ବକ କପଟତା ପରିହାର କରିବେ, ଏବଂ ସତତ ନିର୍ମ୍ମଳଅନ୍ତଃ କରଣ, ବିଶୁଦ୍ଧାଚାର, ନମ୍ର; କାର୍ଯ୍ୟକୁଶଳ, ଏବଂ ସର୍ବ୍ବ କର୍ମରେ ନିରାଳସ୍ୟ ଓ ଉଦ୍‌ଯୋଗଶୀଳ ହୋଇ କାଳାତିପାତ କରିବେ । ସେମାନେ ଶତ୍ରୁଙ୍କ ନିକଟ ଶୂରତ୍ୱ ଏବଂ ବନ୍ଧୁବାନ୍ଧବ ଓ ଗୁରୁଜନ ସମୀପେ ବିନୟ ପ୍ରଦର୍ଶନ କରିବେ । ନିନ୍ଦିତଜନମାନଙ୍କୁ ଆଦର କରିବେ ନାହିଁ । ସମ୍ଭ୍ରାନ୍ତ ବ୍ୟକ୍ତି ବର୍ଗଙ୍କର ସମ୍ମାନ ରକ୍ଷା କରିବେ । ସହବାସ ଓ ସବିଶେଷେ ପର୍ଯ୍ୟାଲୋଚନାଦ୍ୱାରା ଲୋକଙ୍କର ସ୍ୱଭାବ, ସୌହାର୍ଦ୍ଦ (ପ୍ରୀତି) ବ୍ୟବହାର ପ୍ରକୃତି ଓ ପ୍ରବୃତ୍ତି ପରିଜ୍ଞାତ ହୋଇ ପଶ୍ଚାତ୍ ସେମାନଙ୍କ ପ୍ରତି ବିଶ୍ୱାସ କରିବେ । ବୁଦ୍ଧିମାନ୍ ବ୍ୟକ୍ତି ଶତ୍ରୁହେଲେ ମଧ୍ୟ ତାହାକୁ ଭୟ କରିବେ; ଏବଂ ସମୟ ବୁଝି ସ୍ୱୀୟ ପ୍ରଭାବ ପ୍ରଦର୍ଶନ କରିବେ । ପରନ୍ତୁ କୌଣସି କର୍ମରେ ଧର୍ମପଥ ଅତିକ୍ରମ କରିବେ ନାହିଁ । ଧର୍ମଜ୍ଞ ବ୍ୟକ୍ତି ପରର ଉପକାର କରିବାନିମିତ୍ତ ଯାହା କରିଥିବ ତାହା ପ୍ରକାଶ କରିବେ ନାହିଁ । ସ୍ୱୀୟଂ ଯଶ ପୌରୁଷର ପରିଚୟ ପ୍ରଦାନ ମଧ୍ୟ କରିବେ ନାହିଁ, ଏବଂ ପରର କଥିତ ଗୁପ୍ତକଥା ମଧ୍ୟ କାହାର ନିକଟ ବ୍ୟକ୍ତ କରିବେ ନାହିଁ । ଯଶସ୍ୱୀବ୍ୟକ୍ତି ନିଶ୍ଚୟ ଦୟାର ସଦ୍ଭାବନା ଥିଲେ ମଧ୍ୟ କଦାପି ଲୋକ ଗର୍ହିତ କାର୍ଯ୍ୟରେ ପ୍ରବୃତ୍ତହୋଇ ଗୁରୁ ବା ଲଘୁବ୍ୟକ୍ତିର ସହିତ ବିବାଦ କରିବେ ନାହିଁ । ବିଦ୍ୟା, ଧନ, ଯଶ ଓ ଧର୍ମ- ଯତ୍ନପୂର୍ବ୍ବକ ଉପାର୍ଜ୍ଜନ କରିବେ, ଏବଂ ବ୍ୟସନ (ମନ୍ଦକାର୍ଯ୍ୟରେ ଆସକ୍ତି) କୁସଂସର୍ଗ, ମିଥ୍ୟା, ପରିଦ୍ରୋହ ପ୍ରଭୃତି ସର୍ବ୍ବତୋଭାବେ ପରିତ୍ୟାଗ କରିବେ । ଚେଷ୍ଟା ଅବସ୍ଥାର ଅନୁଗତ ଏବଂ କ୍ରିୟା ସମୟର ଅନୁଗତ, ଅତଏବ ଅବସ୍ଥା ଓ ସମୟ ଅନୁସାରେହିଁ କର୍ମାନୁଷ୍ଠାନ କରିବେ । ଗୃହିମାନେ ଯୋଗ କ୍ଷମରେ ନିରତ ରହିବେ, ଦକ୍ଷ ଓ ଧାର୍ମିକ ହେବେ । ବନ୍ଧୁମାନଙ୍କର ପ୍ରତି ସୌହାର୍ଦ୍ଦ ପ୍ରଦର୍ଶନ କରିବେ (ସର୍ବ୍ବଜନ ସମକ୍ଷେ) ବିଶେଷତଃ ଜନସମୂହଙ୍କ ନିକଟରେ ପରିମିତ ଭାଷୀ ହେବେ । ସେମାନଙ୍କ ସମ୍ମୁଖରେ ଅପରିମିତ ହାସ୍ୟ କରିବେ ନାହିଁ । ଗୃହସ୍ଥମାନେ ଜିତେନ୍ଦ୍ରିୟ, ପ୍ରସନ୍ନଚିତ୍ତ, ଦୃଢ଼ବ୍ରତ, ଅପ୍ରମତ୍ତ ଓ ଦୁରଦର୍ଶୀ ହେବେ । ଅସତ୍‌ ବିଷୟ ଚିନ୍ତା ନ କରି କେବଳ ସଦ୍‌ବିଷୟହିଁ ଆଲୋଚନା କରିବେ । ଇନ୍ଦ୍ରିୟବୃତ୍ତି ବିଷୟ ଅର୍ଥାତ୍ ଭୋଗ୍ୟବସ୍ତୁ ସମୁଦାୟ ପର୍ଯ୍ୟାଲୋଚନା ନ କରି ଭୋଗକରିବ ନାହିଁ । ଧୀରବ୍ୟକ୍ତି ସତତ ସତ୍ୟ, ମୃଦୁ, ପ୍ରିୟ ଓ ହିତକର ବାକ୍ୟ ପ୍ରୟୋଗ କରିବେ । ଏବଂ କଦାପି ଆତ୍ମାଶ୍ଲାଘା (ପ୍ରଶଂସା) ଓ ପରନିନ୍ଦା କରିବେ ନାହିଁ ।

 

ଏହି ବ୍ରହ୍ମଦୀକ୍ଷାରେ ଯେଉଁମାନେ ଦୀକ୍ଷିତ ଅଟନ୍ତି, ସେମାନଙ୍କୁ ବର୍ଣ୍ଣଶ୍ରେଷ୍ଠ ବୋଲାଯାଏ ଏବଂ ସେମାନେହିଁ ଧନ୍ୟ ପୁରୁଷ ଅଟନ୍ତି :-

 

 

 

ବ୍ରହ୍ମମନ୍ତ୍ରୋପାସିତା ଯେ ଗୃହସ୍ଥା ବ୍ରାହ୍ମଣାଦୟଃ ।

ସ୍ୱସ୍ୱବର୍ଣ୍ଣେ ତ୍ତମା ସ୍ତେତୁ ପୂଜ୍ୟା ମାନ୍ୟା ବିଶେଷତଃ ।

ସହାନି ୩।୧୫୦

 

ଯେ ସକଳ ବ୍ରାହ୍ମଣ ବା ଅନ୍ୟାନ୍ୟ ଜାତୀୟ ବ୍ୟକ୍ତି ବ୍ରହ୍ମମନ୍ତ୍ରର ଉପାସନା କରନ୍ତି, ସେମାନେ ନିଜ ନିଜ ବର୍ଣ୍ଣରୁ ଶ୍ରେଷ୍ଠହୋଇ ଉଠନ୍ତି, ସୁତରାଂ ବ୍ରହ୍ମଉପାସକମାନଙ୍କୁ ବିଶେଷରୂପେ ସମ୍ମାନିତ କରିବା ବା ପୂଜା କରିବା ସମସ୍ତଙ୍କରହିଁ କର୍ତ୍ତବ୍ୟ ।

 

ସଧନ୍ୟଃ ପୁରୁଷୋଲୋକେ ସ କୃତୀ ପରମାର୍ଥବିତ୍ ।

ବ୍ରହ୍ମନିଷ୍ଠଃ ସତ୍ୟସନ୍ଧୋ ଯୋ ଭବେଦ୍ଭୂବି ମାନବଃ ।

ମହାନି ୮।୩୮

ଯେ ବ୍ୟକ୍ତ ବ୍ରହ୍ମନିଷ୍ଠ ଓ ସତ୍ୟପ୍ରତିଜ୍ଞ ହୋଇ କର୍ମାନୁଷ୍ଠାନ କରେ, ପୃଥ୍ୱୀତଳେ ସେହି ପୁରୁଷହିଁ ଧନ୍ୟ, ସେହି ପୁରୁଷହିଁ କୃତୀ, ଏବଂ ସେହି ପୁରୁଷହିଁ ପରମାର୍ଥ ଜ୍ଞାନଲାଭରେ ସମର୍ଥ ହୋଇଥାଏ ।

 

ଗୃହସ୍ଥର ନୀତି ବ୍ୟବହାର ବର୍ଣ୍ଣିତ ହେଲା । ପୁନଶ୍ଚ ସ୍ତ୍ରୀମାନଙ୍କର ଧର୍ମ ନୀତିଶାସ୍ତ୍ରାନୁଯାୟୀ ବ୍ୟାଖ୍ୟା ହେଉଅଛି :-

 

ନ ତୀର୍ଥସେବା ନାରୀଣାଂ ନୋପବାସାଦିକାଃତ୍ରିୟଃ ।

ନୈବ ବ୍ରତାନାଂନିୟମୋ ଭର୍ତ୍ତୃଶୁଶ୍ରୂଷଣଂ ବିନା ।

ଭର୍ତ୍ତୈବ ଯୋଷିତାଂ ତୀର୍ଥଂ ତପୋଦାନଂବ୍ରତଂଗୁରୁଃ ।

ତସ୍ମାତ୍‌ସର୍ବାତ୍ୱନା ନାରୀ ପତିସେବାଂ ସମାଚରେତ୍ ।

ପଭୁଃପ୍ରିୟଂସଦାକୁର୍ଯ୍ୟାତ୍ ବଚସା ପରିଚର୍ଯ୍ୟୟା ।

 

ତଦାଜ୍ଞାନୁଚରୀ ଭୂତ୍ୱା ତୋଷୟେତ୍ ପତିବାନ୍ଧବାନ୍ ।

ନେକ୍ଷେତପତି କ୍ରୂରଦୃଷ୍ଟ୍ୟା ଶ୍ରାବୟେନ୍ମୈବ ଦୁର୍ବ୍ବଚଃ ।

ନାପ୍ରିୟଂ ମନସା ବାପି ଚଚେଦ୍ଭର୍ତ୍ତୃଃପତିବ୍ରତା ।

କାୟେନ ମନସା ବାଚା ସର୍ବ୍ବଦା ପ୍ରିୟକର୍ମଭିଃ ।

ଯା ପ୍ରୀଣୟତି ଭର୍ତ୍ତାରଂ ତ୍ରୈବ ବ୍ରହ୍ମପଦଂଲଭେତ ।

ମହାନି ୮।୧୦୦।୪

 

ନାରୀମାନଙ୍କ ପକ୍ଷେ ଭର୍ତ୍ତୃ ଶୁଶ୍ରୂଷାପରିହାର ପୁରଃସର ତୀର୍ଥଯାତ୍ରାର ନିୟମ ନାହିଁ । ଉପବାସାଦି କ୍ରିୟାର ବିଧାନ ନାହିଁ, ବ୍ରତାନୁଷ୍ଠାନର ମଧ୍ୟ ବିଧାନ ନାହିଁ । ରମଣୀମାନଙ୍କର ପକ୍ଷେ ସ୍ୱାମୀହିଁ ତୀର୍ଥ, ସ୍ୱାମୀହିଁ ତପସ୍ୟା, ସ୍ୱାମୀହିଁ ଦାନ, ସ୍ୱାମୀହିଁ ବ୍ରତ ଓ ସ୍ୱାମୀହିଁ ଗୁରୁ । ଅତଏବ ରମଣୀମାନଙ୍କ କର୍ତ୍ତବ୍ୟ ସର୍ବ୍ବତୋଭାବେ ସ୍ୱାମୀଙ୍କ ସେବା କରିବା, ନାରୀମାନଙ୍କର କର୍ତ୍ତବ୍ୟ ଏହି ଯେ ବାକ୍ୟଦ୍ୱାରା ଓ ପରିଚର୍ଯ୍ୟାଦ୍ୱାରା ସର୍ବ୍ବଦାସ୍ୱାମୀଙ୍କ ପ୍ରିୟ କାର୍ଯ୍ୟ କରିବ ଏବଂ ସର୍ବ୍ବଦା ପତିର ଆଜ୍ଞାନୁବର୍ତ୍ତନୀ ରହି ପତିକୁ ଏବଂ ପତିର ବନ୍ଧୁବାନ୍ଧବଗଣଙ୍କୁ ପରିତୁଷ୍ଟ ରଖିବ । ପତିବ୍ରତା ପତ୍ନୀର କର୍ତ୍ତବ୍ୟ ଏହି ଯେ ପତିକୁ କ୍ରୂର ଦୃଷ୍ଟିରେ ଅବଲୋକନ କରିବ ନାହିଁ । ଦୁର୍ବାକ୍ୟ ମଧ୍ୟ ଶୁଣାଇବ ନାହିଁ, ଏବଂ ମନଦ୍ୱାରା ସ୍ୱାମୀର ଅପ୍ରିୟକାର୍ଯ୍ୟ କରିବ ନାହିଁ । ଯେ ରମଣୀ କାୟମନୋବାକ୍ୟରେ ପ୍ରିୟ କାର୍ଯ୍ୟାନୁଷ୍ଠାନଦ୍ୱାରା ସର୍ବ୍ବଦା ଭର୍ତ୍ତାକୁ ପରିତୁଷ୍ଟ କରେ, ସେ ବ୍ରହ୍ମପଦ ଲାଭକରି ପାରେ । ପୁନଶ୍ଚ :-

 

 

ବାସ୍ତି ସ୍ତ୍ରୀଣାଂ ପୃଥକ୍‌ସ ଜ୍ଞାନ ବ୍ରତଂ ନାପ୍ୟୁପୋଷିତମ୍ ।

ପତିଂ ଶୁଶ୍ରୂଷତେ ଯତ୍ତୁତେନ ସ୍ୱର୍ଗେ ମହୀୟତେ ।

ପତ୍ୟୌ ଜୀବତି ଯା ଯୋଷିଦୁପବାସବ୍ରତଂ ଚରେତ୍

ଅୟୁ ସା ହରତେ ଭର୍ତ୍ତୁର୍ନରକଞ୍ଚୈବ ଗଚ୍ଛିତ ।

ମୃତେଭର୍ତ୍ତରି ସାଧ୍ୱୀ ସ୍ତ୍ରୀ ବ୍ରହ୍ମଚର୍ଯ୍ୟେ ବ୍ୟବସ୍ଥିତା ।

ସ୍ୱର୍ଗଂ ଗଚ୍ଛତ୍ୟପୁତ୍ରାପି ଯଥା ତେ ବ୍ରହ୍ମଚାରିଣଃ ।

ବିଷ୍ଣୁସଂହିତା ୨୫।୧୫।୧୭

 

ସ୍ତ୍ରୀଲୋକମାନଙ୍କର ପୃଥକ୍ ଯଜ୍ଞ, ବ୍ରତ ଏବଂ ଉପବାସ ନାହିଁ । କିନ୍ତୁ ପତିକୁ ଯେ ସେବାକରେ ସେହି ନିମିତ୍ତହିଁ ସ୍ୱର୍ଗରେ ଆଦୃତା ହୁଏ । ଯେ ସ୍ତ୍ରୀ ପତି ଜୀବିତ ଥାଉଁ ଥାଉଁ ଉପବାସ ଓ ବ୍ରତାଚରଣ କରେ ସେ ସ୍ୱାମୀର ଆୟୁହରଣ ଓ ନରକକୁ ଗମନ କରେ ।

 

ଭର୍ତ୍ତାର ମୃତ୍ୟୁରପର ବ୍ରହ୍ମଚର୍ଯ୍ୟ ଅବଲମ୍ବିନୀ ସାଧ୍ୱୀ ସ୍ତ୍ରୀ ପୁତ୍ରବତୀ ହେଲେ ମଧ୍ୟ ସନକାଦି ସୁପ୍ରସିଦ୍ଧ ଆବାଲ୍ୟ ବ୍ରହ୍ମଚାରୀମାନଙ୍କ ସଦୃଶ ସ୍ୱର୍ଗକୁ ଗମନକରେ । ଅନ୍ୟଚ :-

 

ଜୀବଦ୍ଭର୍ତ୍ତରି ଯା ନାରୀ ଉପୋଷ୍ୟ ବ୍ରତଚାରିଣୀ ।

ଆୟୁଷଂହରତେ ଭର୍ତ୍ତୁଃ ସାନାରୀ ନରକଂବ୍ରଜେତ୍ ।

ଅତ୍ରୀସଂହିତା ୧୩୬

 

ଯେ ନାରୀ ସ୍ୱାମୀ ଜୀବିତ ଥାଉଁ ଥାଉଁ ଉପବାସ କରେ, ବ୍ରତକରେ ସେ ସ୍ୱାମୀର ଆୟୁଷ ହରଣ କରେ ଓ ନରକକୁ ଗମନକରେ ।

 

ଶୁଶ୍ରୂଷାଂ ପରିଚର୍ଯ୍ୟାଞ୍ଚ ଦେବ ତୁଲ୍ୟଂ ପ୍ରକୃର୍ବ୍ବତୀ ।

ବଶ୍ୟାଭାବେନ ସୁମନା ସୁବ୍ରତା ସୁଖଦଶନା ।

ମହା : ଅନୁଶାଃ ୧୪୬ । ୩୮

 

ସଦାଚାର ପ୍ରିୟଦର୍ଶନା ନାରୀ ସନ୍ତୁଷ୍ଟଚିତ୍ତରେ ଦେବ ତୁଲ୍ୟ ସ୍ୱାମୀର ବଶ୍ୟ ଭାବରେ ସେବାଶୁଶ୍ରୂଷାରେ ନିଯୁକ୍ତଥାନ୍ତି ।

 

ଶ୍ୱଶ୍ରୂଶ୍ୱଶୁରୟୋଃପାଦୌ ତୋଷୟତି ଗୁଣାନ୍ୱିତା

ମାତାପିତୃପରା ନିତ୍ୟଂଯା ନାରୀ ସା ତପୋଧନା ।

ମହାଃ ଅନୁଃ ୧୪୬। ୪୮

 

ଯେ ଗୁଣସମ୍ପନ୍ନା ନାରୀ ଶ୍ୱଶ୍ରୂ ଓ ଶ୍ୱଶୁରଙ୍କର ସେବା କରନ୍ତି ଓ ପିତାମାତାଙ୍କୁ ନିତ୍ୟ ଭକ୍ତି କରନ୍ତି ସେ ତପସ୍ୟାଚରଣ କରନ୍ତି ।

 

ପୁଣ୍ୟମେତଉପଶ୍ଚୈବ ସ୍ୱର୍ଗଶ୍ଚୈବ ସନାତନଃ ।

ଯା ନାରୀ ଭର୍ତ୍ତୃପରମା ଭବେତ୍ ଭର୍ତ୍ତୃବ୍ରତା ସତୀ ।

ମହାଃ ଅନୁଃ ୧୪୬ ।୫୪

 

ଯେ ସତୀ ସ୍ତ୍ରୀ ସ୍ୱାମୀପ୍ରତି ଭକ୍ତି କରନ୍ତି ଏବଂ ସ୍ୱାମୀର ବ୍ରତ ଯାହାଙ୍କର ଏକମାତ୍ର ବ୍ରତ ତାହାଙ୍କର ସେହି ଭକ୍ତିବ୍ରତହିଁ ତାହାଙ୍କ ପକ୍ଷରେ ତପସ୍ୟା ଓ ନିତ୍ୟସ୍ୱର୍ଗ ।

 

ଅପମାନଂ ଗୃହଚ୍ଛିଦ୍ରଂ ଗୁପ୍ତ୍ୟର୍ଥଂ କଥିତଞ୍ଚ ଯନ୍ ।

ଭର୍ତ୍ତୃଗ୍ଲାନିକରଂ ଯଚ୍ଚ ଗୋପୟେଦତିଯତ୍ନତଃ ।

ମହାଃ ୮।୧୪୨

ଅପମାନ, ଗୃହଚ୍ଛିଦ୍ର, ଗୋପନ ରଖିବା ନିମିତ୍ତ ଯାହା ବୋଲାଯାଏ ଏବଂ ଯାହା କିଛି ଭର୍ତ୍ତାର ଗ୍ଲାନିକର, ତାହା ଅତି ଯତ୍ନରେ ଗୋପନ କରିବ ।

ଅଲୋଭା ସ୍ୟାତ୍ ସ୍ୱାମୀଧନେ ସଦା ସ୍ୱାମୀହିତେରତା

ତତ୍ସନ୍ନି ଧାବସନ୍ତୋଷଂ କ୍ରୀଡ଼ାଂ ହାସ୍ୟଂ ପରିତ୍ୟଜେତ୍ ।

ମହାନିଃ ୮। ୧୪୬

ସ୍ୱାମୀଧନରେ ନିର୍ଲୋଭ ହେବ ଏବଂ ନିୟତ ତାହାଙ୍କର ହିତରେ ରତ ଥିବ । ତ।ହାଙ୍କ ସନ୍ନିଧାନରେ ଅସନ୍ତୋଷ କ୍ରୀଡ଼ା ଓ ହାସ୍ୟ ଓ ପରିତ୍ୟାଗ କରିବ ।

ସ୍ତ୍ରୀମାନଙ୍କର ଧର୍ମ ବର୍ଣ୍ଣିତ ହେଲା । ପୁନଶ୍ଚ ମାନବ ଅବିଚଳିତ ଭାବରେ ସେହି ଅବ୍ୟକ୍ତ ପରଂବ୍ରହ୍ମ ପରମେଶ୍ୱରଙ୍କ ଠାରେ ଭକ୍ତି କଲେ ସଂସାର ଦୁଃଖରୁ ନିଷ୍କୃତିଲାଭ କରିବେ :-

 

ତମେବଚାର୍ଚ୍ଚୟ ନିତ୍ୟଂ ଭକ୍ତ୍ୟା ପୁରୁଷମବ୍ୟୟମ୍ ।

ଧ୍ୟାୟଂସ୍ତୁବନ୍ନମସ୍ୟଂଶ୍ଚ ଯଜମାନସ୍ତମେବତ ।

ଅନାଦିନିଧନଂ ବିଷ୍ଣୁଂ ସର୍ବ୍ବଲୋକମହେଶ୍ୱରଂ ।

ଲୋକାଧ୍ୟକ୍ଷଂସ୍ତୁବନ୍ନିତ୍ୟଂ ସର୍ବ୍ବଦୁଃଖାତିଗୋ ଭବେତ୍ ।

ମହା : ଅନୁ : ୧୪୯ । ୫-୬ ।

 

ସେହି ଅନାଦି ନିଧନ, ନିତ୍ୟ, ଲୋକାଧିପତି, ସର୍ବ୍ବଗତ ପରମେଶ୍ୱରଙ୍କୁ ଭକ୍ତିସହକାରେ ନିରନ୍ତର, ଅର୍ଚ୍ଚନା, ଧ୍ୟାନ, ସ୍ରବ, ନମସ୍କାର ଓ ସେବାକରି ମନୁଷ୍ୟମାନେ ଦୁଃଖରୁ ନିଷ୍କୃତି ଲାଭ କରନ୍ତି ।

 

ତଦ୍ବୁଦ୍ଧୟ ସ୍ତଦାତ୍ମନ ସ୍ତନ୍ନିଷ୍ଠାସ୍ତତ୍ପରାୟଣାଃ ।

ଗଚ୍ଛନ୍ତ୍ୟପୁରାବୃତ୍ତିଂ ଜ୍ଞାନନିର୍ଦ୍ଧୂତକଳ୍ମଷାଃ ।

ଗୀତା ୫।୧୭।

 

ଯେଉଁମାନଙ୍କର ପରଂବ୍ରହ୍ମଙ୍କଠାରେ ଅଟଳବୁଦ୍ଧି, ଯେଉଁମାନଙ୍କର ପରଂବ୍ରହ୍ମଙ୍କ ପ୍ରତି ଯତ୍ନ, ଯେଉଁମାନଙ୍କର ପରଂବ୍ରହ୍ମଙ୍କଠାରେ ନିଷ୍ଠା ଏବଂ ଯେଉଁମାନଙ୍କର ପରଂବ୍ରହ୍ମ ପରମଆଶ୍ରୟ ସେହିମାନେ ଜ୍ଞାନଦ୍ୱାରା ପାପଶୂନ୍ୟ ହୋଇ ମୋକ୍ଷପ୍ରାପ୍ତ ହୁଅନ୍ତି ।

 

There are some men who serve God in a wavering manner, standing as it were on the verge of the true religion. If good befall one of them, He resteth satisfied therein, but if any tribulation befall him.

He turneth Himself round, with the loss both of the world and of the life to-come:-

Chap, xxii

At Al Koran

 

କେତେଗୁଡ଼ିଏ ଲୋକ ଅଛନ୍ତି, ସେମାନେ ଯେପରି ସତ୍ୟଧର୍ମ୍ମର ପାର୍ଶ୍ୱରେ ଦଣ୍ଡାୟମାନ ହୋଇ ଚଞ୍ଚଳ ଭାବରେ ଈଶ୍ୱରଙ୍କର ସେବା କରନ୍ତି । ଯଦି ସେମାନଙ୍କ ମଧ୍ୟରେ କାହାରି କୌଣସି ଶୁଭଘଟଣା ହୁଏ ସେ ତହିଁରେ ସନ୍ତୁଷ୍ଟ ଥାଏ । କିନ୍ତୁ କୌଣସି ବିପଦ ହେଲେ ଫେରିବ ସେ ଏବଂ ଇହଲୋକ ଓ ପରଲୋକ ଉଭୟ ହରାଏ । (ଅଲ୍‌କୋରାନ୍) ଆଉମଧ୍ୟ ଏହି ବ୍ରହ୍ମ ଧର୍ମ୍ମରୁ କେଭେଁ ପରାଙ୍‍ମୁଖହେବା ଉଚିତ ନୁହେଁ :-

 

ଆହୂତାଃ କୂଳଧର୍ମ୍ମେଽସ୍ମିନ୍ ଯେ ଭବନ୍ତି ପରାଙ୍ମୁଖାଃ ।

ସର୍ବ୍ବଧର୍ମ୍ମପରିଭ୍ରଷ୍ଟାଃ ତ ଗଚ୍ଛନ୍ତ୍ୟଧମାଂଗତିମ୍ ।

ମହାନି : ୧୪ ।୧୮୫

ଯେ ସକଳ ବ୍ୟକ୍ତି ଏହି କୁଳ (ବ୍ରହ୍ମ) ଧର୍ମରେ ଆହୂତ ହୋଇ ପରାଙ୍‍ମୁଖ ହୁଅନ୍ତି, ସେ ବ୍ୟକ୍ତିମାନେ ସର୍ବ୍ବଧର୍ମ୍ମରୁ ପରିଭ୍ରଷ୍ଟ ହୋଇ ଅଧୋଗତି ଲାଭ କରନ୍ତି ।

 

ଆଉମଧ୍ୟ ଯେଉଁମାନଙ୍କର ମନ ଚାଞ୍ଚଲ୍ୟ ଥାଏ ସେମାନଙ୍କର ଧର୍ମକର୍ମ ଇତ୍ୟାଦି ବିଷୟରେ ବିଚଳିତ ଘଟେ, କିନ୍ତୁ ଯେଉଁମାନଙ୍କର ମନ ଏକାଗ୍ରତା ଅର୍ଥାତ୍ ନିଶ୍ଚଳତା ଲାଭ କରିଅଛି, ସେମାନଙ୍କର ଆଜୀବନ ଧର୍ମତତ୍ତ୍ଵ ବା ଧର୍ମ ନୀତି ପାଳନ ବିଷୟରେ କେଭେଁ ବିଚଳିତ ଘଟେନାହିଁ । ଏହିହେତୁ ମନକୁ ଏକାଗ୍ରତା କରିବା ନିତାନ୍ତ ଆବଶ୍ୟକ । ଏହି ମନଚଞ୍ଚଳ ଦୂରୀଭୂତର ଉପାୟ ଭଗବାନ କହିଅଛନ୍ତି :-

 

ଯତୋ ଯତୋ ନିଶ୍ଚବ୍ରତି, ମନଶ୍ଚଞ୍ଚଳମସ୍ଥିରମ୍ ।

ତତୋସ୍ତତୋନିୟମ୍ୟୈତଦାତ୍ମନ୍ୟେବ ବଶଂ ନୟେତ୍ ।

ଗୀତା ୬।୨୬

 

ଅସ୍ଥିର ଓ ଚଞ୍ଚଳ ମନ ଯେଉଁ ଯେଉଁ ବିଷୟକୁ ଗମନ କରିବ, ସେହି ସେହି ବିଷୟରୁ ତାହାକୁ ଯତ୍ନପୂର୍ବ୍ବକ ଫେରାଇ ଆଣି କେବଳ ଆତ୍ମାରେ ସ୍ଥିର କରିବ

 

ଆଉମଧ୍ୟ ଗୃହସ୍ଥ ଆତ୍ମ ଓ ଅନାତ୍ମ ବିଚାରରେ ଅଧିକାରୀ ଅଟେ :-

 

‘‘ସାଧନଚତୁଷ୍ଟୟସମ୍ପତ୍ତ୍ୟଭାବେଽପି

ଗୃହସ୍ଥାନାମାତ୍ମନାତ୍ମବିଚାରେ-

କ୍ରିୟମାଣେ ସତି ତେନ ପ୍ରତ୍ୟବାୟୋ

ନାସ୍ତିକିନ୍ତ୍ୱତୀବଶ୍ରେୟୋ ଭବତି’’ ।

ଆତ୍ମାନାତ୍ମ ବିବେକ ।

 

ଯେ ସକଳ ବ୍ୟକ୍ତି ଗୃହୀ ସାଧନ ଚତୁଷ୍ଟୟ ନ ଥିଲେ ମଧ୍ୟ ସେମାନେ ଆତ୍ମାନାତ୍ମ ବିଚାର କରିପାରନ୍ତି । ତହିଁରେ କ୍ଷତି ନାହିଁ ବରଂ ପରମମଙ୍ଗଳ ଲାଭର ସମ୍ଭାବନା ।

 

‘‘ଦିନେ ଦିନେ ତୁ ବେଦାନ୍ତବିଚାରାତ୍

ଭକ୍ତିସଂଯୁତାଦ୍ ଗୁରୁଶୁଶ୍ରୂଷୟା ଲବ୍ଧାତ୍-

କୃଚ୍ଛ୍ରାଶୀତିଫଳଂଲଭେଦିତ୍ୟୁକ୍ତମ୍

ଆତ୍ମାନାତ୍ମବିଚାରଃ କର୍ତ୍ତବ୍ୟ ଇତ୍ୟୁକ୍ତମ୍ ।

(ଆତ୍ମାନାତ୍ୱବିବେକଃ)

 

ଏହିନିମିତ୍ତ ଶାସ୍ତ୍ରରେ କଥିତ ହୋଇଅଛି ଯେ ପ୍ରତ୍ୟହ ବେଦାନ୍ତ ବିଚାରରେ ଏବଂ ଭକ୍ତିସହକାରେ ଗୁରୁସେବା କଲେ ଆଶୀତି କୃଚ୍ଛ୍ର-ପୂଜାପତିର ଫଳଲାଭ ହୁଏ । ସୁତରାଂ ଆତ୍ମାନାତ୍ମବିଚାର ଅବଶ୍ୟ କର୍ତ୍ତବ୍ୟ ।

 

କଳତ୍ରଂ ଧନଂ ପୁତ୍ର ପୌତ୍ରାଦି ଗୃହଂ

ବାନ୍ଧବାଃସର୍ବ୍ବଂମେତଦ୍ଧୈଜାତମ୍ ।

ଗୁରୋରଘ୍ରିଂ ପଦ୍ମେ ମନେଶ୍ଚେନ୍ନଲଗ୍ନଂ,

ତତଃକିଂ ତତଃକିଂ ତତଃକିଂ ତତଃକିଂ ।

ଗୁର୍ବାଷ୍ଟକମ୍ ।

 

ପୁଢ଼, କଳତ୍ର, ଧନ, ପୌତ୍ତ୍ରାଦି ଗୃହ ବାନ୍ଧବ- ଏହି ସମସ୍ତହିଁ ତୁମ୍ଭେ ପ୍ରାପ୍ତ ହୋଇ ଅଛ ସତ୍ୟ, କିନ୍ତୁ ଯଦି ଗୁରୁଦେବଙ୍କ ଚରଣକମଳରେ ଚିତ୍ତ ସଂଲଗ୍ନ ନ ହେଲା ତେବେ ଏହି ସମସ୍ତ ଥାଇ କି ଫଳ, କି ଫଳ, କି ଫଳ, ? ପୁନଶ୍ଚଃ :-

 

ସମାସକ୍ତଂ ଯଥାଚିତ୍ତଂ ଜନ୍ତୋ ବିଷୟେ ଗୋଚରେ ।

ଯଦ୍ୟେବଂ ବ୍ରହ୍ମଣି ସ୍ୟାତତଃ କୋ ନ ମୁଚ୍ୟତେ ବନ୍ଧନାତ୍ ।

(ମୈତ୍ରୀଃ ଉପଃ)

 

ପ୍ରାଣୀମାନଙ୍କର ଅନ୍ତଃକରଣ ବାହ୍ୟ ବିଷୟରେ ଅର୍ଥାତ୍ ସ୍ତ୍ରୀ ପୁତ୍ର ଧନାଦିରେ ଯେପ୍ରକାର ଆସକ୍ତି ଥାଏ ସେହିରୂପ ଯଦ୍ୟପି କ୍ଷଣକାଳ ନିମିତ୍ତ ପରଂବ୍ରହ୍ମରେ ନିବିଷ୍ଟ ହୁଅନ୍ତା, ତେବେ ଆଉ କେଉଁବ୍ୟକ୍ତି ସଂସାରବନ୍ଧନରୁ ମୁକ୍ତ ନ ହୁଅନ୍ତା ?

 

ଧର୍ମାର୍ଥକାମୈଃ କିଂ ତସ୍ୟ ମୁକ୍ତିସ୍ତସ୍ୟ କରେ ସ୍ଥିତା

ସମସ୍ତ ଜଗତାଂଠୂଳେ ଯସ୍ୟ ଭକ୍ତିଃ ସ୍ଥିରାତ୍ୱୟି ।

ବିଷ୍ଣୁ ପୁ : ୧ ।୨୦ ।୨୬

ସମୁଦାୟ ଜଗତର ମୂଳସ୍ୱରୂପ ପରମେଶ୍ୱରଙ୍କ ପ୍ରତି ଯାହାର ଅଚଳା ଭକ୍ତି ଅଛି, ତାହାର ଧର୍ମ କାମରେ କି ପ୍ରୟୋଜନ ? କାରଣ ମୁକ୍ତି ତାହାର କରସ୍ଥ ।

ସତ୍ୟଂଦଶତର୍ଥିତମର୍ଥିତୋ ନୃଣାଂ

ନୈବାର୍ଥଦୋ ଯତ୍‌ପୁନରର୍ଥିତାଯତ୍

ସ୍ୱୟଂ ବିଧତ୍ତେ ଭଜତାମନିଚ୍ଛତା-

ମିଚ୍ଛାପିଧାନଂ ନିଜପାଦପଲ୍ଲବମ୍ ।

ଭା ୫। ୧୯।୨୭

ଈଶ୍ୱର ମନୁଷ୍ୟମାନଙ୍କର ପ୍ରାର୍ଥିତ ବିଷୟ ଅର୍ପଣ କରନ୍ତି । ଏକଥା ସତ୍ୟ କିନ୍ତୁ ସେ ଭକ୍ତମାନଙ୍କୁ ସାମାନ୍ୟ ବିଷୟ ଦିଅନ୍ତି ନାହିଁ, କାହିଁକିନା ତାହାପାଇଁ ପ୍ରାର୍ଥନାର ନିବୃତ୍ତ ହୁଏନାହିଁ । ସମୁଦାୟ କାମନା ପରିଶୂନ୍ୟ ହୋଇ ଯେଉଁମାନେ ତାହାଙ୍କୁ ଭଜନା କରନ୍ତି, ସେମାନଙ୍କୁ ସ୍ୱୟଂ ସମୁଦାୟ ଅଭିଳାଷର ପରିସମାପ୍ତିକର ନିଜ ପାଦପଲ୍ଲବ ପ୍ରଦାନ କରିଥାନ୍ତି ।

ଉକ୍ତ ଉଲ୍ଲାସରେ ଅନ୍ୟାନ୍ୟ ଅନୁପଯୁକ୍ତ ଗୁରୁ ତ୍ୟାଗକରି ବ୍ରହ୍ମବିଦ ଗୁରୁଙ୍କଠାରୁ ବ୍ରହ୍ମଦୀକ୍ଷା ଗ୍ରହଣକରିବାର ବିବରଣ ଓ ବ୍ରହ୍ମନିଷ୍ଠ ଗୃହସ୍ଥପନ୍ଥାର ଧର୍ମ୍ମନୀତି ବର୍ଣ୍ଣନ କରାଗଲା ।

ଇତି ଷଷ୍ଠୋଲ୍ଲାସ ।୬।